fbpx

କାଜୁ ଜଙ୍ଗଲରୁ ଠାବ ହେଲା କଙ୍କାଳ, ପ୍ରମାଣ ନଷ୍ଟ ପାଇଁ କେହି ଏଭଳି କରିଥିବା ସନ୍ଦେହ

କାଜୁ ଜଙ୍ଗଲରୁ ଠାବ ହେଳା ନର କଙ୍କାଳ । କୋରାପୁଟ ସଦର ଥାନା ଏକଟାଗୁଡ଼ା କାଜୁ ଜଙ୍ଗଲରେ ଠାବ ହୋଇଛି ଏହି ନର କଙ୍କାଳ । ଏହି ନରକଙ୍କାଳ ପୁରୁଷ କିମ୍ବା ମହିଳାଙ୍କର ତାହା ସ୍ପଷ୍ଟ ହୋଇନଥିବା ବେଳେ ନର କଙ୍କାଳ ଆଖପାଖ ସ୍ଥାନରେ ମୁଣ୍ଡ ଓ ହାତ ମଧ୍ୟ ଠାବ ହୋଇଛି । ଏହି ନର କଙ୍କାଳ କିପରି ଏହି ସ୍ଥାନକୁ ଆସିଲା ସେନେଇ ତଦନ୍ତ ଚାଲିଛି । କାଜୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଚିହ୍ନ ମଧ୍ୟ ରହିଛି । ତେବେ କେହି ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡ଼ିଥିବା ଅନୁମାନ କରାଯାଉଛି ।

ସେପଟେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଥ୍ୟ ସଂଗ୍ରହ କରିଛନ୍ତି । କୋରାପୁଟ ଏସଡିପିଓଙ୍କ ସହ ସଦର ଥାନା ଆଇଆଇସି କିରଣବାଳା ସାମଲ ଓ ଥାନାର ପୋଲିସ ଟିମ୍ ଘଟଣା ସମ୍ପର୍କରେ ଛାନଭିନ୍ କରୁଛନ୍ତି । ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ କୌଣସି ସୁରାକ ମିଳିବ ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି କହିଛନ୍ତି ଏସଡିପିଓ ।

ତେବେ ନର କଙ୍କାଳଟି କାହାର ଏବଂ ଏହା କିପରି କାଜୁ ଜଙ୍ଗଲକୁ ଆସିଲା ତାହା ଚିହ୍ନଟ କରିବା ପୋଲିସ ପାଇଁ କଡ଼ା ଚାଲେଞ୍ଜ ସୃଷ୍ଟି କରିଛି ।

Get real time updates directly on you device, subscribe now.