fbpx

ବିଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଫତି

Advertisement

ନୂଆଦିଲ୍ଲୀ: ବୁଧବାର ଜମ୍ମୁ କଶ୍ମୀରର ବିଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀଙ୍କ ପରଲୋକ ଘଟିଛି । ଶ୍ରୀନଗରରେ ୯୧ ବର୍ଷ ବୟସରେ ହୁରିୟାତ ନେତା ଗିଲାନୀଙ୍କ ପରଲୋକ ହୋଇଛି । ତେହରିକ୍ ଏ ହୁରିୟାତର ପ୍ରତିଷ୍ଠାତା ଗିଲାନୀ ଅଲ ହୁରିୟାତ କନଫରେନ୍ସର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ବୁଧବାର ରାତକି ୧୦.୩୦ ମିନିଟ ସମୟରେ ଗିଲାନୀଙ୍କ ପରଲୋକ ଘଟିଥିଲା । ବୁଧବାର ଅପରାହ୍ନରେ ଗିଲାନୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ୨୦୦୮ରୁ ଗିଲାନୀଙ୍କୁ ତାଙ୍କ ହାଇଦରପୋରା ବାସଭବନରେ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଥିଲା । ୨୯ ସେପ୍ଟେମ୍ବର ୧୯୨୯ରେ ଜନ୍ମିତ ଗିଲାନୀ ପ୍ରଥମରୁ ଜମାତ ଏ ଇସଲାମୀ କଶ୍ମୀରର ସଦସ୍ୟ ରହିଥିଲେ । ପରବର୍ତ୍ତୀ ସମୟରେ ତେହରିକ୍ ଏ ହୁରିୟାତର ପ୍ରତିଷ୍ଠା କରିବା ସହିତ ଅଲ ପାର୍ଟି ହୁରିୟାତ କନଫରେନ୍ସର ମୁଖ୍ୟ ରହିଥିଲେ ।

ଗିଲାନୀଙ୍କ ବିୟୋଗରେ ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶୋକ ପ୍ରକାଶ କରିଛନ୍ତି । ଗିଲାନୀଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ନିଜ ବିଶ୍ୱାସ ଏବଂ ନିଷ୍ପତ୍ତି ସପକ୍ଷରେ ଏକ ଦୃଢ ଷ୍ଟାଣ୍ଡ ନେବାର କ୍ଷମତା ରଖୁଥିବା ଗିଲାନୀଙ୍କ ପ୍ରତି ମୋର ଢେର ସମ୍ମାନ ରହିଛି । ଆଲ୍ଳା ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ଲେଖି ଟ୍ୱିଟ କରିଥିଲେ ମୁଫତି ।

Get real time updates directly on you device, subscribe now.