୨୭ କୋଟିରୁ କେତେ ପାଇବେ ଋଷଭ ପନ୍ତ? ନିଲାମର ସବୁତକ ଟଙ୍କା ପାଇବେନି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ଶେଷ ହୋଇସାରିଛି ମେଗା ଅକ୍ସନ । ଏହି ନିଲାମୀରେ ଇତିହାସ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତ । ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ବିକ୍ରି ହୋଇଛନ୍ତି ଋଷଭ । ଚଳିତ ଅକ୍ସନରେ ପନ୍ତଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି ଲକ୍ଷେ୍ନø ସୁପର ଜିଆଣ୍ଟସ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଋଷଭ ପନ୍ତ ନିଲାମୀର ସମସ୍ତ ୨୭ କୋଟି ଟଙ୍କା ପାଇପାରିବେ ନାହିଁ । ତେବେ ଋଷଭଙ୍କ ଦରମା ୨୭ କୋଟି ହୋଇଥିଲେ ମଧ୍ୟ ତାଙ୍କୁ ଏହାର କିଛି ପ୍ରତିଶତ ଟଙ୍କା ହରାଇବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ୨୭ କୋଟିରୁ କେତେ ଟଙ୍କା ପାଇବେ ଋଷଭ ପନ୍ତ?

କେ.ଏଲ ରାହୁଲଙ୍କୁ ଦଳ ରିଲିଜ କରିଥିବା ବେଳେ ତାଙ୍କ ସ୍ଥାନରେ ଋଷଭଙ୍କୁ ସାମିଲ କରିଛି ଲକ୍ଷେ୍ନø । ଦଳ ଋଷଭଙ୍କୁ ୨୦.୭୫ କୋଟିରେ ନିଲାମ ଡାକିଥିଲା । କିନ୍ତୁ ଋଷଭଙ୍କୁ ପୁରୁଣା ଦଳ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଆରଟିଏମ ଜରିଆରେ କିଣିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଲକ୍ଷେ୍ନø ଋଷଭଙ୍କ ସର୍ବାଧିକ ମୂଲ୍ୟ ୨୭ କୋଟି କହିବାରୁ ଦିଲ୍ଲୀ ଓହରି ଯାଇଥିଲା । ଏହାପରେ ଲକ୍ଷେ୍ନø ସୁପର ଜିଆଣ୍ଟସ ଋଷଭଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଅର୍ଥାତ୍ ଋଷଭ ପନ୍ତଙ୍କ ସାଲାରୀ ୨୭ କୋଟି ଟଙ୍କା ରହିବ । ତେବେ ଏହି ୨୭ କୋଟିରୁ ପ୍ରାୟ ୮.୧ କୋଟି ଟଙ୍କା ଟାକ୍ସ ଆକାରରେ ଭାରତ ସରକାରଙ୍କୁ ପୈଠ କରିବେ ଋଷଭ ପନ୍ତ । ଏହାପରେ ୧୮.୯ କୋଟି ହିଁ ଋଷଭଙ୍କୁ ଆଇପିଏଲ ସାଲାରୀ ରହିବ ।

ଆହତ ହେଲେ କେତେ ପାଇବେ ଋଷଭ?

ଯଦି ଆଇପିଏଲ କେଳିବା ସମୟରେ ଋଷଭ ପନ୍ତ ଆହତ ହୋଇଯାନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ଟଙ୍କା ପ୍ରଦାନ କରାଯିବ । କିନ୍ତୁ ଯଦି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ଆହତ ହୋଇ ଆଇପିଏଲରୁ ବାଦ୍ ପଡ଼ିବେ, ତେବେ ଫ୍ରାଞ୍ଚାଇଜି ତାଙ୍କ ବିକଳ୍ପ ଭାବରେ ଅନ୍ୟ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରାଇପାରେ । ଯଦି କୌଣସି ବିଦେଶୀ ଖେଳାଳି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆହତ ହୁଅନ୍ତି, ତେବେ ତାଙ୍କୁ କୌଣସି ଟଙ୍କା ମିଳିବ ନାହିଁ । କିନ୍ତୁ ଯଦି କୌଣସି ଭାରତୀୟ ଖେଳାଳି ଟିମ ଇଣ୍ଡିଆ ପାଇଁ ଖେଳି ଆହତ ହୁଅନ୍ତି, ତେବେ ବିସିସିଆଇ ଖେଳାଳିମାନଙ୍କର ବୀମା କରାଇଛି ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଟଙ୍କା ମିଳିପାରିବ ।

ମ୍ୟାଚ୍ ନ ଖେଳିଲେ ବି ମିଳିବ ପୂରା ଟଙ୍କା:

ଅନେକ ଖେଳାଳି ସାରା ଟୁର୍ଣ୍ଣାମେଣ୍ଟ ଫ୍ରାଞ୍ଚାଇଜି ପାଇଁ ଉପଲବ୍ଧ ରହିଛନ୍ତି, କିନ୍ତୁ ତାଙ୍କୁ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳେନାହିଁ । ଏଭଳି ପରିସ୍ଥିତିରେ ଟିମ୍ କିଣିଥିବା ସମସ୍ତ ଖେଳାଳିଙ୍କୁ ମ୍ୟାଚ ନ ଖେଳିଲେ ମଧ୍ୟ ଟଙ୍କା ଦେବ । ଅନେକ ଖେଳାଳି ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥାନ୍ତି । ଏଭଳି ସ୍ଥିତିରେ ସେହି ଖେଳାଳିଙ୍କୁ ମ୍ୟାଚ୍ ହିସାବରେ ଟଙ୍କା ଦିଆଯିବ । କିନ୍ତୁ ଯଦି ଜଣେ ଖେଳାଳି ଟୁର୍ଣ୍ଣାମେଣ୍ଟ ଅଧାରୁ ଆହତ ହୁଅନ୍ତି, ତେବେ ଏହି ଖେଳାଳିଙ୍କୁ ସମସ୍ତ ଟଙ୍କା ଦେବାକୁ ବାଧ୍ୟ ହେବ ଫ୍ରାଞ୍ଚାଇଜି ।