Fake Callରୁ କିପରି ନିଜକୁ ବଞ୍ଚାଇବେ, ଜାଣନ୍ତୁ ସବୁଠୁ ସହଜ ଉପାୟ
ଲୋକଙ୍କ ବ୍ୟକ୍ତିଗତ ଡାଟା ମଧ୍ୟ ଚୋରି କରି କାଙ୍ଗାଳ କରି ଦେଉଛନ୍ତି । ଏହି ଠକାମି ଉପରେ କିପରି ଲଗାଇବେ ରୋକ
ନୂଆଦିଲ୍ଲୀ– ସମ୍ପ୍ରତ୍ତି ଅଜ୍ଞାତ କଲର ଏକ ଟ୍ରେଣ୍ଡ ଚାଲିଛି । ଠକମାନେ ଏମିତି କଲ ମାଧ୍ୟମରେ ଲୁଟି ନେଇଛନ୍ତି ଲୋକଙ୍କୁ । ଲୋକଙ୍କ ବ୍ୟକ୍ତିଗତ ଡାଟା ମଧ୍ୟ ଚୋରି କରି କାଙ୍ଗାଳ କରି ଦେଉଛନ୍ତି । ଏହି ଠକାମି ଉପରେ କିପରି ଲଗାଇବେ ରୋକ? ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ?
ଅଜ୍ଞାତ କଲ ଉପରେ ରୋକ ଲଗାଇବାକୁ ଏହି ସବୁ ଗାଇଡଲାଇନର ଅନୁପାଳନ କରିବା ନିତାନ୍ତ ଜରୁରୀ ।
ଅଜଣା ନମ୍ବରରୁ କଲ ପ୍ରତି ସର୍ବଦା ସତର୍କ ରହିବା ଜରୁର । ଯଦି କଲ କରୁଥିବା ଲୋକ ନିଜକୁ ବ୍ୟାଙ୍କ, ସରକାରୀ ଅଫିସର ଅଧିକାରୀ ବା ବଡ କମ୍ପାନୀର ପ୍ରତିନିଧି ଭାବେ ଫୋନ କରୁଛନ୍ତି, ଏମାନଙ୍କ କଲ ତୁରନ୍ତ କାଟି ଦିଅନ୍ତୁ ।
ଏମାନଙ୍କୁ ନିଜର ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ । ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ, ଓଟିପି, ଡେବିଡ ବା କ୍ରେଡିଟ କାର୍ଡର ତଥ୍ୟ, ଆଧାର ନମ୍ବର ଆଦି ଦିଅନ୍ତୁ ନାହିଁ । ବିଶ୍ୱସନୀୟ ସଂସ୍ଥା ଏମିତି ଫୋନରେ ଏସବୁ ତଥ୍ୟ ମାଗି ନ ଥାନ୍ତି ।
ଫେକ କଲରେ ଲଟରୀ, ପୁରସ୍କାର ପରି ଆକର୍ଷଣୀୟ ଅଫର ଦିଆଯାଏ, ଏହାକୁ ସହଜରେ ଭରସା କରିବା ବିପଦର କାରଣ ହୋଇପାରେ ।
ଏପରି କଲକୁ ଆଭଏଡ କରିବାକୁ ମୋବାଇଲରେ ଥିବା କଲ ବ୍ଲକ ସିଷ୍ଟମର ବ୍ୟବହାର କରି ଏହି କଲକୁ ବ୍ଲକ କରି ଦିଅନ୍ତୁ ।
ଯଦି କୌଣସି ପେକ କଲକୁ ନେଇ ସନ୍ଦେହ ହୁଏ, ତେବେ ଏହାକୁ ରେକର୍ଡ କରନ୍ତୁ । ଏହାକୁ ୧୯୦୯ ବା ସାଇବର କ୍ରାଇମ ପୋର୍ଟାଲକୁ ରିପୋର୍ଟ କରନ୍ତୁ ।
ଯଦି କୌଣସି ତଥ୍ୟ ଏପରି ଠକଙ୍କୁ ଦେଇଦେଇଥାନ୍ତି, ତେବେ ତୁରନ୍ତ ନିଜ ବ୍ୟାଙ୍କ ଆକଉଣ୍ଟକୁ ଲକ କରି ଦିଅନ୍ତୁ । ନୂଆ ପାସ ୱାର୍ଡ ନିଜ ମୋବାଇଲରେ ସେଟ କରି ନିଅନ୍ତୁ ।