ନୂଆ GSTରେ କୃଷକଙ୍କୁ ମିଳିବ ଦମଦାର ଲାଭ, ଜାଣନ୍ତୁ କେଉଁ ଜିନିଷରେ କେତେ କମିବ

କୃଷକଙ୍କ ପାଇଁ ଖୁସି ଖବର, ଜିଏସଟି ପରିବର୍ତ୍ତନରେ ହେବେ ଲାଭବାନ

ନୂଆଦିଲ୍ଲୀ: ଜିଏସଟି କାଉନସିଲ୍ ଜିଏସଟି ସିଷ୍ଟମରେ ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତର ଟ୍ୟାକ୍ସ ସ୍ଲାବକୁ ହଟାଇଦେଇଛନ୍ତି। ନୂଆ ପରିବର୍ତ୍ତନ ୨୨ ସେପ୍ଟେମ୍ବର ୨୦୨୫ରେ ଲାଗୁ ହେବ। ପ୍ରଥମେ ଜିଏସଟି ସିଷ୍ଟମରେ ସମୁଦାୟ ୪ ସ୍ଲାବ-୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ଥିଲା।

୨୨ ସେପ୍ଟେମ୍ବରରେ ମାତ୍ର ୨ ସ୍ଲାବ-୫ ପ୍ରତିଶତ ଏବଂ ୧୮ ପ୍ରତିଶତ ହିଁ ରହିବ। ଏହା ବ୍ୟତୀତ, ଲଗଜୁରୀ ଏବଂ ସିନ ପ୍ରଡକ୍ଟସ ପାଇଁ ୪୦ ପ୍ରତିଶତ ଜିଏସଟିର ନୂଆ ସ୍ଲାବ ଆରମ୍ଭ ହେବ।

ସରକାର ଦେଶର କୋଟି କୋଟି କୃଷକଙ୍କୁ ଦୃଷ୍ଟିରେ ରଖି କୃଷି ଉପକରଣକୁ ମଧ୍ୟ ୧୮ ପ୍ରତିଶତର ଜିଏସଟି ସ୍ଲାବରୁ ୫ ପ୍ରତିଶତର ସ୍ଲାବରେ ରଖିବାର ଘୋଷଣା କରିଛନ୍ତି।

ଏହି ଜିନିଷଗୁଡ଼ିକ ଉପରେ ଏତେ ହ୍ରାସ ହେବ ଜିଏସଟି:

-ଟ୍ରାକ୍ଟର ଉପରେ ଜିଏସଟି ୧୨ ପ୍ରତିଶତରୁ ହ୍ରାସ ହୋଇ ୫ ପ୍ରତିଶତ କରାଯାଇଛି। ଟ୍ରାକ୍ଟର ଏବଂ କୃଷି ଉପକରଣଗୁଡ଼ିକରେ କମ୍ ଜିଏସଟି କୃଷକଙ୍କ ପାଇଁ ମେସିନକରଣକୁ ଅଧିକ ଆଶ୍ୱସ୍ତି ପ୍ରଦାନ କରିବ।

-ଟ୍ରାକ୍ଟର ସାମଗ୍ରୀ, ଯେମିତିକି ଟ୍ରାକ୍ଟର ଟାୟାର ଏବଂ ଟ୍ୟୁବ, ଟ୍ରାକ୍ଟର ପାଇଁ ହାଇଡ୍ରୋଲିକ ପମ୍ପକୁ ମଧ୍ୟ ୧୮ ପ୍ରତିଶତରୁ ହଟାଇ ୫ ପ୍ରତିଶତର ସ୍ଲାବରେ ରଖାଯାଇଛି।

-କେନ୍ଦୁ ପତ୍ର ଉପରେ ଜିଏସଟି ଦର ୧୮ ପ୍ରତିଶତ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି।

-ବାଣିଜ୍ୟିକ ମାଲବାହୀ ଯାନ, ଯେମିତିକି ଟ୍ରକ ଏବଂ ଡେଲିଭରୀ ଭ୍ୟାନ ଉପରେ ଜିଏସଟି ୨୮ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି।

-୧୫ ଏଚପି ପର୍ଯ୍ୟନ୍ତ ଫିକ୍ସଡ ସ୍ପିଡ୍ ଡିଜେଲ ଇଞ୍ଜିନ, ଧାନକଟା ମେସିନ, କମ୍ପୋଷ୍ଟିଙ୍ଗ ମେସିନ ଆଦି ଉପରେ ଜିଏସଟି ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯାଇଛି।

-ସୌର ଶକ୍ତି ଆଧାରିତ ଉପକରଣଗୁଡ଼ିକ ଉପରେ ଜିଏସଟି ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ ହୋଇଛି। ଶସ୍ତା ସୌର ଶକ୍ତି ଆଧାରିତ ଉପକରଣ ଗୁଡ଼ିକ ଉପରେ ଭଡ଼ା କମିବ।

-୧୨ଟି ଜୈବ-କୀଟନାଶକ ଏବଂ ଅନେକ ସୁକ୍ଷ୍ମ ପୋଷକ ତତ୍ତ୍ୱରେ ଜିଏସଟି ୧୨ ପ୍ରତିଶତରୁ ହ୍ରାସ ହୋଇ ୫ ପ୍ରତିଶତ କରାଯାଇଛି।

-ସଂରକ୍ଷିତ ପନିପରିବା, ଫଳ ଉପରେ ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି। ଏଥିରେ କୋଲ୍ଡ ଷ୍ଟୋରେଜ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧିରେ ନିବେଶକୁ ପ୍ରୋତ୍ସାହିତ କରିବ।

-କ୍ଷୀର ଏବଂ ପନୀର ଉପରେ ଜିଏସଟି ଲାଗିବ ନାହିଁ।

-ଲହୁଣୀ, ଘିଅ ଉପରେ ୧୨ ପ୍ରତିଶତ ସ୍ଥାନରେ ୫ ପ୍ରତିଶତ ଜିଏସଟି କରାଯାଇଛି।

-କ୍ଷୀର ଡ୍ରମ ଉପରେ ଜିଏସଟି ୧୨ ପ୍ରତିଶତ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି।

-ସଂରକ୍ଷିତ ମାଛ ଉପରେ ଜିଏସଟି ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରିଦିଆଯାଇଛି। ଯେଉଁଥିରେ ସାରା ଦେଶରେ କୃଷି ଏବଂ ବିଶେଷ ଭାବେ ମାଛ ପାଳନକୁ ପ୍ରୋତ୍ସାହନ ମିଳିବ।

-ମହୁ ଉପରେ ୧୮ ପ୍ରତିଶତ ହ୍ରାସ ପାଇ ୫ ପ୍ରତିଶତ କରାଯାଇଛି। ପ୍ରାକୃତିକ ମହୁ ଉପରେ ଜିଏସଟି କମିବ। ଏହି ପ୍ରାକୃତିକ ମହୁର ମୁଖ୍ୟ ଉତ୍ପାଦନ ଅର୍ଥାତ ମହୁମାଛି ଛାଷୀ, ଆଦିବାସୀ ଏବଂ ଗ୍ରାମୀଣ ଏସଏଚଜିକୁ ଲାଭବାନ କରିବ।