କେମିତି ପାଇବେ ଫ୍ୟାନ୍ସି ନମ୍ବର: ଏହି ଉପାୟରେ ଆପଣ ମାଗଣା ପାଇପାରିବେ VIP ମୋବାଇଲ ନମ୍ବର

ଫ୍ୟାନ୍ସି ମୋବାଇଲ ନମ୍ବର ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି । କାରଣ ଆଜିର ଡିଜିଟାଲ ଦୁନିଆରେ ମୋବାଇଲ ନମ୍ବର ଜଣେ ବ୍ୟକ୍ତିର ପରିଚୟ ପାଲଟି ଯାଇଛି । ତେଣୁ ଏହି ନମ୍ବର ସମାନ୍ୟ ଅଲଗା ଏବଂ ୟୁନିକ ରଖିବାକୁ ଚାହାନ୍ତି ପ୍ରତ୍ୟେକ ନାଗରିକ । ସେଥିପାଇଁ ଫ୍ୟାନ୍ସି ନମ୍ବର ବା VIP ନମ୍ବର ପ୍ରତି ସମସ୍ତଙ୍କ ଆଗ୍ରହ ବଢିଛି । ତେବେ ଆପଣ ଜାଣିଛନ୍ତି କି କେମିତି ପାଇ ପାରିବେ ଏହି ଫ୍ୟାନ୍ସି ନମ୍ବର? ଆପଣ ମଧ୍ୟ ପାଇପାରିବେ ଏହି VIP ନମ୍ବର, ସେ ବି ସମ୍ପୂର୍ଣ୍ଣ ମାଗଣା ।

BSNL ଦେଉଛି ଅଫର:

ଯଦି ଆପଣ ମଧ୍ୟ ଫ୍ୟାନ୍ସି ନମ୍ବର ପାଇବାକୁ ଚାହୁଁଛନ୍ତି, ତେବେ କମ୍ପାନୀ ଆପଣଙ୍କୁ ପ୍ରି-ପେଡ ଏବଂ ପୋଷ୍ଟପେଡ ଉଭୟ ବିକଳ୍ପ ଦେଇଥାଏ । ଏଥିମଧ୍ୟରୁ କୌଣସି ଏକ ସିମ କାର୍ଡ କିଣିବା ପାଇଁ ଗ୍ରାହକଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏବଂ ଇ-ଅକ୍ସନରେ ଭାଗ ନେବାକୁ ପଡିବ । ତେବେ ଏହି ନମ୍ବରଗୁଡିକର ଅଧିକ ଚାହିଦା ରହିଥିବାରୁ BSNL କମ୍ପାନୀ ଏହାର ନିଲାମୀ କରିଥାଏ । ପ୍ରଥମେ BSNLର ଅଫିସିଆଲ ୱେବସାଇଟ education.bsnl.co.in ରେ ମୋବାଇଲ ନମ୍ବର, ଇମେଲ ଦେଇ ଲଗ ଇନ କରିବାକୁ ପଡିବ । ଏହାପରେ ଫ୍ୟାନ୍ସି ନମ୍ବରଗୁଡିକର ଏକ ତାଲିକା ଆପଣଙ୍କ ସ୍କ୍ରିନରେ ଆସିବ । ଏଥିମଧ୍ୟରୁ ଏକ ନମ୍ବର ଆପଣଙ୍କୁ ବାଛିବାକୁ ପଡିବ । ଏହାପରେ ଆପଣଙ୍କୁ “”CONTINUE TO CART” ରେ କ୍ଲିକ କରି ରେଜିଷ୍ଟ୍ରେସନ ଫି ଦେଇ ନିଜ ନମ୍ବର କିଣି ପାରିବେ । ପ୍ରତ୍ୟେକ ନମ୍ବର ପାଇଁ କମ୍ପାନୀ ତିନି ଜଣଙ୍କୁ ଚୟନ କରିବ । କିନ୍ତୁ ଜଣଙ୍କୁ ସେହି ନମ୍ବର ପ୍ରଦାନ କରି ଅନ୍ୟ ଦୁଇ ଜଣଙ୍କୁ ୧୦ ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରାଇ ଦିଆଯିବ ।

VI ଦେଉଛି ଜବରଦସ୍ତ ଅଫର:
BSNL ପରି ମଧ୍ୟ ଗ୍ରାହକମାନଙ୍କୁ ଫ୍ୟାନ୍ସି ନମ୍ବର ପ୍ରଦାନ କରୁଛି VI । ତେବେ ଏଥି ପାଇଁ ଆପଣଙ୍କୁ କିଛି ଷ୍ଟେପ ଫଲୋ କରିବାକୁ ପଡିବ ।

ପ୍ରଥମେ ଆପଣଙ୍କୁ ପୋଷ୍ଟପେଡ କିମ୍ବା ପ୍ରି-ପେଡ ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ । ଏହାପରେ ଆପଣ ନିଜ ମୋବାଇଲ ନମ୍ବର ଏବଂ ପିନ କୋଡ ଏଣ୍ଟର କରନ୍ତୁ । ଏବେ ଦିଆଯାଇଥିବା ଫ୍ୟାନ୍ସି ନମ୍ବରଗୁଡିକ ମଧ୍ୟରୁ ଗୋଟିଏ ବାଛନ୍ତୁ ଏବଂ ନିଜ ଠିକଣା ଏଣ୍ଟର କରନ୍ତୁ । ଏହାପରେ ଆପଣଙ୍କ ନମ୍ବରକୁ ଏକ OTP ଆସିବ । ତେବେ ସବୁଠୁ ବଡ କଥା ହେଉଛି BSNL ଫ୍ୟାନ୍ସି ନମ୍ବର ପାଇଁ ଆପଣଙ୍କଠୁ ଟଙ୍କା ନେଉଥିବା ବେଳେ ମାଗଣାରେ ଏହି ନମ୍ବର ଦେଉଛି VI ।