ରାଜ୍ୟର କେତେ ଲୋକଙ୍କୁ ମିଳିଛି ଉଜ୍ଜ୍ୱଳା କନେକ୍ସନ ? ଜାଣନ୍ତୁ ସାଂସଦଙ୍କ ଉତ୍ତର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୦ କୋଟି ୩୩ ଲକ୍ଷ ହିତାଧିକାରୀଙ୍କୁ ରନ୍ଧନ ଗ୍ୟାସ୍‍ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ଉଜ୍ଜ୍ୱଳା ସଂଯୋଗ ଦିଆଯାଇଛି ବୋଲି ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ କୋଟି ହିତାଧିକାରୀଙ୍କୁ ଗତ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ହିତାଧିକାରୀଙ୍କୁ ଗ୍ୟାସ୍‍ ଆବଣ୍ଟନ କରିବା ପାଇଁ ୨୦୨୧ ମସିହାରେ ଉଜ୍ଜ୍ୱଳା-୨.୦ ଆରମ୍ଭ କରାଯାଇଥିଲା ।