ନୂଆଦିଲ୍ଲୀ,୨୧ା୧: ଗୌତମ ଆଦାନୀଙ୍କୁ ଆଜିର ଦୁନିଆରେ କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ । ଏମିତି କେହି ନାହାନ୍ତି ଯିଏ ଆଦାନୀଙ୍କୁ ଜାଣିନାହାନ୍ତି । ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ତଥା ବିଲେନେୟାର ଗୌତମ ଆଦାନୀଙ୍କର ଦୁଇ ପୁଅ ଅଛନ୍ତି। ଯାହାଙ୍କ ନାମ କରଣ ଏବଂ ଜିତ । ଜାଣନ୍ତି କି ଏହି କୋଟିପତିଙ୍କ ପୁଅ ଜିତ ଆଦାନୀ କେତେ ପଢ଼ିଛନ୍ତି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
୨୦୧୯ରେ ଜିତ ଆଦାନୀ ଗ୍ରୁପରେ ଯୋଗ ଦେଇଥିଲେ। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଆପ୍ଲାଏଡ୍ ସାଇନ୍ସରେ ଅଧ୍ୟୟନ କରିଛନ୍ତି। ସେ ଗ୍ରୁପର ସିଏଫ୍ଓ (ମୁଖ୍ୟ ଅର୍ଥ ଅଧିକାରୀ) ଙ୍କ କାର୍ଯ୍ୟାଳୟରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ କମ୍ପାନୀରେ ରଣନୀତିକ ଅର୍ଥ, ପୁଞ୍ଜି ବଜାର ଏବଂ ବିପଦ ଏବଂ ଶାସନ ନୀତିର ବୁଝାଶୁଝା କରୁଛନ୍ତି । ସମ୍ପ୍ରତି ସେ ଆଦାନୀ ବିମାନବନ୍ଦର ଏବଂ ଆଦାନୀ ଡିଜିଟାଲ ଲ୍ୟାବର ନେତୃତ୍ୱ ନେଉଛନ୍ତି ।
ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଆଦାନୀ ମଙ୍ଗଳବାର ତାଙ୍କ ପତ୍ନୀ ପ୍ରୀତି ଆଦାନୀ ଏବଂ ବଡ଼ ପୁଅ କରଣ ଆଦାନୀଙ୍କ ସହ ପ୍ରୟାଗର ମହାକୁମ୍ଭରେ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, ଯେ ତାଙ୍କ ସାନପୁଅ ଜିତ ଆଦାନୀଙ୍କ ବିବାହ ୭ ଫେବୃଆରୀରେ ହେବ। ସେମାନଙ୍କର ବିବାହ ଅତି ସରଳ ଏବଂ ସଂପୂର୍ଣ୍ଣ ପାରମ୍ପାରିକ ରୀତିନୀତିରେ ହେବ।
ଗୌତମ ଆଦାନୀ ମଧ୍ୟ କୁମ୍ଭମେଳାରେ ISKCON ମନ୍ଦିରର କ୍ୟାମ୍ପ ପରିଦର୍ଶନ କରିଥିଲେ। ଆଦାନୀ ଗ୍ରୁପ୍ ଏବଂ ଇସ୍କନ୍ (ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନେକ୍ସନ ) ମହାକୁମ୍ଭ ମେଳାରେ ଭକ୍ତମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ହାତ ମିଳାଇଛନ୍ତି।