ଲୋକଙ୍କୁ କେତେ ପସନ୍ଦ ଆପଣଙ୍କ ସଙ୍ଗତ ? ଜାଣନ୍ତୁ କ’ଣ କହୁଛି ମନୋବିଜ୍ଞାନ

ଓଡ଼ିଶା ଭାସ୍କର: ଦୁନିଆରେ ବିଭିନ୍ନ ପ୍ରକାର ଲୋକଙ୍କୁ ଆମେ ଭେଟିଥାଉ । ସମସ୍ତଙ୍କ ପସନ୍ଦ ଅପସନ୍ଦ ପରସ୍ପର ଠାରୁ ଭିନ୍ନ । ଏଥିମଧ୍ୟରୁ କେତେ ଜଣ ଇଣ୍ଟ୍ରୋଭର୍ଟ, ଏକ୍ସଟ୍ରୋଭର୍ଟ, ସକାରାତ୍ମକ ଓ ନକାରାତ୍ମକ ଚିନ୍ତାଧାରା ରଖିଥାନ୍ତି ତା ଆଉ କେତେ ଜଣ ବନ୍ଧୁତାପୂର୍ଣ୍ଣ, କ୍ରୋଧିତ କିମ୍ବା ଇମୋସନାଲ ସ୍ୱଭାବର ହୋଇଥାନ୍ତି । ବନ୍ଧୁମାନଙ୍କ ଗହଣରେ ଏମିତି ବି କିଛି ବ୍ୟକ୍ତି ଥାନ୍ତି ଯେଉଁମାନଙ୍କୁ ଆପଣଙ୍କ ଗହଣ (କମ୍ପାନୀ) ଭଲ ଲାଗିଥାଏ । ସେମାନେ ଆପଣଙ୍କ ସହ କଥାବାର୍ତ୍ତା ହେବା ଏବଂ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ସେହିପରି ଏମିତି ବି ବ୍ୟକ୍ତି ଅଛନ୍ତି ଯେଉଁମାନେ ଆପଣଙ୍କୁ କିଛି ଖାସ ପସନ୍ଦ କରନ୍ତି ନାହିଁ । ଆପଣଙ୍କ ଗହଣରେ ସେମାନେ ବୋରିଂ ଅନୁଭବ କରିଥାନ୍ତି । ଆପଣଙ୍କୁ ଦେଖି ସେମାନେ ଦୂରେଇଯିବାକୁ ବାହାନା ଖୋଜିଥାନ୍ତି ।

ସାଇକୋଲୋଜି କିମ୍ବା ମନୋବିଜ୍ଞାନ ଅର୍ଥାତ କୌଣସି ଜୀବର ଆଚରଣ ଏବଂ ମାନସିକ ପ୍ରକ୍ରିୟାର ଏକ ବ୍ୟବସ୍ଥିତ ଏବଂ ବୈଜ୍ଞାନିକ ଅଧ୍ୟୟନ । ଏହା ଦ୍ୱାରା ଅନେକାଂଶରେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ସାଇକୋଲୋଜି ଅନୁଯାୟୀ କେଉଁ ବ୍ୟକ୍ତି ଆପଣଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ।

୧. ଆପଣଙ୍କ ସଙ୍ଗତ ବା କମ୍ପାନୀ ପସନ୍ଦ କରୁଥିବା ବ୍ୟକ୍ତି ଆପଣଙ୍କ ଛୋଟ ଛୋଟ ପସନ୍ଦ ଅପସନ୍ଦକୁ ଗୁୁରୁତ୍ୱ ଦେଇଥାନ୍ତି । ଆପଣଙ୍କୁ ଖରାପ ଲାଗିବା କିମ୍ପା ଆଘାତ ଦେବା ଭଳି କାମ କରନ୍ତି ନାହିଁ ।

୨. ସାମ୍ନା ବ୍ୟକ୍ତି ଯଦି ଆପଣଙ୍କ କଥା ଧ୍ୟାନର ସହ ଶୁଣୁଥାନ୍ତି । ଏହା ସହ ବୁଝିବା ପାଇଁ ଚେଷ୍ଟା କରୁଥାନ୍ତି ତେବେ ଜାଣିବେ ତାଙ୍କୁ ଆପଣଙ୍କ କମ୍ପାନୀ ଭଲ ଲାଗୁଛି । ଏହା ତାଙ୍କ ଜୀବନରେ ଆପଣଙ୍କ ମହତ୍ୱକୁ ଦର୍ଶାଇଥାଏ ।

୩. ଆପଣଙ୍କ ସହ କେହି ନିଜ ଭାବନା ବ୍ୟକ୍ତ କରୁଛି । ଆପଣଙ୍କୁ ବିଶ୍ୱାସ କରି ପ୍ରତ୍ୟେକ ଛୋଟ ବଡ଼ କଥା ଶେୟାର କରୁଛି ତେବେ ଏହା ଏକ ସଂକେତ କି ଆପଣଙ୍କ କମ୍ପାନୀ ତାଙ୍କୁ ପସନ୍ଦ ।

୪. ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ସହ ବିନା ଅହଂକାର ଏବଂ ଦ୍ୱନ୍ଦ୍ୱରେ କଥାବାର୍ତ୍ତା କରିଥାଏ । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କ ସହ ବହୁତ ମିଶିଯାଇଥିଲେ କିମ୍ବା ମିଶିବାକୁ ଚାହୁଁଥିଲେ କଥାବାର୍ତ୍ତା ହେବା ପାଇଁ ବାହାନା ଖୋଜିଥାନ୍ତି ।