fbpx

ଆପଣଙ୍କର Mobile ଚୋରି ହୋଇଯାଇଛି କି? ଜାଣନ୍ତୁ ସଙ୍ଗେସଙ୍ଗେ Phone Lock ଆଉ SIM Block କରିବେ କିପରି

Advertisement

ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଦେଖିବାକୁ ମିଳୁଛି । ତେବେ ସ୍ମାର୍ଟଫୋନର ବ୍ୟବହାର ଯେତିକି ବଢ଼ୁଛି, ସେହିମାତ୍ରାରେ ଚୋରି ମଧ୍ୟ ହେଉଛି । ଅନେକ ସମୟରେ ଫୋନ୍ ମଧ୍ୟ ଅନ୍ୟମନସ୍କ କାରଣରୁ ହଜିଯାଇଥାଏ । ତେବେ ଫୋନ୍ ହଜିଗଲେ ଜଣଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ସମ୍ଭାବନା ଥାଏ । କାରଣ ଫୋନରେ ଜଣଙ୍କର ଇ-ମେଲ, ଇଣ୍ଟରନେଟ୍ ବ୍ୟାଙ୍କିଂ, ବିଭିନ୍ନ ପ୍ରକାର ଆପ୍, ଫଟୋ ଭିଡିଓ ଆଦି ରହିଥାଏ । ତେବେ ଯଦି ଆପଣ ଏମିତି କିଛି ପଦକ୍ଷେପ ସଙ୍ଗେସଙ୍ଗେ ନେଇପାରିବେ, ତେବେ ଚୋର ଆପଣଙ୍କର କୌଣସି କ୍ଷତି କରିପାରିବ ନାହିଁ ।

ମୋବାଇଲ ଯଦି କୌଣସି ସ୍ଥାନରେ ହଜିଯାଏ, ତେବେ ପ୍ରଥମେ ଆଖପାଖ ସ୍ଥାନକୁ ଖୋଜି ନିଅନ୍ତୁ । ଆପଣ ଡିଭାଇସ୍ ମ୍ୟାନେଜରରେ ନିଜର ଇ-ମେଲ ଦ୍ୱାରା ଲୋକେସନ ଟ୍ରାକ୍ କରିପାରିବେ । ଏହାଛଡ଼ା ନିକଟସ୍ଥ ପୋଲିସ ଷ୍ଟେଓନରେ ଏନେଇ ଚୋରି ଅଭିଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି (ଆଇଏମଇଆଇ) ନମ୍ବର ଦେବାକୁ ହୋଇଥାଏ । ଯଦି ଆପଣଙ୍କର ଏହି ନମ୍ବର ମନେ ନଥାଏ, ତେବେ ଫୋନ କିଣିବା ସମୟର ବିଲରୁ ତାହା ପାଇପାରିବେ । ଆପଣ ନିଜର ସର୍ଭିସ ପ୍ରୋଭାଇଡର କମ୍ପାନୀର କଷ୍ଟମର ସର୍ଭିସକୁ କଲ କରି ନିଜର ସିମ କାର୍ଡ ବ୍ଲକ କରିପାରିବେ । ଆଣ୍ଡ୍ରଏଡ ଡିଭାଇସ୍ ମ୍ୟାନେଜର, ଆଇଫୋନ୍ ଆକାଉଣ୍ଟକୁ ଯାଇ ଆପଣ ନିଜ ଡିଭାଇସକୁ ଲକ କରିପାରିବେ । ଆପଣଙ୍କ ଫୋନର ସମସ୍ତ ପାସୱାର୍ଡକୁ ତୁରନ୍ତ ପରିବର୍ତ୍ତନ କରିନିଅନ୍ତୁ ।

Get real time updates directly on you device, subscribe now.