fbpx

ସୁନିତା ୱିଲିୟମ୍ସଙ୍କ ଭଳି କେମିତି ହୋଇ ପାରିବେ ମହାକାଶଚାରୀ, ଜାଣନ୍ତୁ ଏଥିପାଇଁ କେଉଁଠି ନେବେ ଆଡମିଶନ…

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସଙ୍କ ନାଁ କାହାକୁ ବା ଅଜଣା । ଯୁବପିଢି ତାଙ୍କଠୁ ପ୍ରେରଣା ପାଇ ମହାକାଶଚାରୀ ହେବାର ସ୍ୱପ୍ନ ଦେଖନ୍ତି । ଏହା ପ୍ରଥମ ଥର ନୁହେଁ ଯେ ସୁନିତା ସ୍ପେସକୁ ଯାଇଛନ୍ତି । ଏହା ପୂର୍ବରୁ ମଧ୍ୟ ସୁନିତା ୱିଲିୟମ୍ସ ମହାକାଶରେ ନିଜର ଶକ୍ତି ଓ ସାମର୍ଥ୍ୟର ପ୍ରମାଣ ଦେଇ ସାରିଛନ୍ତି । ସୁନିତାଙ୍କ ପୁରା ନା ହେଉଛି ସୁନିତାଲିନ ୱିଲିୟମ୍ସ । ଆସନ୍ତୁ ଜାଣିବା ସୁନିତା କେତେ ପଢିଛନ୍ତି ଓ ନାସା ତଥା ଇସ୍ରୋ ଭଳି ସଂସ୍ଥାନରେ ପାଠ ପଢିବା ପାଇଁ କେଉଁ କୋର୍ସ କରିବେ ।

ସୁନିତା ୱିଲିୟମ୍ସ ଆମେରିକାର ଜଣେ ଅନ୍ତରୀକ୍ଷ ଯାତ୍ରୀ ଅଟନ୍ତି ଯାହାଙ୍କ ନାମରେ ମହାକାଶରେ ସର୍ବାଧିକ ଚାଲିବାର ରେକର୍ଡ ରହିଛି । ୧୯୫୮ ମସିହାରେ ସୁନିତାଙ୍କ ବାପା ଅହମଦାବାଦରୁ ଆମେରିକା ଯାଇ ମୈସାଚୁସେଟସ୍ ରେ ରହିବା ଆରମ୍ଭ କଲେ । ସୁନିତା ନିଜ ପରିବାର ସବୁଠୁ ଛୋଟ ସନ୍ତାନ ଅଟନ୍ତି । ଏବେ ସେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅନ୍ତରୀକ୍ଷରେ ରହି ଯାଇଛନ୍ତି । ସେ ୧୯୮୩ ମସିହାରେ ନିଧମ ହାଇସ୍କୁଲ ଓ ୧୯୮୭ ମସିହାରେ ୟୁଏସ ନାଭାଲ ଏକାଡେମୀରୁ ଫିଜିକାଲ ସାଇନ୍ସରେ ବିଏସସି ଡିଗ୍ରୀ ହାସଲ କରିଛନ୍ତି । ସୁନିତା ୧୯୯୫ ମସିହାରେ ଫ୍ଲୋରିଡା ଇନା୍‌ଟିଚ୍ୟୁଟ ଅଫ ଟେକ୍ନୋଲୋଜୀରୁ ଇଞ୍ଜିନିୟରିଙ୍ଗ ମୈନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ସୁନିତା ୧୯୮୭ ମସିହାରେ ଆମେରିକା ନୌସେନାରେ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ ତାଙ୍କୁ ବେସିକ ଡ୍ରାଇଭିଂ ଅଫିସରରୁ ନାଭାଲ ଏବିଏଟର କରାଯାଇଥିଲା । ପରେ ଭାରତୀୟ ବଂଶୋଦ୍ଭବ ଏହି ସୁନା ଝିଅ ସଫଳତାର ଶୀର୍ଷରେ ପହଞ୍ଚି ଥିଲେ । ତେବେ ଆପଣ ବି ଯଦି ସୁନିତା ୱିଲିୟମ୍ସଙ୍କ ଭଳି ମହାକାଶଚାରୀ ହେବାକୁ ଚାହାଁନ୍ତି ତେବେ ଯୁକ୍ତ ୨ ବିଜ୍ଞାନ ପରେ ଏରୋନୋଟିକ୍ସ, ଏବିଏଶନ, ଏଷ୍ଟ୍ରୋଫିଜିକ୍ସ ତଥା ଏୟରୋସ୍ପେସ ବିଷୟ ରଖି ସ୍ନାତକ ତଥା ସ୍ନାତକୋତ୍ତର କରି ପାରିବେ । ଏହିସବୁ କୋର୍ସରେ ଆପଣ ପିଏଚଡି ମଧ୍ୟ କରି ପାରିବେ । ଏହି କୋର୍ସ ପରେ ଜଣେ ନାସା, ଇସ୍ରୋ ଭଳି ସଂସ୍ଥାରେ କାମ କରି ନିଜକୁ ମହାକାଶରେ ପାଦ ଥପେଇବାର ସୁଯୋଗ ଦେଇ ପାରିବେ ।

Get real time updates directly on you device, subscribe now.