fbpx

ପୁଣି ବଦଳିଲା ସୁନା ଦର: ଶସ୍ତା ହୋଇଗଲା ରେଟ୍, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ?

Advertisement

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ଆଜି ପୁଣି ସୁନା ଓ ରୂପା ଦରରେ ପରିବର୍ତ୍ତନ ଘଟିଛି । ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଆଜି ଏଭସିଏକ୍ସ ଉପରେ ଅଗଷ୍ଟ ଫ୍ୟୁଚର ସୁନା ୦.୪ ପ୍ରତିଶତ ହ୍ରାସ ପାଇ ଦଶ ଗ୍ରାମ ପିଛା ୫୧,୨୩୦ଟଙ୍କା ଥିବାବେଳେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୫୭,୯୩୭ ଟଙ୍କାକୁ ଖସି ଆସିଛି । ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନର ପ୍ରଭାବ ଭାରତୀୟ ଫ୍ୟୁଚର ବଜାରରେ ମଧ୍ୟ ଦୃଶ୍ୟମାନ ହେଉଛି ।

ମଲ୍ଟିକମୋଡିଟି ଏକ୍ସଚେଞ୍ଜରେ (ଏମସିଏକ୍ସ) ଉପରେ ୨୪ କ୍ୟାରେଟ୍ ଶୁଦ୍ଧତାର ଫ୍ୟୁଚର ମୂଲ୍ୟ ଆଜି ସକାଳେ ୧୦ ଗ୍ରାମ ପିଛା ୫୧,୪୦୦ ଟଙ୍କା ହୋଇଥିବା ବେଳେ ରୂପା ଫ୍ୟୁଚର ୪୧୮ ଟଙ୍କା ବୃଦ୍ଧି ପାଇ ୫୮,୦୩୭ ଟଙ୍କା ହୋଇଛି । ଏହାପୂର୍ବରୁ ସୁନାରେ କାରବାରର ଶୁଭାରମ୍ଭ ୫୧,୪୯୦ ଟଙ୍କାରେ ଖୋଲା ଥିବାବେଳେ ରୂପା ବ୍ୟବସାୟ ୫୭,୮୩୦ ଟଙ୍କାରେ ଖୋଲା ଯାଇଥିଲା ।

ତେବେ ଆଜି ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି । ଆଜି ଆମେରିକାର ବଜାରରେ ସୁନାର ସ୍ପଟ୍ ମୂଲ୍ୟ ପ୍ରାୟ ୧,୭୭୬ ଡଲାରର ଟ୍ରେଣ୍ଡ କରୁଛି, ଯାହା ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ୦.୩୩ ପ୍ରତିଶତ କମ୍ ଅଟେ । ଏଥି ସହିତ ରୂପାର ସ୍ପଟ୍ ମୂଲ୍ୟ ଆଜି ୨୦.୧୦ ଡଲାର ଥିଲା, ଯାହା ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ୦.୪୪ ପ୍ରତିଶତ କମ୍ ଅଟେ । ଏହାର କାରଣ ହେଉଛି ଆଜି ଭାରତୀୟ ଫ୍ୟୁଚର ବଜାରରେ ସୁନା ଓ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି ।

ଯଦି ଆପଣ ପ୍ରତିଦିନ ସୁନା ଏବଂ ରୂପା ର ସର୍ବଶେଷ ହାର ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହି ସୂଚନା ଘରେ ବସି ପାଇପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲ୍ ନମ୍ବରରୁ ୮୯୫୫୬୬୪୪୩୩ ନମ୍ବରକୁ ଏକ ମିସ୍ କଲ୍ ଦେବାକୁ ପଡିବ । ଏହାର କିଛି ସମୟ ପରେ ଆପଣ ମୋବାଇଲ୍ ଫୋନରେ ଏକ ଏସଏମଏସ ପାଇବେ, ଯେଉଁଥିରେ ଦେଶରେ ସୁନା ଓ ରୂପାର ସର୍ବଶେଷ ମୂଲ୍ୟ ବିଷୟରେ ସୂଚନା ଦିଆଯିବ ।

Get real time updates directly on you device, subscribe now.