fbpx

ବର୍ଷାଦିନେ କିପରି ନେବେ କେଶର ଯତ୍ନ

ସୁନ୍ଦର କେଶ ପାଇବା ପାଇଁ ପ୍ରାୟ ସମସ୍ତେ ଚାହାଁନ୍ତି । ବର୍ଷାଦିନେ କେଶର ବିଶେଷ ଯତ୍ନ ଟିକେ ଅଧିକ ନେବାକୁ ପଡ଼ିଥାଏ। ନଚେତ୍ କେଶ ଜନିତ ଅନେକ ସମସ୍ୟା ଦେଖାଦେବା ସହ କେଶ ନଷ୍ଟ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ବର୍ଷା ଦିନରେ କେମିତି ନେବେ କେଶର ଯତ୍ନ…

– ଯଦି ବର୍ଷାରେ କେଶ ଓଦା ହୋଇଯାଇଛି ତେବେ ତାକୁ ଶୁଖାଇ ଦିଅନ୍ତୁ। ଓଦା କେଶକୁ ବାନ୍ଧନ୍ତୁ ନାହିଁ। ନଚେତ୍ ଏହାଦ୍ୱାରା ଫଙ୍ଗାଲ ଇନ୍ଫେକ୍‌ସନ୍ ହେବାର ଆଶଙ୍କା ରହିଛି।

– ଯଦି କେଶ ଓଦା ହୋଇଛି ତେବେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କାହିଁକି ନା ବର୍ଷାପାଣିରେ ଏସିଡ୍ ଥାଏ। ଯାହା କେଶକୁ ଖରାପ୍ କରିପାରେ।

– ଏହି ଋତୁରେ କେଶ ମୂଳ ଶୁଷ୍କ ବା ଶୁଖିଲା ରଖିବା ଉଚିତ।

– ସପ୍ତାହରେ ଦୁଇ ତିନିଥର ନିଶ୍ଚିତ ମୁଣ୍ଡ ସଫା କରନ୍ତୁ।

– ମୁଣ୍ଡ ସଫା କରିବା ପୂର୍ବରୁ ତେଲ ନିଶ୍ଚିତ ଭାବେ ଲଗାନ୍ତୁ।

– ନଖ ଉଷୁମ ତେଲରେ କେଶ ମୂଳକୁ ଭଲଭାବେ ମାଲିସ କରନ୍ତୁ।

– କେଶକୁ ପ୍ରାକୃତିକ ଉପାୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ।

– ଭିଟାମିନ୍-ଇ ଯୁକ୍ତ ଖାଦ୍ୟ ଖାଆନ୍ତୁ।

– କେମିକାଲ୍ ଯୁକ୍ତ ସାମଗ୍ରୀର ଅଧିକ ବ୍ୟବହାର କରନ୍ତୁ ନାହିଁ।

– ଓଦା କେଶକୁ କୁଣ୍ଡାନ୍ତୁ ନାହିଁ।

– ବଡ଼ ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ଛିଡ଼ିବ ନାହିଁ।

– ବହୁତ ଜୋରରେ ରଗଡ଼ି ରଗଡ଼ି କେଶକୁ ପୋଛନ୍ତୁ ନାହିଁ।

Get real time updates directly on you device, subscribe now.