fbpx

Propose Dayରେ କିପରି କହିବେ ମନର କଥା? ଏମିତି ଉପାୟରେ କରନ୍ତୁ Propose

Advertisement

ଓଡ଼ିଶା ଭାସ୍କର: ପ୍ରେମୀ ଯୁଗଳଙ୍କ ପାଇଁ ଆରମ୍ଭ ହୋଇଯାଇଛି ଖୁବ ସ୍ପେଶାଲ ଭାଲେଣ୍ଟାଇନ ୱିକ । ଆସନ୍ତାକାଲି ଫେବୃଆରୀ ୮ ତାରିଖରେ ପାଳନ ହେବ Propose Day । ତେବେ ନିଜ ଜୀବନସାଥୀଙ୍କୁ ମନର କଥା ଖୋଲି କହିବା ସେତେଟା ସହଜ ନୁହେଁ । ବଡ଼ ବଡ଼ ଲୋକ ଏହି କାମ କରିବାରେ ଫେଲ ମାରି ଯାଆନ୍ତି । ସାମନା ଲୋକ ଏହାକୁ ଶୁଣିବା ପରେ କ’ଣ ଭାବିବେ, ତାହାକୁ ଡରି ଅନେକ ଲୋକ ପ୍ରପୋଜ ନ କରି ଫେରି ଆସନ୍ତି । ଯାହା ଫଳରେ ପରେ ସେମାନଙ୍କୁ ଏ ନେଇ ପଶ୍ଚାତାପ କରିବାକୁ ପଡ଼େ । ମନରେ ଅନେକ ପ୍ରଶ୍ନ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ଅନେକ ପଛକୁ ଫେରି ଆସନ୍ତି । ତେବେ ଏଥର ପ୍ରପୋଜ ଡେ’ରେ ନ ଡରି ନିଜ ମନର କଥା କହି ଦିଅନ୍ତୁ । ଏଥିପାଇଁ ଆପଣ ଏହିସବୁ ଟ୍ରିକ୍ସ ଆପଣେଇ ପାରନ୍ତି ।

୧- ଏଥର ପ୍ରପୋଜ ଡେ’ରେ ସିଧା ଯାଇ ତାଙ୍କୁ ନିଜ ମନର କଥା କହିଦିଅନ୍ତୁ । ଏହାଦ୍ୱାରା ସମସ୍ତ କନଫ୍ୟୁଜନ ଦୂର ହୋଇପାରିବ । ତେବେ ଏହାର ଉତ୍ତର ବିଷୟରେ କିଛି ଚିନ୍ତା କରନ୍ତୁ ନାହିଁ । ତେବେ ପ୍ରପୋଜ ଡେ’ରେ ତାଙ୍କ ସହ ଭେଟ କରନ୍ତୁ ଏବଂ ନ ଡରି ତାଙ୍କୁ ମନର କଥା କହିଦିଅନ୍ତୁ ।

୨- ଯଦି ଆପଣଙ୍କୁ ତାଙ୍କୁ ସାମନା କରିବା ପାଇଁ ଭୟ ଲାଗୁଛି, ତେବେ ଆଉ ଏକ ଉପାୟରେ ନିଜ ମନର କଥା ଆପଣ କହିପାରିବେ । ଆପଣଙ୍କ ମନର ମଣିଷଙ୍କୁ ନମ୍ବରକୁ ମେସେଜ କରି ମଧ୍ୟ ଆପଣ ସହଜରେ ପ୍ରପୋଜ କରିପାରିବେ । ଏଥିପାଇଁ ବିଶେଷ ଭୟ କରିବା ଆବଶ୍ୟକ ହେବନାହିଁ । ତେବେ ଏହାସହିତ ତାଙ୍କୁ ଆପଣଙ୍କ ମେସେଜର ଉତ୍ତର ଦେବାକୁ ନିଶ୍ଚୟ କୁହନ୍ତୁ, ଯାହାଦ୍ୱାରା ତାଙ୍କ ମନର କଥା ମଧ୍ୟ ଆପଣ ଜାଣିପାରିବେ ।

୩- ଏସବୁ ବ୍ୟତୀତ ଆପଣ ନିଜ ସାଥୀଙ୍କୁ ମେଲ୍ ଜରିଆରେ ମଧ୍ୟ ମନକଥା କହିପାରିବେ ବା ପ୍ରପୋଜ କରିପାରିବେ । ଏକ ଲଭ୍ ଲେଟର ଲେଖି ନିଜ ମନର ମଣିଷଙ୍କୁ ମେଲ୍ କରି ଦେଇ ପାରିବେ । ଏଥିରେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି, ସେସବୁ ମନ ଖୋଲି କହିପାରିବେ । ଯଦି ଆପଣଙ୍କ ସାଥୀ ଏହାର କୌଣସି ଉତ୍ତର ଦିଅନ୍ତି, ତେବେ ଆପଣଙ୍କ ପ୍ରପୋଜ ଡେ’ର ଉଦ୍ଦେଶ୍ୟ ସଫଳ ହୋଇଯିବ ।

Get real time updates directly on you device, subscribe now.