fbpx
BJD SKY
BJD SKY

ପ୍ରେମ ଏବଂ ସ୍ୱାସ୍ଥ୍ୟ ପାଇଁ କାହିଁକି ଜରୁରୀ ହୋଇଥାଏ ଆଲିଙ୍ଗନ? ଜାଣନ୍ତୁ ଆଲିଙ୍ଗନ କରିବା ଦ୍ୱାରା କଣ ମିଳିଥାଏ ଫାଇଦା

BJD

ମଣିଷ କୌଣସି ବି ପରିସ୍ଥିତିରେ ଥାଉନା କାହିଁକି ଯଦି ତାଙ୍କୁ କେହି ନିଜ ଲୋକ ଆଲିଙ୍ଗନ କରିଦିଅନ୍ତି ତେବେ ଏହା ସେମାନଙ୍କ ମୁହିଁରେ ଏକ ସ୍ମିତ ହାସ୍ୟ ଆଣି ଦିଏ । ଏଥିସହିତ ଆଲିଙ୍ଗନ କରିବା ଦ୍ୱାରା ଏହା ଜଣେ ବ୍ୟକ୍ତିର ମନ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଫଳରେ ଏହା ତାଙ୍କୁ ଖୁସି ଦିଏ । ତେବେ ଆପଣ ଯଦି ଆପଣଙ୍କ ଭାଇ ଭଉଣୀ କିମ୍ବା ବନ୍ଧୁ କାହାକୁ ବି ଆଲିଙ୍ଗନ କରନ୍ତି ତେବେ ଏହା ଆପଣଙ୍କୁ ଏକ ଭଲପାଇବା ,ସ୍ନେହ, ଶ୍ରଦ୍ଧା ଆଦିର ସ୍ପର୍ଶ ଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆଲିଙ୍ଗନ କରିବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପକାଇଥାଏ ? ଯାହାଫଳରେ ମନ ପ୍ରଫୁଲ ରହିବା ସହ ସମ୍ପର୍କ ମଧ୍ୟ ସୃଦୁଢ ହୋଇଥାଏ । ବର୍ତ୍ତମାନ ।ସନ୍ତୁ ଜାଣିବା ଆଲିଙ୍ଗନ କରିବା ଦ୍ୱାରା ଆମ ଶରୀରକୁ କେଉଁ ଫାଇଦା ମିଳିଥାଏ ।

ଆଲିଙ୍ଗନ କରିବାର ଫାଇଦା: ଅନେକ ଅଧ୍ୟୟନରେ ଏହା ସ୍ପଷ୍ଟ ହୋଇଛି ଯେ ମଣିଷର ସ୍ପର୍ଷ ଆପଣକ ମନୋସ୍ଥିତିକୁ ପରିବର୍ତ୍ତନ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜଣକୁ ଆଲିଙ୍ଗନ କରେ କିମ୍ବା ହାତ ଧରେ ଏହା ତାକୁ ସୁଖର ଅନୁଭବ କରାଏ । ଏଥିସହିତ ଏହାକୁ ‘ଗୁଡ ଟଚ’ ବୋଲି କୁହାଯାଏ । ତେବେ ଏହି ଆଲଙ୍ଗନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପେଯାଗୀ ହୋଇଥାଏ । ଆସନ୍ତୁ ଜାଣିବା ଏହି ସମ୍ପର୍କରେ…

ମୁଡ ଭଲ ହୋଇଥାଏ: ଯଦି ଆପଣ ସାଧାରଣ ମୁଡରେ ଅଛନ୍ତି ଏବଂ ଜଣେ ଘନିଷ୍ଠ ବ୍ୟକ୍ତି ଆପଣଙ୍କୁ ଆଲିଙ୍ଗନ କରନ୍ତି, ତେବେ ଏହା ଆପଣଙ୍କ ମୁଡକୁ ଠିକ କରିବା ସହ ଏହା ଆପଣଙ୍କ ମନୋବଳକୁ ମଧ୍ୟ ବୃଦ୍ଧି କରିଥାଏ । ଏତିସହିତ ମନରେ ସକାରାତ୍ମକ ଭାବନା ଜାଗ୍ରତ ହୁଏ । ଯାହାକି ଶରୀର ପାଇଁ ବହୁତ ଉପେଯାଗୀ ହୋଇଥାଏ । ତେଣୁ ପ୍ରତିଦିନ ନିଜ ପ୍ରିୟ ଲୋକଙ୍କୁ ଆଲିଙ୍ଗନ କରିବା ଜରୁରୀ ।

