fbpx

କିପରି ଯାଞ୍ଚ କରିବେ ଗ୍ୟାସ୍ ପାଇପ୍ ଏକ୍ସପାୟାର ଡେଟ୍? ଜାଣନ୍ତୁ, ଭାରତ ସରକାରଙ୍କ ଏହି ଆପ୍ ବିଷୟରେ

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ ନିହାତି ବ୍ୟବହାର ହେଉଛି। ସହରଠାରୁ ଆରମ୍ଭ କରି ଗାଁ’ ଗହଳି ପର୍ଯ୍ୟନ୍ତ ଏଣିକି ସମସ୍ତେ ଗ୍ୟାସ ଉପରେ ନିର୍ଭରଶୀଳ। କାରଣ ରୋଷେଇ କରିବାର ଅତି ସହଜ ମାଧ୍ୟମ ହେଉଛି ଗ୍ୟାସ ସିଲିଣ୍ଡର। କିନ୍ତୁ ଏହି ଗ୍ୟାସ ସିଲିଣ୍ଡର ଯେତିକି ଭଲ ସେତିକି ଖରାପ। କାହିଁକି ନା ଯଦି ଆପଣ ସାମାନ୍ୟ ବେଲକ୍ଷ ହେବେ ତାହେଲେ ଏଥିରେ ଆପଣଙ୍କ ଜୀବନ ଚାଲିଯାଇପାରେ। ତେଣୁ ଗ୍ୟାସ ବ୍ୟବହାର କରୁଥିଲେ ଗ୍ୟାସ ପାଇପର ପୂର୍ଣ୍ଣ ତାରିଖ ଯାଞ୍ଚ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେବେ ଆସନ୍ତୁ, ଜାଣିବା କିପରି ଆପଣ ସହଜରେ ଗ୍ୟାସ୍ ପାଇପର ଏକ୍ସପାୟାର ଯାଞ୍ଚ କରିପାରିବେ।

ସୂଚନା ଥାଉକି, ଗ୍ୟାସ୍ ପାଇପ୍ ରବରରେ ତିଆରି। ସମୟ ସହିତ ରବର ଖରାପ ହେବା ପରେ ଗ୍ୟାସ ଲିକ ହେବାର ଆଶଙ୍କା ବଢିଯାଏ। ତେଣୁ ଗ୍ୟାସ ପାଇପକୁ ଠିକ୍ ଭାବେ ଯାଞ୍ଚ କରିବା ଓ ବଦଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ବର୍ତ୍ତମାନ ଅନଲାଇନ ମାଧ୍ୟମରେ ବି ଗ୍ୟାସ ପାଇପର ଯାଞ୍ଚ କରାଯାଉଛି। ଯଦି ଆପଣ ଜାଣି ନାହାଁନ୍ତି ପାଇପ୍ ଏକ୍ସପାୟାର ହୋଇଛି ତେବେ ଆପଣ ଏଠାରେ ଉଲ୍ଲେଖ କରାଯାଇଥିବା ଅନଲାଇନ ପଦ୍ଧତି ବ୍ୟବହାର କରି ଏହାକୁ ଯାଞ୍ଚ କରିପାରିବେ।

ଆପଣ ଦେଖିବେ, ଯେ ପ୍ରତ୍ୟେକ ଗ୍ୟାସ୍ ପାଇପ୍ ଉପରେ ଏକ ଏକ୍ସପାୟାର ତାରିଖ ଲେଖାଯାଇଥାଏ। ବାସ୍ତବରେ ଏହା ହେଉଛି ଲାଇସେନ୍ସର ତାରିଖ, ଯାହାକୁ ଆପଣ ଆପଣ ଜାଣି ପାରିବେ ଯେ ଆପଣଙ୍କ ଗ୍ୟାସ୍ ପାଇପ୍ ଏକ୍ସପାୟାର ହୋଇଛି କି ନାହିଁ। ତେଣୁ ଏଥିଲାଗି ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଦ୍ୱାରା ସାର୍ଟିଫିକେଟ୍ ହୋଇଥିବା ଜିନିଷଗୁଡ଼ିକ ଏକ୍ସପାୟାର ବିଷୟରେ ଆପଣ ଭାରତ ସରକାରଙ୍କ ବିଏସ୍ କେୟାର ଆପ୍‌ରେ ଦେଖିପାରିବେ। ଏକ୍ସପାୟାର ତାରିଖ ବିଷୟରେ ଜାଣିବାକୁ ଚାହୁଁଥିଲେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ BIS କେୟାର ଆପ୍ ଡାଉନଲୋଡ୍ କରନ୍ତୁ। ଏବଂ ଗ୍ୟାସ୍ ପାଇପ୍ ସମାପ୍ତି ଯାଞ୍ଚ କରିବାକୁ ଏହି ପଦକ୍ଷେପ ଗୁଡିକ ଅନୁସରଣ କରନ୍ତୁ।

  • ପ୍ରଥମେ ଆପଣଙ୍କ ଫୋନରେ BIS କେୟାର ଆପ୍ ଖୋଲନ୍ତୁ।
  • ତା’ପରେ ସେଥିରେ ଦିଆଯାଇଥିବା ଲାଇସେନ୍ସ ବିବରଣୀ ଯାଞ୍ଚ ବିକଳ୍ପ ଉପରେ ଟ୍ୟାପ୍ କରନ୍ତୁ।
  • ଏହାପରେ ପାଇପ୍ ଉପରେ ଲେଖାଯାଇଥିବା CM / L  କୋଡ୍ ପକାନ୍ତୁ ।
  • କୋଡ୍ ଲେଖିବା ପରେ, ସ୍କ୍ରିନରେ ଥିବା ଗୋ ବଟନ୍ ଉପରେ କ୍ଲିକ୍ କରନ୍ତୁ।
  • ଦେଖିବେ, ବିଏସ୍ କେୟାରରୁ ସୂଚନା ଉପଲବ୍ଧ ହେବ।
  • ଏହା ପରେ ଆପଣ ଗ୍ୟାସ ପାଇପ୍‌ ସହିତ ଜଡିତ ସମସ୍ତ ସୂଚନା ଦେଖିପାରିବେ।
  • ଯଦି ସେଥିରେ, ପାଇପର ଏକ୍ସପାଇରୀ ତାରିଖ ଲେଖାଯାଇଥିବ, ତାହାଲେ ତୁରନ୍ତ ଏକ ନୂତନ ପାଇପ୍ କିଣନ୍ତୁ।

 

Get real time updates directly on you device, subscribe now.