(Video) ବାପ-ପୁଅଙ୍କ Packraftingର ଭୟଙ୍କର ଦୃଶ୍ୟ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବାପ-ପୁଅ ବୋଟିଂ କଲାବେଳେ ଡଙ୍ଗାକୁ ବୁଡାଇଦେଲା ହମ୍ପବ୍ୟାଗ ହ୍ୱେଲ

ନୂଆଦିଲ୍ଲୀ: ସମୁଦ୍ର ଦେଖିବାକୁ ଯେତିକି ସୁନ୍ଦର, ତା’ଠାରୁ ଅଧିକ ଭୟଙ୍କର । କାରଣ ଏହା ମଧ୍ୟରେ ବଡ଼ ବଡ଼ ଜୀବ ଅଛନ୍ତି । ତେବେ ବର୍ତ୍ତମାନ ସମୁଦ୍ରର ଏକ ଭୟଙ୍କର ଭିଡିଓ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ଚିଲୀର ଦକ୍ଷିଣ ପ୍ରଶାନ୍ତ ମହାସାଗରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହା ଦର୍ଶକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଇଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବାପ-ପୁଅ Packrafting କରୁଛନ୍ତି । ଏହି ସମୟରେ ଏକ ବିଶାଳ ହମ୍ପବ୍ୟାକ ହ୍ୱେଲ ଗଭିର ଜଳରୁ ଉପରକୁ ବାହାରୁଛି । ସେ ବାହାରିବା ମାତ୍ରେ ପାଣି ଭିତରକୁ ପୁଅକୁ ଡଙ୍ଗାରୁ ବୁଡାଇଦେଉଛି । ଏହାପରେ ଯାହା ଘଟିଛି, ତାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡିଓ ଆରମ୍ଭରେ ଜଣେ ପିତା ତାଙ୍କ ପୁଅ ସହ Packrafting କରୁଥିବା ଦେଖିବାକୁ ମିଳିଛି । ପୁଅଟି କିଛି ବ୍ୟବଧାନ ମଧ୍ୟରେ ପ୍ୟାଡିଙ୍ଗ କରୁଥିଲା । ଏହି ସମୟରେ ଏକ ବିଶାଳ ହମ୍ପବ୍ୟାଗ ହ୍ୱେଲ ମୁହଁ ଖୋଲି ପାଣିରୁ ବାହାରକୁ ଆସିଲା ଏବଂ ପୁଅକୁ ସଂପୂର୍ଣ୍ଣ ଭାବେ ପାଣିରେ ବୁଡାଇ ଦେଲା । ଫୁଟେଜକୁ ସ୍ଲୋ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ।

କିଛି ସେକେଣ୍ଡ ପାଇଁ ପୁଅଟି ସଂପୂର୍ଣ୍ଣ ଭାବେ ସେହି ସମୁଦ୍ରରେ ବୁଡିଯାଇଥିବା ଦେଖିବାକୁ ମିଳିଛି । ଯେମିତି ଲାଗୁଛି ସେହି ହମ୍ପବ୍ୟାକଟି ତାକୁ ଗିଳି ଦେଇଛି । ଏହି ଘଟଣାର ଏକ ଆଶ୍ଚର୍ଯ୍ୟଜନକ ମୋଡ଼ରେ, ପୁଅଟି ନିଜ packraft କୁ ଧରି ପୁନଶ୍ଚ ଫେରୁଛି । ସେ ପହଁରିକି ତାଙ୍କୁ ବାପାଙ୍କ ପାଖକୁ ଫେରିପାରିଛନ୍ତି । ସେ ଏହାକୁ ନିଜେ ବି ବିଶ୍ୱାସ କରିପାରୁନାହାନ୍ତି ଯେ, ସେ କିଭଳି ମୃତ୍ୟୁ ପାଖରୁ ଫେରିପାରିଛନ୍ତି ।