୧୮୦ କୋଟିର ଫିଲ୍ମ ରିଜେକ୍ଟ କଲେ ହ୍ରିତିକ୍, ସୁପରଷ୍ଟାର ହୋଇଗଲେ ପ୍ରଭାସ
ହ୍ରିତିକ୍ ଙ୍କ ଗୋଟେ ଭୁଲ୍ ପାଇଁ ଏବେ ତାଙ୍କୁ ପଶ୍ଚାତାପ କରିବାକୁ ପଡୁଛି।
ନୂଆଦିଲ୍ଲୀ: ୧୮୦ କୋଟିର ବଡ଼ ପ୍ରୋଜେକ୍ଟ। ହେଲେ ରିଜେକ୍ଟ କରିଦେଲେ ବଲିଉଡର ଷ୍ଟାର ହ୍ରିତିକ୍ ରୋଶନ। ଏହା ପଛରେ ବି ରହିଛି ଅନେକ ବଡ଼ କାରଣ। ତେବେ ଏହି ଫିଲ୍ମର ଚର୍ଚ୍ଚା ହେଉଛି, କିନ୍ତୁ ଘଟଣାଟି ୧୦ ବର୍ଷ ତଳର।
ବ୍ଲକବଷ୍ଟର ଫିଲ୍ମ: ୧୦ ବର୍ଷ ପୂର୍ବେ ଭାରତରେ ଏକ ବ୍ଲକବଷ୍ଟର ଫିଲ୍ମ ମୁକ୍ତିଲାଭ କରିଥିଲା। ଯାହା ପ୍ୟାନ୍ ଇଣ୍ଡିଆ ଫିଲ୍ମର ସଫଳତା ଏବଂ ଅଭିବୃଦ୍ଧି ପାଇଁ ଅନେକ ବାଟ ଖୋଲି ଦେଇଥିଲା।
ଏହି ଫିଲ୍ମଟି କେବଳ ବକ୍ସ ଅଫିସ୍ ସଂଖ୍ୟାର ଦିଗ ବଦଳାଇ ନଥିଲା ବରଂ ଏହାର ଉତ୍କୃଷ୍ଟ କାହାଣୀ ଆଧାରରେ ୫୫ଟି ପୁରସ୍କାର ମଧ୍ୟ ଜିତିଥିଲା। ଦର୍ଶକ ଏହାର କାହାଣୀ ଏବଂ ଷ୍ଟାରକାଷ୍ଟକୁ ଏତେ ପସନ୍ଦ କରିଥିଲେ ଯେ ଏହି ଫିଲ୍ମଟି ଏକ କଲ୍ଟ ଫିଲ୍ମ ହୋଇଗଲା
ଏହାସହ ସାରା ବିଶ୍ୱରେ ୬୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କଲା। ହଁ ଆମେ ଏସଏସ ରାଜମୌଲିଙ୍କ ଫିଲ୍ମ ‘ବାହୁବଳୀ: ଦି ବିଗିନିଂ’ ବିଷୟରେ କହୁଛୁ।
ଯେଉଁଥିରେ ପ୍ରଭାସଙ୍କ ସହିତ ରାଣା ଦଗ୍ଗୁବତୀ, ଅନୁଷ୍କା ସେଟ୍ଟି, ତମନ୍ନା ଭାଟିଆ, ରମ୍ୟା କୃଷ୍ଣନ, ସତ୍ୟରାଜ ଏବଂ ନାସେର ନଜର ଆସିଥିଲେ।
ବକ୍ସ ଅଫିସରେ ଧମାକା: ‘ବାହୁବଳୀ’ ଯାହା ଏସ୍ ଏସ୍ ରାଜମୌଲି ଏବଂ ପ୍ରଭାସଙ୍କୁ ସୁପରଷ୍ଟାର କରିଥିଲା। ୧୮୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା ଏହି ଫିଲ୍ମ। ଯାହା ସେହି ସମୟର ସବୁଠାରୁ ବଡ଼ ବଜେଟର ଭାରତୀୟ ଚଳଚ୍ଚିତ୍ର ଥିଲା।
‘ବାହୁବଳୀ’ ତେଲୁଗୁ ଏବଂ ତାମିଲ ଭାଷାରେ ସୁଟିଂ କରାଯାଇଥିଲା। କିନ୍ତୁ ଫିଲ୍ମର ପ୍ରତ୍ୟେକ ସିନ୍ ଏବଂ କାହାଣୀ ସାରା ଭାରତରେ ହଇଚଇ ସୃଷ୍ଟି କରିଥିଲା।
ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ଏହି ଚଳଚ୍ଚିତ୍ର ୧୮୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା। ଯାହା ମଧ୍ୟରୁ ୮୫ କୋଟି ଟଙ୍କା କେବଳ VFX ପାଇଁ ଖର୍ଚ୍ଚ କରାଯାଇଥିଲା।
ହ୍ରିତିକ୍ ରୋଶନଙ୍କ ‘ନା’ ପ୍ରଭାସ ସୁପରଷ୍ଟାର: ‘ବାହୁବଳୀ’ ନିର୍ମାଣ କରିବାକୁ ତିନି ବର୍ଷ ସମୟ ଲାଗିଥିଲା। ଏବଂ ସାରା ବିଶ୍ୱରେ ୬୫୦ କୋଟି ଟଙ୍କା ଆୟ କରିଥିଲା।
ଏହା ମୁକ୍ତିଲାଭ ସମୟରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ଏବଂ ସାରା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ହୋଇଥିଲା।
‘ବାହୁବଳୀ’ ବର୍ତ୍ତମାନ ଷଷ୍ଠ ସର୍ବାଧିକ ଆୟକାରୀ ତେଲୁଗୁ ଚଳଚ୍ଚିତ୍ର। ରିପୋର୍ଟ ଅନୁଯାୟୀ, ‘ବାହୁବଳୀ: ଦି ବିଗିନିଂ’ ୫୫ଟି ପୁରସ୍କାର ଜିତିଛି ଏବଂ IMDb ରେ ୮ ରେଟିଂ ପାଇଛି।
‘ବାହୁବଳୀ’ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଶ୍ରେଷ୍ଠ ସ୍ପେଶାଲ୍ ଇଫେକ୍ଟ ପାଇଁ ଦୁଇଟି ଜାତୀୟ ପୁରସ୍କାର ପାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ହ୍ରିତିକ୍ ରୋଶନ ପରଦାରେ ଅନେକ ସ୍ମରଣୀୟ ଐତିହାସିକ ଚରିତ୍ରରେ ଅଭିନୟ କରିଛନ୍ତି।
ସେମାନଙ୍କ ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛନ୍ତି ଯୋଧା ଆକବର ଏବଂ ବିଜୟ ଦିନନାଥ ଚୌହାନ। ଏହି ଭୂମିକାରେ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା।
କିନ୍ତୁ ସେ ଭବିଷ୍ୟତରେ ଏପରି ଐତିହାସିକ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନଥିଲେ ତେଣୁ ଅଭିନେତା ହ୍ରିତିକ୍ ‘ବାହୁବଳୀ: ଦି ବିଗିନିଂ’ର ପ୍ରସ୍ତାବକୁ ରିଜେକ୍ଟ କରିଦେଇଥିଲେ। ଯାହା ପ୍ରଭାସଙ୍କୁ ସିପରଷ୍ଟାର କରିଦେଲା।