fbpx
BSKY SKY
BSKY SKY

କମ୍ ବୟସରେ ବି ଲୋକମାନେ ହେଉଛନ୍ତି ଲିଭର ସମସ୍ୟାର ଶିକାର, ଜାଣି ନିଅନ୍ତୁ ଘରେ ବସି କିପରି ଜାଣିବେ ଆପଣଙ୍କ ଲିଭର ସୁସ୍ଥ ଅଛି କି ନା

BSKY

ନୂଆଦିଲ୍ଲୀ: ଲିିଭର ବା ଯକୃୃତ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏବେ ବହୁ ଲୋକ ଲିଭର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ଶିକାର ହେଉଛନ୍ତି । ଆମ ଜୀବନଶୈଳୀରେ ବିଭିନ୍ନ ପ୍ରକାର ତ୍ରୁଟି କାରଣରୁ ଏପରି ହେଉଥିବା କୁହାଯାଉଛି ।
ଫ୍ୟାଟି ଲିଭର ଏକ ଗମ୍ଭୀର ସମସ୍ୟା ଯାହା ଯୁବବର୍ଗଙ୍କ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମସ୍ୟାରେ ସେହି ଲୋକମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ଯେଉଁମାନେ ନିଜକୁ ମଦ୍ୟପାନ ଠାରୁ ବହୁ ଦୂରରେ ରଖିଛନ୍ତି । ଯଦି ବିନା ମଦ୍ୟପାନରେ କୌଣସି ବ୍ୟକ୍ତିର ଲିଭର ଖରାପ ହୁଏ ତେବେ ତାକୁ ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ରୋଗ କୁହାଯାଏ । ଯେତେବେଳେ କୌଣସି ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇପଡେ ସେତେବେଳେ ତାର ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଏବେ ତ କମ୍ ବୟସର ଲୋକଙ୍କୁ ବି ଲିଭରଜନିତ ସମସ୍ୟାର ସାମ୍ନା କରିବାକୁ ପଡୁଛି ଓ ଏହା ପଛରେ ଅଲଗା ଅଲଗା କାରଣ ରହିଛି । ବହୁ ସମୟରେ ଏହା ଜାଣିବା ମଧ୍ୟ କଷ୍ଟକର ହୋଇଯାଏ ଯେ, ଆମ ଲିଭର ଠିକ୍ ଅଛି କି ନା । ଯଦି ଆପଣ ଏହା ଚେକ୍ କରିବାକୁ ଚାହୁଁଛନ୍ତି ତେବେ ନିମ୍ନୋକ୍ତ ଉପାୟ ଆପଣାନ୍ତୁ ।
ଲକ୍ଷଣ: ଜଣେ ବ୍ୟକ୍ତିଙ୍କ ଲିଭର ଖରାପ ହୋଇଗଲେ ତାଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣ ପରିପ୍ରକାଶ ପାଇଥାଏ । ଯେପରିକି ଦୂର୍ବଳ ଅନୁଭବ ହେବା, ସାମାନ୍ୟ ଜ୍ୱର ଆସିବା, ପାଦ ଫୁଲିବା, ଆଖି ଫୁଲିବା ଓ ହଳଦିଆ ପଡିବା, ପରିସ୍ରା ହଳଦିଆ ଦେଖାଯିବା ଇତ୍ୟାଦି ।
ଘରେ ବସି କିପରି ଚେକ୍ କରିବେ ଲିଭର:
ଲିିଭର ଠିକ୍ ଭାବରେ କାମ କରୁଛି କି ନା ଏହା ଜାଣିବା ଲାଗି ଆପଣ ଏଲଏଫଟି କରାନ୍ତୁ । ଏହା ଏକ ପ୍ରକାର ଯାଞ୍ଚ ଯାହା ରକ୍ତରୁ ଯାଞ୍ଚ କରାଯାଏ । ଏହା ବ୍ୟତିତ ଆପଣ କିଛି ଲକ୍ଷଣ ଯାଞ୍ଚ କରି ମଧ୍ୟ ଏହା ଜାଣିପାରିବେ । ଏଥିପାଇଁ ଆପଣଙ୍କ ପେଟକୁ ଚେକ୍ କରନ୍ତୁ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପେଟ ବହୁତ ଅଧିକ ଫୁଲି ଯାଉଛି ତେବେ ଆପଣ ତୁରନ୍ତ ନିଜ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ପେଟ ଫୁଲିବା ଲିଭରରେ ସମସ୍ୟାର ସଂକେତ ହୋଇଥାଏ । ଏହା ବ୍ୟତିତ କିଛି ଲୋକଙ୍କ ପେଟରେ ପାଣି ବି ଭରିଯାଏ । ଯଦି ଆପଣ ଶୋଇବା, ବସିବା ସମୟରେ ପେଟରେ କିଛି ପାଣି ବା ତରଳ ପଦାର୍ଥ ଜମିିଥିବା ପରି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଲିଭର ଯାଞ୍ଚ କରାନ୍ତୁ । ଲିଭର ଠିକ୍ ଭାବରେ କାମ କରୁ ନ ଥିଲେ ଆପଣଙ୍କ ଆଖି ହଳଦିଆ ପଡିବା, ଦେହରେ ସାମାନ୍ୟ ଜ୍ୱର ରହିବା, ରକ୍ତ ବାନ୍ତି, ଝାଡାରେ ରକ୍ତ, ବେହୋସୀ ପରି ଲକ୍ଷଣ ପ୍ରକାଶ ପାଇଥାଏ ।

ଯଦି ଆପଣ ନିଜ ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ କିଛି ସହଜ ଉପାୟ ଆପଣାନ୍ତୁ । ଏଥିପାଇଁ ନିଜ ଲାଇଫଷ୍ଟାଇଲକୁ ସର୍ବପ୍ରଥମେ ବଦଳାଇବାକୁ ହେବ । ପ୍ରଥମେ ସ୍ୱାସ୍ଥ୍ୟକର ଉତ୍ତମ ଖାଦ୍ୟପେୟ ଚୟନ କରନ୍ତୁ । ଚେଷ୍ଟା କରନ୍ତୁ ଶରୀରରେ ଯେପରି ଫ୍ୟାଟ ନ ଜମୁ । ନିଜକୁ ସର୍ବଦା ଆକ୍ଟିଭ ରଖନ୍ତୁ ଓ ଦୈନିକ ଅତି କମ୍ ରେ ୨୦ ମିନିଟ୍ ଚାଲନ୍ତୁ ।

 

Get real time updates directly on you device, subscribe now.