ରାୟଗଡ଼ା: ରାୟଗଡା ଜିଲ୍ଲାରେ ସାମାଜିକ ଓ ରାଜନୈତିକ ସଚେତନତା ପାଇଁ “ଏକ ଦେଶ, ଏକ ନିର୍ବାଚନ” ଅଭିଯାନ କରାଯାଇଛି । ୨ ମଇ ୨୦୨୫ ରେ ରାୟଗଡା ସର୍କିଟ୍ ହାଉସରୁ ଆରମ୍ଭ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରାଯାଇଥିଲା ।
ଯେଉଁଥିରେ ବିଜେପି ଜିଲ୍ଲା ନେତୃତ୍ୱ, ସାଧାରଣ ଜନତା, ଛାତ୍ରଛାତ୍ରୀ, ବୃତ୍ତିଜୀବୀ, ନିୟୋଜିତ ଏନଜିଓ, ଅଧିବକ୍ତା, କାର୍ଯ୍ୟକର୍ତ୍ତା ଓ ସାମାଜିକ କର୍ମୀମାନେ ସାମିଲ ହେଇଥିଲେ। ଏହି ପଦଯାତ୍ରା ପରେ ଏକ ଅନୁରୋଧପତ୍ର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ୱାରୀଙ୍କୁ ପ୍ରଦାନ କରାଯାଇଛି।
ଅନୁରୋଧପତ୍ର ପ୍ରଦାନ
ଉକ୍ତ ଅନୁରୋଧପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେରିତ କରାଯିବ। ଏଥିରେ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଣାଳୀର ଉଦ୍ଦେଶ୍ୟ ଦର୍ଶାଇଯାଇଥିବାବେଳେ ନିର୍ବାଚନରେ ଖର୍ଚ୍ଚ ହ୍ରାସ, ଜନ ଉନ୍ନୟନ ଯୋଜନାରେ ବୃଦ୍ଧି, ପ୍ରଶାସନିକ ଅସୁବିଧା ହ୍ରାସ, ନୀତି ନିର୍ଦ୍ଦିଷ୍ଟତା, ଓ ମତଦାନ ପ୍ରତି ଜନମାନଙ୍କ ଆଗ୍ରହ ବୃଦ୍ଧି ପ୍ରସଙ୍ଗରେ ଆଲୋକପାତ କରାଯାଇଛି ।
ଅନେକ ବିରୋଧୀ ଏହାକୁ ଲୋକତନ୍ତ୍ର ବିରୋଧୀ ବୋଲି ସମାଲୋଚନା କରିଛନ୍ତି। ତେବେ ଏହି ଅନୁରୋଧପତ୍ର ସ୍ପଷ୍ଟ କରିଛି ଯେ ୧୯୫୨ ରୁ ୧୯୬୭ ପର୍ଯ୍ୟନ୍ତ ଏହି ମିଶ୍ର ନିର୍ବାଚନ ପ୍ରଣାଳୀ ବ୍ୟବହୃତ ହୋଇଥିଲା। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ଓ ସିକିମରେ ଏହାର ସଫଳତା ଦେଖିବାକୁ ମିଳିଛି।
ବରିଷ୍ଠ ନେତୃତ୍ୱ ଉପସ୍ଥିତ
ଅନୁରୋଧପତ୍ର ପ୍ରଦାନ ଅବସରରେ ଡ଼. ତପନ କୁମାର ଚାନ୍ଦ; ବିଜେପି ରାଜ୍ୟ ମୁଖପାତ୍ର, ଗୋପୀ ଆନନ୍ଦ, ଜିଲ୍ଲା ବିଜେପି ଅଧ୍ୟକ୍ଷ, ଅବିନାଶ ପଟ୍ଟନାୟକ; ପ୍ରମୁଖ ମିଡିଆ ହାଉସ ପ୍ରତିନିଧି, ବସନ୍ତ ଉଲ୍ଲକା; ବିଜେପି ପୂର୍ବତନ ବିଧାନସଭା ପ୍ରାର୍ଥୀ, ଦୁଷ୍ମନ୍ତ ସିଂହଦେଓ; ବିଜେପି ଜିଲ୍ଲା ଇଣ୍ଡଷ୍ଟ୍ରିଜ ସେଲ୍ ସମନ୍ୱୟକ ଉପସ୍ଥିତ ରହିଥିଲେ।
ଏମାନଙ୍କ ବ୍ୟତୀତ ଅଭିଯାନକୁ ସଫଳ କରିବା ପାଇଁ ଶିବ ଶଙ୍କର ଉଲ୍ଲକା; ପୂର୍ବତନ ଜିଲ୍ଲା, ସଭାପତି ରାମ ଚନ୍ଦ୍ର ବେହେରା; ବିଜେପି ରାଜ୍ୟ ଉପାଧ୍ୟକ୍ଷ, ଓବିସି ମୋର୍ଚ୍ଚା, ରବି ଗମାଙ୍ଗ; ବ୍ଲକ ଅଧ୍ୟକ୍ଷ, (ରାମନଗୁଡା) ହଳାଧର ମିଶ୍ର; ବିଜେପି ସକ୍ରିୟ କାର୍ଯ୍ୟକର୍ତ୍ତା, ନିଳାଦ୍ରି ବିହାରୀ ପତ୍ର; ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅଭିଯାନ ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ମହିଳା ମୋର୍ଚ୍ଚା ପାଇଁ ବିଶେଷ ସଭା ଆୟୋଜିତ ହୋଇଥିଲା। ସଭାର ସଂଚାଳନ କରିଥିଲେ ଡ଼. ତପନ କୁମାର ଚାନ୍ଦ ଓ ଉପସ୍ଥିତ ଥିଲେ ବିଜେପି ଜିଲ୍ଲା ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତୃତ୍ୱ।