fbpx

ଯାତ୍ରା ସମୟରେ ବାନ୍ତି ହେବନି, ପାଖରେ ରଖନ୍ତୁ ଏହି ଜିନିଷ

ଅନେକ ଲୋକଙ୍କୁ ଟ୍ରାଭେଲିଙ୍ଗ୍ କରିବାର ଶୌକ ଥାଏ । କେତେବେଳେ ସାଙ୍ଗସାଥି, ବନ୍ଧୁବାନ୍ଧବ, ପରିବାର ତ ଆଉ ପୁଣି କେବେ ନିଜେ ଏକା ଟ୍ରାଭେଲ କରିଥାନ୍ତି । ଏହା ସେମାନଙ୍କୁ ସୁଖଦ ଅନୁଭୂତି ଦେଇଥାଏ । କିନ୍ତୁ ଅଧିକାଂଶ ଲୋକଙ୍କ ପକ୍ଷେ ଯାତ୍ରା କରିବା ସେମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ । କିଛି ଲୋକଙ୍କ କ୍ଷେତ୍ରରେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ଘାବରେଇବା ଭଳି ଲକ୍ଷଣ ଦେଖାଦେଇଥାଏ । ପାହାଡ଼ିଆ ଅଂଚଳରେ ବୁଲାଣି, ଉଚ୍ଚା ସ୍ଥାନ, ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଅନେକ ଲୋକ ଯାତ୍ରା କରିବା ପାଇଁ ସଙ୍କୋଚ ପ୍ରକାଶ କରିଥାନ୍ତି । ଏଭଳି ସ୍ଥିତିକୁ ‘ମୋଶନ୍ ସିକନେସ୍‌’ ବୋଲି କୁହାଯାଏ ।
କ’ଣ ରହିଛି ‘ମୋଶନ୍ ସିକ୍‌ନେସ୍‌’ର ଲକ୍ଷଣ ?
-ମୁଣ୍ଡ ବୁଲାଇବା
-ବାନ୍ତି ହେବା
-ଥକାପଣ
– ବଦ୍‌ହଜମୀ
-ପେଟରେ ଯନ୍ତ୍ରଣା
– ଚିଡ଼ଚିଡ଼ାପଣ
-ଭର୍ଟିଗୋ

‘ମୋଶନ୍ ସିକନେସ୍‌’ରୁ କିପରି ନିଜକୁ ରକ୍ଷା କରିବେ ?

– ଆପଣଙ୍କୁ ମୋଶନ୍ ସିକନେସ ଥିଲେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଅଦା, ଲେମ୍ବୁ, ପୁଦିନା ପରି ଥଣ୍ଡା ପାନୀୟର ସେପନ କରିପାରିବେ । ଏହା ଦ୍ୱାରା ବାନ୍ତି ହୋଇନଥାଏ ।

– ସବୁବେଳେ ପାଖରେ ଲବଙ୍ଗ ଓ ଗୁଜରାତି ରଖନ୍ତୁ । ଆପଣ ଚାହିଁଲେ ଗୁଣ୍ଡ କରି ମଧ୍ୟ ଛୋଟ ଡ଼ବାରେ ରଖିପାରିବେ । ବାନ୍ତି ଆସିଲେ ପାଟିରେ ଯାକି ରଖିପାରିବେ କିମ୍ବା ଉଷୁମ ପାଣିରେ ମିଶାଇ ସେବନ କରିପାରିବେ ।

– ମୋଶନ୍ ସିକନେସ୍ ରୋଗୀମାନଙ୍କୁ ଯାତ୍ରା ସମୟରେ ପେପର, ମାଗାଜିନ୍ ବା ବହି ପଢ଼ିବା ଉଚିତ ନୁହେଁ । ଏହା ଦ୍ୱାରା ମୁଣ୍ଡ ଆହୁରି ବୁଲାଇଥାଏ ।

– କେବେବି ଯାତ୍ରା କରିବା ପୂର୍ବରୁ ଅଧିକ ଭୋଜନ କରିବା ଉଚିତ ନୁହେଁ । ଏହା ବଦ୍‌ହଜମୀର ଆଶଙ୍କା ବୃଦ୍ଧି ପାଇଥାଏ ।

– ଟ୍ରେନ୍‌, ବସ୍ ବା କାରରେ ଯାତ୍ରା କରୁଥିବା ସମୟରେ ଓଲଟା ନ ବସି ସିଧା ପଟ ବସନ୍ତୁ(ସାମ୍ନାକୁ ମୁହଁ କରି ବସନ୍ତୁ) ।

Get real time updates directly on you device, subscribe now.