fbpx

କିପରି ଜାଣିବେ ପିଲାଙ୍କ କୃମି ସମସ୍ୟା? ଏହିସବୁ ସଂକେତ ଥିଲେ ଜାଣିବେ ଆପଣଙ୍କ ପିଲା ବି ଭୋଗୁଛି ସମାନ ଦଶା

AAKASH

ଓଡ଼ିଶା ଭାସ୍କର: ଆଜିକାଲି ସମୟରେ ପିଲାମାନଙ୍କ ଦେହରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳୁଛି । ତେବେ ସାଧାରଣତଃ କୃମି ସମସ୍ୟା ଅନେକ ସମୟରେ ଚିହ୍ନଟ ହୋଇଥାଏ । ପିଲାଙ୍କ ପେଟରେ କୃମି ହେବା ଏକ ସାଧାରଣ ମାମଲା । ତେବେ ଏହା ଜଣାପଡ଼ିବ କିପରି? ତେବେ ଆସନ୍ତୁ ପିଲାମାନଙ୍କ ପେଟରେ କୃମି ହେବାର ୫ଟି ସଂକେତ ବିଷୟରେ ବିସ୍ତୃତ ଭାବରେ ଜାଣିବା । ପିଲାଙ୍କ ପାଖରେ ଦେଖାଯାଉଥିବା ଏହି ସଂକେତକୁ ଅଣଦେଖା କରନ୍ତୁ ନାହିଁ ।

ପେଟ ଯନ୍ତ୍ରଣା:- ଯେତେବେଳେ କୌଣସି ପିଲାର ପେଟରେ କୃମି ସମସ୍ୟା ହୋଇଥାଏ , ସେତେବେଳେ ସର୍ବପ୍ରଥମେ ତାର ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ । ଏହି କାରଣରୁ ପିଲାମାନଙ୍କ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ । ଏହି କାରଣରୁ ପିଲାମାନଙ୍କ ପେଟରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଯାଏ । ଏହି ସଂକେତକୁ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଯାହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ଭୋକ ନ ଲାଗିବା:- ଯଦି କୌଣସି ପିଲାକୁ ଭୋକ ଲାଗେ ନାହିଁ , ତେବେ ଏହି ସଂକେତ ପେଟରେ ଥିବା କୃମି ଯୋଗୁଁ ହୋଇପାରେ । କାରଣ ଯେତେବେଳେ ପିଲା ପେଟରେ କୃମି ଜାତ ହୋଇଯାଏ, ସେତେବେଳେ ଏହା ହଜମ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରିଥାଏ । ଏହାଦ୍ୱରା ପିଲାମାନଙ୍କୁ ଭୋକ ଲାଗେ ନାହିଁ ।

ଥକ୍କାପଣ: ଯେତେବେଳେ ପିଲାମାନଙ୍କର ପେଟରେ କୃମି ସମସ୍ୟା ଜନ୍ମ ହୋଇଯାଏ , ସେତେବେଳେ ଶରୀରରେ ଧୀରେ ଧୀରେ ଶକ୍ତି ହ୍ରାସ ହେବାକୁ ଲାଗିଥାଏ । ଏହାଦ୍ୱାରା ଶରୀରରେ ଥକାପଣର ସମସ୍ୟା ଲାଗି ରହିଥାଏ ଏବଂ ପିଲାମାନଙ୍କର ଶରୀର ଦୁର୍ବଳ ହୋଇଯାଏ । ଯଦି ଆପଣଙ୍କ ପିଲା ମଧ୍ୟ ଥକ୍କାପଣ ଅନୁଭବ କରୁଛି , ତେବେ ଏହାର ଅର୍ଥ ଆପଣଙ୍କ ପିଲାର ପେଟରେ ପୋକର ସମସ୍ୟା ଉତ୍ପନ୍ନ ହୋଇସାରିଛି । ଏହାକୁ ଅଣଦେଖା କରନ୍ତୁ ନାହିଁ ।

ବିରକ୍ତି ଭାବ: ଯେତେବେଳେ ପିଲାର ପେଟରେ କୃମି ସମସ୍ୟା ଉତ୍ପନ୍ନ ହୋଇଥାଏ , ସେତେବେଳେ ପିଲାକୁ ବିରକ୍ତଭାବ ଅନୁଭବ ହୋଇଥାଏ । କାରଣ ପେଟରେ କୃମି ହେବା ହେତୁ ଶରୀରର ରକ୍ତ ସଞ୍ଚାଳନ ଅନିୟନ୍ତ୍ରିତ ହେବାକୁ ଲାଗିଥାଏ । ଯାହାର ପ୍ରଭାବ ମନ ଉପରେ ମଧ୍ୟ ପଡ଼ିଥାଏ ।

ଶକ୍ତିର ଅଭାବ: ଯେତେବେଳେ ପିଲାର ପେଟରେ କୃମି ସମସ୍ୟା ହୋଇଥାଏ , ସେତେବେଳେ ଶରୀରରେ ଶକ୍ତିର ଅଭାବ ହେବା ଆରମ୍ଭ ହୋଇଥାଏ । ଯେଉଁ କାରଣରୁ ପିଲା ନିଜକୁ ଶକ୍ତିହୀନ ଅନୁଭବ କରିଥାଏ । ତାକୁ କୌଣସି ପ୍ରକାରର କାମରେ ମନ ଲାଗି ନଥାଏ ଏବଂ ଏହାସହିତ ତାର ଶରୀର ଅସୁସ୍ଥ ହୋଇଯାଏ । ତେଣୁ ଯଦି କୌଣସି ପିଲା ଠାରେ ଏଭଳି ସଂକେତ ଦେଖାଯାଉଛି , ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ସାହାଯ୍ୟ ନିଅନ୍ତୁ ।

Get real time updates directly on you device, subscribe now.