ସଇତାନ ସାଜିଲା ସ୍ୱାମୀ; ସ୍ତ୍ରୀ ଓ ପୁତୁରାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଅଭିଯୁକ୍ତ ଅଟକ

ବ୍ରହ୍ମଗିରି: ପୁରୀ ବ୍ରହ୍ମଗିିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତି ତା’ ସ୍ତ୍ରୀ ଓ ପୁତୁରା ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୁକ୍ତକୁ ଅଟକ ରଖାଯାଇ ପୋଲିସକୁ ଜିମ୍ମା ଦିଆଯାଇଛି । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ସୂଚନାରୁ ପ୍ରକାଶ ଖୋର୍ଦ୍ଧା କଳାପଦର ଗାଁର ଗୁଣ୍ଡିଚା ପ୍ରଧାନ ଓରଫ କାଳୁ(ଅଭିଯୁକ୍ତ) ପ୍ରାୟ ଦୁଇ ବର୍ଷ ହେବ ଶ୍ୱଶୁର ଘରେ ରହିଆସୁଥିଲେ । ମଙ୍ଗଳବାର ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କହଳ ଉଗ୍ର ରୂପ ନେଇଥିଲା । ସେହି ସମୟରେ ଦେଢ଼ଶାଶୁଙ୍କ ପୁଅ ଆସି ଦୁହିଁଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସ୍ୱାମୀ ଜଣଙ୍କ ରାଗିଯାଇ ସ୍ତ୍ରୀ ