fbpx

ଆମାଜନ ଠାରୁ ସୁରକ୍ଷିତ ରଖନ୍ତୁ ନିଜର ବ୍ୟକ୍ତିଗତ ଗୋପନୀୟତା, ଆପଣାନ୍ତୁ ଏହି ସବୁ ଉପାୟ

ଆମେରିକା ଇ କମର୍ସ କମ୍ପାନୀ ଆମାଜନର କୋ ଫାଉଣ୍ଡର ଜେଫ ବେଜୋସଙ୍କ ଆୟ ୪୦୦ ଅରବ ଡଲାର ଅତିକ୍ରମ କରିଛି । ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏକ ନମ୍ବରରେ ରହିଥାନ୍ତି ସେ । ତାଙ୍କ କାହାଣୀ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର ଅଟେ । କେବଳ ୩ କମ୍ପ୍ୟୁଟର ଦ୍ୱାରା ଆମାଜନ କମ୍ପାନୀ ଏକ ଗ୍ୟାରେଜରେ ଆରମ୍ଭ ହେଇଥିଲା । ଆଉ ଅନଲାଇନ ବିକ୍ରି ସଫ୍ଟଓୟାର ସେ ନିଜେ ହିଁ ତିଆରି କରିଥିଲେ । ପ୍ରଥମେ ସେ ଗ୍ୟାରେଜରେ ପୁରୁଣା ବହି ବିକ୍ରି କରିବା ଆରମ୍ଭ କରିଥିଲେ ।

ତେବେ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ ଆମାଜନ ପାଖରେ ନିଜ ୟୁଜର୍ସଙ୍କ ଗତିବିଧିକୁ ଏକତ୍ର କରିବା ପାଇଁ ଅନେକ ଉପାୟ ରହିଛି । ଏମିତିରେ ୟୁଜର୍ସ ଆମାଜନ ପ୍ରାଇମ ବ୍ୟବହାର କରନ୍ତୁ କି’ ଆଲେକ୍ସା କମ୍ପାନୀ ପାଖରେ ୟୁଜର୍ସଙ୍କ ବିଷୟରେ ଜାଣିବା ପାଇଁ ଅନେକ ଉପାୟ ରହିଛି । କିନ୍ତୁ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ କମ୍ପାନୀ ୟୁଜର୍ସଙ୍କ ବିଷୟରେ ଜାଣିବା ପାଇଁ କେତେ ତଥ୍ୟ ଏକତ୍ର କରିପାରିବ ଏବଂ ୟୁଜର୍ସ ନିଜ ତଥ୍ୟକୁ ଗୋପନୀୟ ରଖିବା ପାଇଁ କ’ଣ କରିପାରିବେ?

ଆମାଜନ ଏକ ବଡ଼ ଇ-କମର୍ସ କମ୍ପାନୀ ଅଟେ । କମ୍ପାନୀର ୱେବସାଇଟ ହେଉ କିମ୍ବା ଆପ୍ କୋଟି କୋଟି ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାରର ସୁବିଧା ପାଇଁ ଏହାକୁ ବ୍ୟବହାର କରିଥାନ୍ତି । ଏମିତିରେ ୟୁଜର୍ସ ଅନଲାଇନ ସପିଂ ହେଉ କିମ୍ବା ଆମାଜନ ପ୍ରାଇମ ହେଉ ବିନା ଦ୍ୱିଧାରେ ବ୍ୟବହାର କରିଥାନ୍ତି । ଅବଶ୍ୟ ଅନେକ ଲୋକ ଏହା ଜ୍ଞାତ ନାହିଁ ଯେ କମ୍ପାନୀ ଆପଣଙ୍କ ବିଷୟରେ କେତେ ଜାଣିଛି ଏବଂ ୟୁଜର୍ସ ଏହାକୁ କିପରି ରୋକିପାରିବେ? କମ୍ପାନୀ ନିରନ୍ତର ଗ୍ରାହକଙ୍କ ନିକଟରୁ ମିଳୁଥିବା ତଥ୍ୟକୁ ବିଶ୍ଲେଷଣ କରିଥାଏ ।

୨୦୦ ମିଲିୟନ ଲୋକ ଆମାଜନ ପ୍ରାଇମର ସଦସ୍ୟ ଅଛନ୍ତି ଯେଉଁମାନେ କମ୍ପାନୀ ପାଇଁ ସବୁଠୁ ମୂଲ୍ୟବାନ ଗ୍ରାହକ । ଏହା ୟୁଜର୍ସ ଡାଟାର ସବୁଠୁ ବଡ଼ ସ୍ରୋତ । ଏମିତିରେ ୟୁଜର୍ସ ଯେତେ ଅଧିକ ମାତ୍ରାରେ ଆମାଜନର ସେବାଗୁଡ଼ିକ ବ୍ୟବହାର କରିବେ ତାହା ଆଲେକ୍ସା ହେଉ କି ଆମାଜନ ପ୍ରାଇମ, ଆମାଜନ ଭିଡିଓ ହେଉ କି ଆମାଜନ ମ୍ୟୁଜିକ ଏଭଳି ଅନେକ ସେବା ରହିଛି ଆମାଜନ ପାଖରେ । ଆଉ ଏହା ଦ୍ୱାରା କମ୍ପାନୀ ନିଜର ଅଲଗୋରିଦମ ବ୍ୟବହାର କରି କମ୍ପାନୀ ଏହା ଅନୁମାନ କରିଥାଏ ଯେ ୟୁଜର୍ସ କେଉଁଭଳି ଲୋକ ଏବଂ ଆଗକୁ ସେ ସବୁଠୁ ଅଧିକ କ’ଣ କିଣିବା ପସନ୍ଦ କରିବେ ।

ଉଲ୍ଲେଖଯୋଗ୍ୟ, ଆମାଜନର ସଫ୍ଟଓୟୋର ଆମାଜନ ଫୋରକାଷ୍ଟ ଏଭଳି ଏକ ସଫ୍ଟେଓୟାର ଯାହାକୁ କେହିବି ଥାର୍ଡ ପାର୍ଟୀ ଆପ୍ କିଣିପାରିବେ  ଏବଂ ଏହା ଭିବଷ୍ୟତରେ ୟୁଜର୍ସଙ୍କ ଗତିବିଧିକ ଅନୁମାନ କରିପାରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଆମାଜନ ଏହାର ସମସ୍ତ ସେବା ଦ୍ୱାରା ୟୁଜର୍ସଙ୍କ ତଥ୍ୟକୁ ଜାଣିପାରୁଛି ତେବେ ଏହି ସଫ୍ଟଓୟାର ଦ୍ୱାରା ୟଜର୍ସଙ୍କ ତଥ୍ୟ ଚୋରିହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନେକ ସମୟରେ ଅଭିଯୋଗ ମଧ୍ୟ ହୋଇଛି । ଅନେକ ୟୁଜର୍ସ ମଗାଇଥିବା ତଥ୍ୟରେ ଆଲେକ୍ସାରେ କହିଥିବା କଥା ରେକର୍ଡ ହେଉଥିବାର ନଜର ଆସିଛି ।

ତେବେ ଯଦି ଆପଣ ଏହି ସବୁ ଦୂରେଇ ରହିବାକୁ ଚାହୁଛନ୍ତି ତେବେ ଆମାଜନ ବ୍ୟବହାର ନକରିବା ଭଲ । କିନ୍ତୁ ହୁଏତ ତାହା ସମ୍ଭବ ହୋଇନପାରେ ତେଣୁ ଆପଣ ଯଦି ସଚେତନ ଅଛନ୍ତି ଏବଂ ଜାଣିବାକୁ ଚାହୁଛନ୍ତି ଯେ ଆମାଜନ ଆପଣଙ୍କ ବିଷୟରେ କେତେ ଜାଣିଛି ସେଥିପାଇଁ ଆପଣ କମ୍ପାନୀଠାରୁ ଆପଣଙ୍କ ଡାଟାର କପି ମଗାଇପାରିବେ । ଆଲେକ୍ସାରେ ଏହାର ନିଜସ୍ୱ ପ୍ରାଇଭେସୀ ହବ୍ ରହିଛି ଯାହାଦ୍ୱାରା ଆପଣ ଆପଣଙ୍କ ଡାଟାକୁ ଡିଲିଟ ମଧ୍ୟ କରିପାରିବେ । ଏହାଛଡ଼ା କମ୍ପାନୀ ତରଫରୁ କୁହାଯାଇଛି ଯେ ସୋମନେ ନିଜର ହିଷ୍ଟ୍ରୀ ଦେଖିପାରିବେ । ଏହା ଛଡ଼ା ଆପଣ ବ୍ରାଉଜର ଦ୍ୱାରା ସର୍ଚ୍ଚ କରିପାରିବେ ଯାହାଦ୍ୱାରା ୟୁଜର୍ସଙ୍କ ଡାଟାକୁ ଆମାଜନ ସର୍ଚ୍ଚ କରାଯାଇପାରିବାନାହିଁ । ଆପଣ ବ୍ରାଉସିଙ୍ଗ ହିଷ୍ଟ୍ରୀ ଅଫ୍ କରିପାରିବେ ଏହାଦ୍ୱାରା ମଧ୍ୟ ଆପଣଙ୍କୁ ଆମାଜନ ଟ୍ରାକ୍ କରିପାରିବନାହିଁ ।

Get real time updates directly on you device, subscribe now.