fbpx

ଅଲିମ୍ପିକ୍ସ ଚାମ୍ପିୟନଙ୍କୁ ମାତ ଦେଲେ ପ୍ରଣୟ: ସିନ୍ଧୁ ଓ ଶ୍ରୀକାନ୍ତଙ୍କ ସହିତ କ୍ୱାର୍ଟରରେ ପହଞ୍ଚିଲେ

ନୂଆଦିଲ୍ଳୀ: ଅଲିମ୍ପିକ୍ସ ଚାମ୍ପିୟନ ଭିକ୍ଟର ଆକ୍ସେଲସେନଙ୍କୁ ପରାଜିତ କରିବା ସହିତ ଇଣ୍ଡୋନେସିଆ ଓପନ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଏଚ୍ ଏସ ପ୍ରଣୟ । ଏହା ସହିତ ତୃତୀୟ ଭାରତୀୟ ଭାବରେ ଇଣ୍ଡୋନେସିଆ ଓପନ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ପ୍ରଣୟ । ଏହା ପୂର୍ବରୁ ପିଭି ସିନ୍ଧୁ ଏବଂ କିଦାମ୍ବୀ ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଅଲିମ୍ପିକ୍ସ ଚାମ୍ପିୟନ ଭିକ୍ଟର ଆକ୍ସେଲସେନ ଏବଂ ପ୍ରଣୟଙ୍କ ମଧ୍ୟରେ ମୁକାବିଲା ପ୍ରାୟ ୧ ଘଣ୍ଟା ୧୧ ମିନିଟ ଧରି ଚାଲିଥିଲା । ଏହା ସହିତ ମାର୍ଚ୍ଚ ୨୦୨୧ ପରଠାରୁ ଏହା ଭିକ୍ଟର ଆକ୍ସେଲସେନଙ୍କ ପ୍ରଥମ ପରାଜୟ ।

୧୪-୨୧, ୨୧-୧୯ ଏବଂ ୨୧-୧୬ ସେଟରେ ଭିକ୍ଟର ଆକ୍ସେଲସେନଙ୍କୁ ପରାଜିତ କରିଥିଲେ ପ୍ରଣୟ । ଉଭୟ ଖେଳାଳିଙ୍କ ମଧ୍ୟରେ ଏହା ଷଷ୍ଠ ମୁକାବିଲା ହୋଇଥିବା ବେଳେ ପ୍ରଥମ ଥର ପାଇଁ ବିଜୟୀ ହୋଇଛନ୍ତି ପ୍ରଣୟ । ପ୍ରଣୟ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ରାଉଣ୍ଡକୁ ଜିତି ନେଇଥିଲେ । ନିର୍ଣ୍ଣାୟକ ସେଟରେ ବିଜୟୀ ହୋଇଥିଲେ ପ୍ରଣୟ ।

Get real time updates directly on you device, subscribe now.