fbpx

ଆଧାରକାର୍ଡ଼ରେ ଆପଣ ନିଜର ନାମ, ଠିକଣା ଆଉ ଜନ୍ମ ତାରିଖକୁ କେତେ ଥର ପରିବର୍ତ୍ତନ କରିପାରିବେ, ଜାଣନ୍ତୁ

ନୂଆଦିଲ୍ଲୀ:ଆଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଯାହା କେନ୍ଦ୍ର ଏବଂ ରାଜ୍ୟ ସରକାର କିମ୍ବା କୌଣସି ଆର୍ଥିକ ସେବା ପାଇଁ ଆବଶ୍ୟକ। ଆଧାରରେ ଥିବା ସୂଚନା ସବୁବେଳେ ନାମ, ଠିକଣା, ଜନ୍ମ ତାରିଖ ଏବଂ କାର୍ଡରେ ଥିବା ଅନ୍ୟାନ୍ୟ ଜରୁରୀ ଜିନିଷ ସହିତ ଅପଡେଟ୍ ହେବା ଉଚିତ୍ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଉପଭୋକ୍ତା ଏହାକୁ କେବଳ ଦୁଇଥର ଅପଡେଟ୍ କରିପାରିବେ । UIDAI 12 ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ପ୍ରଦାନ କରେ ଯାହା ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ବିଧି ବ୍ୟବସ୍ଥା ଅଟେ ।

କେତେ ଥର କରିପାରିବା ପରିବର୍ତ୍ତନ:
ନାମ: ଉପଯୋଗକର୍ତ୍ତା ନାମ ଦୁଇଥର ପରିବର୍ତ୍ତନ କରାଯାଇପାରିବ ।
ଜନ୍ମ ତାରିଖ:ଆଧାରରେ ଜନ୍ମ ତାରିଖ କେବେ ପରିବର୍ତ୍ତନ କରାଯାଇପାରିବ ନାହିଁ ।
ଯଦି ଡାଟା ଏଣ୍ଟ୍ରି ସମୟରେ ତ୍ରୁଟି ହେଇଥାଏ ତେବେ ଏହାକୁ ବଦଳେଇବା ସମ୍ଭବ ହୋଇଥାଏ ।
ଠିକଣା ଏବଂ ଲିଙ୍ଗ ପରିବର୍ତ୍ତନ : ଏହାକୁ କେବଳ ଥରେ ପରିବର୍ତ୍ତନ କରାଯାଇପାରିବ ।

ପରିବର୍ତ୍ତନ କିପରି ହେବ :
UIDAI ର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରି ଆଧାର କାର୍ଡରେ ନାମ, ଲିଙ୍ଗ କିମ୍ବା ଜନ୍ମ ତାରିଖ ପରିବର୍ତ୍ତନ କରିପାରିବେ।

ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :
– ପାସପୋର୍ଟ
– ବ୍ୟାଙ୍କ ଷ୍ଟେଟମେଣ୍ଟ
– ପୋଷ୍ଟ ଅଫିସ୍ ଆକାଉଣ୍ଟ୍ ଷ୍ଟେଟମେଣ୍ଟ / ପାସବୁକ୍
– ରାସନ କାର୍ଡ
– ଭୋଟର ପରିଚୟ ପତ୍ର
– ଡ୍ରାଇଭିଂ ଲାଇସେନ୍ସ
-ସରକାରୀ ଫଟୋ ID
-PSU ଦ୍ୱାରା ଦିଆଯାଇଥିବା ସେବା ଫଟୋ ପରିଚୟ ପତ୍ର
– ୩ ମାସ ସମୟ ସୀମା ମଧ୍ୟରେ ବିଦ୍ୟୁତ୍ ବିଲ୍
-ତିନି ମାସର ପାଣି ବିଲ୍
– ୩ ମାସ ମଧ୍ୟରେ ଟେଲିଫୋନ୍ ଲ୍ୟାଣ୍ଡଲାଇନ ବିଲ୍
-ସମ୍ପତ୍ତି ଟ୍ୟାକ୍ସ ରସିଦ

Get real time updates directly on you device, subscribe now.