fbpx

ଅଧିକ ଘନୀଭୂତ ହେଉଛି ଅବପାତ, ଜାଣନ୍ତୁ ଓଡିଶା ଉପରେ କିପରି ରହିବ ପ୍ରଭାବ?

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ୨୪ ଘଣ୍ଟାରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଅବପାତ । ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ପରେ ଉତ୍ତରପୂର୍ବ ଆଡକୁ ଗତି କରିବ । ଏହା ପରେ ପୁଡୁଚେରି ଉପକୂଳ କରାଇକାଲ ଓ ମାମଲ୍ଲାପୁରମ ମଧ୍ୟ ଦେଇ ଗତି କରିବ । ୨୫ ନଭେମ୍ବରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ଗତି କରିବ । ଏହାର ପ୍ରଭାବରେ ୧୦୦ ରୁ ୧୧୦ ବେଗରେ ପବନ ବହିପାରେ ।

କିନ୍ତୁ ଓଡିଶା ଉପରେ ଏହାର ସିଧା ପ୍ରଭାବ ପଡିବ ନାହିଁ । ୨୫ ଓ ୨୬ ନଭେମ୍ବରରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ନଭେମ୍ବର ୨୫ ରେ ରାଜ୍ୟର ୬ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୬ଟି ଜିଲ୍ଲା ହେଉଛି- ମାଲକାନଗିରି, ରାୟଗଡା, ଗଜପତି, କୋରାପୁଟ, ଗଞ୍ଜାମ ଓ କନ୍ଧମାଳ ।

ନଭେମ୍ବର ୨୬ ତାରିଖରେ ରାଜ୍ୟର ୬ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୬ଟି ଜିଲ୍ଲା ହେଉଛି ନବରଙ୍ଗପୁର, ମାଲନାକଗିର. ରାୟଗଡା, କୋରାପୁଟ, ଗଜପତି ଓ ଗଞ୍ଜାମ । ଏହା ସହ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୪ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ ଓ ଗଜପତି ।

Get real time updates directly on you device, subscribe now.