ନୂଆଦିଲ୍ଲୀ: ଗାଡି ଚଳାଇବା ବେଳେ ଡ୍ରାଇଭିଙ୍ଗ ଲାଇସେନ୍ସ(DL)ନିହାତି ଆବଶ୍ୟକ । DL ବିନା ଗାଡି ଚଳାଇବା ବେଆଇନ କୁହାଯାଉଥିବା ବେଳେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବା ସହିତ ଜେଲ ବି ହୋଇପାରେ । ତେବେ ଯଦି ଏହି ଲାଇସେନ୍ସ ଆପଣଙ୍କର ହଜିଯାଏ ତେବେ କ’ଣ ଏହାର ବିକଳ୍ପ ବ୍ୟବସ୍ଥା? ଆପଣ ନିଜର ଏକ ଡୁପ୍ଲିକେଟ ଲାଇସେନ୍ସ ବାହାର କରି ପାରନ୍ତି । ଅନାଲାଇନରେ ଲାଇସେନ୍ସ ବାହାର କରିବା ପାଇଁ ଆବେଦନ କିପରି କରିବେ:-
DL ପାଇଁ ଆବେଦନ କରିବା ପୂର୍ବରୁ ଆପଣଙ୍କୁ ନିଜର କିଛି ଡକ୍ୟୁମେଣ୍ଟସ ଆବଶ୍ୟକ ପଡିବ । ଏଥିପାଇଁ ଆପଣଙ୍କୁ ଫର୍ମ-୨(LLD)ରେ ଆବେଦନ କରିବା ସହ ଅସଲି ଲାଇସେନ୍ସ, ଲାଇସେନ୍ସର ଫଟୋ କପି, FIR କପପି, ପାସପୋର୍ଟ ସାଇଜ ଫଟୋ, ଏଜ ପ୍ରୁଫ ଇତ୍ୟାଦି ଡକ୍ୟୁମେଣ୍ଟର ଆବଶ୍ୟକ ହେବ ।
ତେବେ ପ୍ରଥମେ ସାରଥୀ ପରିବହନର ୱେବସାଇଟ https://parivahan.gov.in/ କୁ ଯାଆନ୍ତୁ । ଏଠାରେ ଥିବା ଅନଲାଇନ ସର୍ଭିସ ଅପ୍ସନକୁ ସିଲେକ୍ଟ କରନ୍ତୁ । ଏହାପରେ ‘ଡ୍ରାଇଭିଙ୍ଗ ଲାଇସେନ୍ସ ରିଲେଟେଡ ସର୍ଭିସେସ’କୁ ଚୟନ କରନ୍ତୁ । ପରେ ନିଜ ରାଜ୍ୟ ସିଲେକ୍ଟ କରିବା ପରେ ଆପଣଙ୍କୁ ସାରଥୀ ପରିବହନ ୱେସାଇଟରେ ରିଡାଇରେକ୍ଟ କରି ଦିଆଯିବ । ଏବେ ‘ଡ୍ରାଇଭିଙ୍ଗ ଲାଇସେନ୍ସ’ ପେଜକୁ ଯାଇ ‘ସର୍ଭିସେସ ଅନ DL’ରେ କ୍ଲିକ କରନ୍ତୁ । ଏହାପରେ ଆଗକୁ ଯାଇ ନିଜ ଲାଇସେନ୍ସ ନମ୍ବର ଏବଂ ଜନ୍ମ ତାରିଖ ସବମିଟ କରନ୍ତୁ । ଏହାପରେ ମିଳିଥିବା ଡ୍ରାଇଭିଙ୍ଗ ଲାଇସେନ୍ସ ଡିଟେଲ୍ସରେ ନିଜର ଲାଇସେନ୍ସକୁ ଚୟନ କରି ଆଗକୁ ବଢନ୍ତୁ ।
ଏହାପରେ ନିଜ ରାଜ୍ୟର ନାମ ଏବଂ RTO ସିଲେକ୍ଟ କରନ୍ତୁ । ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ ଡିଟେଲକୁ କନଫର୍ମ କରନ୍ତୁ ଏବଂ ‘ଇସ୍ୟୁ ଅଫ ଡୁପ୍ଲିକେଟ ଡିଏଲ’କୁ ଚୟନ କରି ଆଗକୁ ବଢନ୍ତୁ । ଏବେ ଆପଣଙ୍କୁ DL ବନାଇବାର କାରଣ ଦର୍ଶାଇବାକୁ ହେବ ଏବଂ ଏହାପରେ ପୂରଣ କରିଥିବା ଫର୍ମ ଓ ଏହାର ରିସିପ୍ଟ ଡାଉନଲୋଡ କରନ୍ତୁ । ଏହି ୨ ଡକ୍ୟୁମେଣ୍ଟକୁ RTO ଅଫିସରେ ଜମା କରିବାର କିଛି ଦିନ ମଧ୍ୟରେ ଆପଣଙ୍କୁ ଡୁପ୍ଲିକେଟ ଡିଏଲ ପ୍ରାପ୍ତ ହୋଇପାରିବ ।