ଚିନ୍ତା ଦୂର ହୋଇଥାଏ: ଯେତେବେଳେ ବି କୌଣସି ବ୍ୟକ୍ତି କିଛି ଦୁଃଖ କିମ୍ବା ଚିନ୍ତାରେ ଥାନ୍ତି ସେହି ସମୟରେ ତାଙ୍କୁ ନିଜର ଲୋକ କେହି ଆଲିଙ୍ଗନ କରେ ତେବେ ଏହା ତାଙ୍କୁ ଏକ ସାନ୍ତ୍ୱନା ଦେଇଥାଏ । ଫଳରେ ସେମାନେ କିଛି ସମୟ ପାଇଁ ନିଜ ଦୁଃଖକୁ ଭୁଲି ଯାଆନ୍ତି । ଯାହାକି ମାନସିକ ସ୍ୱାସ୍ଥୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ମନ ଦୁଃଖ କିମ୍ବା ଚିନ୍ତାରେ ଥିବା ବ୍ୟକ୍ତିଙ୍କୁ ଆଲିଙ୍ଗନ କରିବା ଉଚିତ୍ । କାରଣ ଏହି ।ଲିଙ୍ଗନ ସେମାନଙ୍କୁ ଅନେକ ଖୁସି ଦେଇଥାଏ ।

ବ୍ଲଡ ସର୍କୁଲେସନ ଭଲ ହୋଇଥାଏ: ଆଲିଙ୍ଗନ କରିବା ଦ୍ୱାରା ଏହା ଶରୀରରେ ରକ୍ତ ଏବଂ ଅମ୍ଳଜାନ ସଞ୍ଚାଳନକୁ ବୃଦ୍ଧି କରିଥାଏ । ଫଳରେ ଏହା ଶରୀରକୁ ଶକ୍ତି ଯୋଗାଏ ଏବଂ ଥକାପଣ ଦୂର କରିବାରେ ସାହାଯ୍ୟ କରେ । ଏତତ୍ ବ୍ୟତୀତ ଆଲିଙ୍ଗନ ଆପଣଙ୍କ ସମ୍ପର୍କକୁ ମଧ୍ୟ ମଜବୁତ କରିଥାଏ । ତେଣୁ ପ୍ରତ୍ୟେକ ଦିନ ନିଜ ପ୍ରୟ ଲୋକଙ୍କୁ ଆଲିଙ୍ଗନ କରିବା ଉଚିତ୍ ।

ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ: ଯେଉଁ ଲୋକମାନେ ପ୍ରାୟତଃ ନିଜ ଲୋକମାନଙ୍କୁ ଆଲିଙ୍ଗନ କରନ୍ତି, ସେମାନଙ୍କର ସ୍ମୃତିଶକ୍ତି ଭଲ ହୋଇଥାଏ । କାରଣ ଏହା କରିବା ଦ୍ୱାରା ସେମାନେ ଅଧିକ ଖୁସି ଏବଂ ଆରାମଦାୟକ ଅନୁଭବ କରନ୍ତି । ଯାହାକି ସେମାନଙ୍କ ମନ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । ଫଳରେ ସେହି ବ୍ୟକ୍ତିମାନଙ୍କ ମସ୍ତଷ୍କ ପୂର୍ବ ଅପେକ୍ଷା ଅଧିକ ତୀକ୍ଷ୍ଣ ହୋଇଥାଏ ।

Get real time updates directly on you device, subscribe now.