fbpx

ଫୋନ୍ ନମ୍ବର ବା IP Address ଦ୍ୱାରା ଆପଣ ଲୋକେସନ କେମିତି ଜାଣିବେ, ପୋଲିସ କିପରି ଟ୍ରାକିଂ କରେ, ଜାଣନ୍ତୁ ଏହାର ସିକ୍ରେଟ୍ ତରିକା

ନୂଆଦିଲ୍ଲୀ: ଯେ କୌଣସି ଲୋକେସନକୁ କିପରି ଟ୍ରାକ କରାଯାଏ, ତାହା ଆପଣମାନେ ଜାଣନ୍ତି କି? ଜଣଙ୍କ ବିଷୟରେ କିଛି ତଥ୍ୟ ନଥିଲେ ବି ଆପଣ ତାଙ୍କର ଲୋକେସନ ବିଷୟରେ ଜାଣିପାରିବେ । ଏହି ତରିକାକୁ ଆପଣାଇ ପୋଲିସ ଲୋକେସନ ଟ୍ରାକ କରିଥାଏ । ସାଧାରଣତଃ ଲୋକମାନେ ଯେ କୌଣସି ମୋବାଇଲ ନମ୍ବର ବା ଆଇପି ଆଡ୍ରେସ ଦ୍ୱାରା ଲୋକେସନ ଟ୍ରାକ୍ କରିପାରି ନଥାନ୍ତି ।

ଯଦି ଆପଣ ଜଣଙ୍କର ମୋବାଇଲ ନମ୍ବର ଦ୍ୱାରା ତାଙ୍କର ଲୋକେସନ ଟ୍ରାକ୍ କରିବାକୁ ଚେଷ୍ଟା କରିବେ, ତେବେ ଏହା ଏତେ ସହଜ କାମ ନୁହେଁ । ଆଇପି ଆଡ୍ରେସ ଓ ଆଏମଇଆଇ ନମ୍ବର ଦ୍ୱାରା ଟ୍ରାକିଂ କରିବା ପାଇଁ କିଛି ଟେକନିକ୍ ରହିଛି । ଯେ କୌଣସି ଫୋନ ନମ୍ବରକୁ ଟ୍ରାକ କରିବା ପାଇଁ ପୋଲିସ ତା’ର ନମ୍ବର ବା ଆଇଏମଇଆଇ ନମ୍ବରକୁ ବ୍ୟବହାର କରିଥାଏ । ଏଥିପାଇଁ ପୋଲିସ ଟେଲିକମ୍ କମ୍ପାନୀ କମ୍ପାନୀଙ୍କର ସହାୟତା ନେଇଥାଏ ।

ଟ୍ରାକିଂରେ ଲାଗିଥିବା ନମ୍ବର କେଉଁ ସେଲ ଟାୱାର ନିକଟରେ ଆକ୍ଟିଭ ରହିଛି, ସେଲ ଟାୱାରଠାରୁ ଟ୍ରାକିଂ ନମ୍ବରର ଦୂରତା କେତେ ରହିଛି ସେନେଇ କମ୍ପାନୀ ପୋଲିସକୁ ସୂଚନା ଦେଇଥାଏ । ଏହା ସାହାଯ୍ୟରେ ପୋଲିସ ଅପରାଧୀଙ୍କ ଲୋକେସନ ଟ୍ରାକ୍ କରିଥାଏ । ଆଡ୍ରେସ ଟ୍ରାକ୍ କରିବା ପାଇଁ ଆପଣଙ୍କୁ ଆଇପି ଲୁକଅପ୍ ବା ୱଲଫ୍ରାମ ଆଲଫା ପରି କିଛି ସାଇଟର ସାହାଯ୍ୟ ନେବା ଦରକାର ।

Get real time updates directly on you device, subscribe now.