fbpx

(Video) ମାଂସ ଖାଇବା ପାଇଁ ଭୁଲିଗଲେ ମାନବିକତା; ତିନି ଦିନ ଧରି ଘରେ ପଡ଼ି ରହିଲା ଶବ, ଆସିଲେନି ସାହି-ଭାଇ

ମୟୂରଭଞ୍ଜ: (ଓଡ଼ିଶା ଭାସ୍କର) ସାମାଜିକ ବ୍ୟବସ୍ଥାର କରୁଣ ପରିଣତି । ତିନି ଦିନ ଧରି ଘରେ ପଡି ରହିଲା ଶବ । ଗୋଟେ ମେଣ୍ଢା ପାଇଁ ତିନିଦିନ ଧରି ପଡିରହିଛି ଶବ । ମେଣ୍ଢା ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା ପାଇଁ ସାହାଯ୍ୟ କରିବାକୁ ମନା କରି ଦେଲେ । ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧିନ ତେଲବିଲ୍ଲା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଅଭାବନିୟ ଘଟଣା । ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧା ଙ୍କ ଶନିବାର ଦ୍ଵିପ୍ରହାର ରେ ମୃତୁ ହୋଇଥିଲେ ସୁଦ୍ଧା ସେ ଆଦିବାସୀ ପରମ୍ପର ଅନୁଯାୟୀ ଗ୍ରାମବାସୀଙ୍କୁ ପଣ ଦେବାରେ ଦେବାର ନିୟମ ରହିଛି ।

ତେବେ ମୃତ ବୃଦ୍ଧା ଙ୍କ ପୁଅ ପଣ ବାବଦକୁ ଅକ୍ଷମ ହେବାରୁ ଦୁଇ ଦିନ ଧରି ଶବ ପଡିରହିଅଛି । ପୂର୍ବରୁ ମଧ୍ୟ ମୃତ ସୋମବାରୀ ପୁଅ ର ଦୁଇ ଦୁଇ ଥର ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର‌୍ୟ୍ୟକ୍ରମ ରେ ଗାଁ ରେ ପଣ ଦେଇ ନ ଥିବାରୁ ଏବେ ଗାଁ ମୁରବୀ ଅସନ୍ତୋଷ ପ୍ରକାଶ କରିଥିଲେ, ଫଳରେ ଦୁଇ ଦିନ ଧରି ଗାଁ ରୁ ଶବ ଉଠି ନ ଥିଲା । ଆଜି ତାଙ୍କ ପୁଅ କୌଣସି ମତେ ଦେବାକୁ ଥିବା ପଣ ବାବଦକୁ ଦଶ କେଜି ମାଂସ ଦେବାର କଥା ଛିଣ୍ଡିବା ପରେ ପରେ ନିଜ ସମ୍ପ୍ରଦାୟର ଲୋକେ ଶବ ସତ୍କାର ପାଇଁ ହାତ ବଢାଇଥିଲେ ।

Get real time updates directly on you device, subscribe now.