fbpx

ଭୁଲ୍‌ରେ ବି ଗୋଡ ଉପରେ ଗୋଡ ଛନ୍ଦି ବସନ୍ତୁ ନାହିଁ, ବିଗିଡି ଯାଇପାରେ ସ୍ୱାସ୍ଥ୍ୟ

ନୂଆଦିଲ୍ଲୀ: କିଛି ଲୋକଙ୍କର ଗୋଡକୁ ଛନ୍ଦି ବସିବାର ଅଭ୍ୟାସ ରହିଛି । ଯଦିଓ ଏହିପରି ବସିବା ଆରାମଦାୟକ ଲାଗିଥାଏ ତଥାପି ଏହା ସ୍ୱାସ୍ଥ୍ୟ ଲାଗି ଆଦୌ ଭଲ ନୁହେଁ । ବହୁ ରିସର୍ଚ୍ଚରୁ ଜଣାପଡିଛି ଗୋଡକୁ ଛନ୍ଦି କରି ବସିବା ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ।

୧-ଗୋଡ ଉପରେ ଗୋଡ ରଖି ବସିବା ଦ୍ୱାରା ପଛ ଭାଗର ପୋଜିସନ ବଦଳିଯାଏ । ଫଳରେ ସବୁଦିନ ଲାଗି ଆପଣଙ୍କର ବସିବାର ଷ୍ଟାଇଲ ବଦଳିଯାଏ ।
୨-ଏପରି ବସିବା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ । ଯେତେବେଳେ ଆମେ ଗୋଟିଏ ଗୋଡ ଉପରେ ଆଉ ଗୋଟିଏ ଗୋଡ ରଖି ବସିଯାଉ ସେତେବେଳେ ଉପରେ ରହିଥିବା ଗୋଡରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ । ଏହାଦ୍ୱାରା ରେଷ୍ଟଲେସ୍ ସିଣ୍ଡ୍ରୋମ ବା ଗୋଡରେ ଯନ୍ତ୍ରଣା ହୋଇଥାଏ ।
୩-ଏପରି ବସିବା ଦ୍ୱାରା ଗୋଡର ତଳ ଭାଗରେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ହାର୍ଟକୁ ବହୁ ଜୋରରେ ବ୍ଲଡ ପମ୍ପ କରିବାକୁ ହୋଇଥାଏ । ଏହାଦ୍ୱାରା ରକ୍ତଚାପ ବଢିଯାଇଥାଏ ।
୪-ଗୋଡ ଛନ୍ଦି ବସିବା ଦ୍ୱାରା ବେକ ଉପରେ ବି ଚାପ ପଡିଥାଏ । ଏହା ସହିତ ମେରୁଦଣ୍ଡ ଓ ଅଣ୍ଟା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ ।
୫-ଏହା ବ୍ୟତିତ ଏପରି ବସିବା ଦ୍ୱାରା ପୁରୁଷଙ୍କ ସ୍ପର୍ମ ଉପରେ ବି ପ୍ରଭାବ ପଡିଥାଏ ।

Get real time updates directly on you device, subscribe now.