ସାଙ୍ଗଙ୍କୁ 143 କହିବା ପୂର୍ବରୁ ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା, ନହଲେ ପରିସ୍ଥିତି ଯିବ ବିଗିଡ଼ି
ପ୍ରେମ ପୂର୍ବରୁ କରିବାକୁ ପଡ଼େ ଅପେକ୍ଷା । ପ୍ରେମ ନିବେଦନ ପାଇଁ ଦରକାର ଉପଯୁକ୍ତ ସମୟ ।
ଓଡିଶା ଭାସ୍କର: ପ୍ରେମ କେତେବେଳେ କେମିତି ହୁଅ କେହି ଜାଣନ୍ତି ନାହିଁ, ଏହାଏକ ଭିନ୍ନ ଅନୁଭୂତି । ମଣିଷ ଯାହାକୁ ହୃଦୟରୁ ଭଲ ପାଇବା ଆରମ୍ଭ କରେ, ସେ ଆଶା କରେ ଯେ ସେହି ବ୍ୟକ୍ତି ଜୀବନ ସାରା ତା’ ସହିତ ରହୁ, କିନ୍ତୁ ଆମେ ଆମର ଭାବନା ପ୍ରକାଶ କରିବାରେ ସଂକୋଚ କରୁ।
ଯଦି ଆମେ ପ୍ରଥମେ ପ୍ରସ୍ତାବ ନ ଦେଉ, ତେବେ କଥା ଆଗକୁ ବଢ଼ିବ ନାହିଁ। ଆପଣଙ୍କ ପ୍ରେମିକଙ୍କ ନିକଟରେ ଆପଣଙ୍କ ଭାବନା ପ୍ରକାଶ କରିବା ପୂର୍ବରୁ କେଉଁ କଥାଗୁଡ଼ିକ ମନେ ରଖିବା ଉଚିତ ଆସନ୍ତୁ ଜାଣିବା, ନଚେତ୍ ଏକ ଛୋଟ ଭୁଲ ମଧ୍ୟ ସମ୍ପୂର୍ଣ୍ଣ ଜିନିଷକୁ ନଷ୍ଟ କରିପାରେ।
ପ୍ରଥମ ଦେଖାରେ ଦୁଇଜଣଙ୍କ ପ୍ରେମ ହେବାର ସମ୍ଭାବନା କମ୍। ଯେକୌଣସି ପ୍ରେମ; ପ୍ରଥମେ ବନ୍ଧୁତାରୁ ଆରମ୍ଭ ହୁଏ। ଯେପର୍ଯ୍ୟନ୍ତ ତୁମେ ଦୁହେଁ ଭଲ ବନ୍ଧୁ ହୋଇନାହଁ, ସେପର୍ଯ୍ୟନ୍ତ ପ୍ରେମ
ତରତର ହୁଅ ନାହିଁ
ଯଦି ତୁମେ ଦୁହେଁ ଭଲ ବନ୍ଧୁ ହୋଇଯାଅ, ତେବେ ତୁରନ୍ତ ପ୍ରସ୍ତାବ ଦେବାକୁ ତରତର ହୁଅ ନାହିଁ, କାରଣ ଏହା ସମ୍ଭବ ଯେ ସେହି ବ୍ୟକ୍ତି ତୁମକୁ କେବଳ ଜଣେ ଭଲ ବନ୍ଧୁ ବୋଲି ଭାବନ୍ତି। ପ୍ରଥମେ ପ୍ରମାଣ କର ଯେ ତୁମ ଅପେକ୍ଷା ଆଉ କେହି ଭଲ ଭାବରେ ସେମାନଙ୍କର ଯତ୍ନ ନେଇପାରିବେ ନାହିଁ, ତା’ପରେ ହିଁ ସବୁକିଛି ସଫଳ ହେବ।
ଉପଯୁକ୍ତ ସମୟ ଖୋଜନ୍ତୁ
ଯେତେବେଳେ ସେ ଭଲ ମିଜାଜରେ ଥାଆନ୍ତି, ତାଙ୍କୁ ପ୍ରପୋଜ୍ କରନ୍ତୁ। ସାଧାରଣତଃ, ଖୁସିର ସମୟରେ, ଜଣେ ବ୍ୟକ୍ତି ‘ହଁ’ କହିବାର ଅଧିକ ଚାନ୍ସ ରହିଛି। ଯଦି ଆପଣ ମନ ଖରାପ ଥିବା ସମୟରେ ପ୍ରସ୍ତାବ ଦିଅନ୍ତି, ତେବେ ପରିସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ଥାଏ।
ବେଶୀ ଡେରି ଭଲ ନୁହେଁ
ଯଦିଓ ଜଲ୍ଦି ହେଉଛି ସୈତାନର କାମ, ଅତ୍ୟଧିକ ବିଳମ୍ବ କରିବା ମଧ୍ୟ ସମ୍ପର୍କ ପାଇଁ ଭଲ ନୁହେଁ। କିଛି ଲୋକ ପ୍ରସ୍ତାବ ପାଇଁ ଉପଯୁକ୍ତ ସମୟ ସୃଷ୍ଟି କରିବାରେ ଏତେ ସମୟ ନିଅନ୍ତି ଯେ ଅନ୍ୟ କେହି ଜଣେ ତୁମ ମନ ମଣିଷକୁ ନିଜର କରିନିଏ। ସେଥିପାଇଁ ଯତ୍ନବାନ ହେବ ନିହାତି ଦରକାର।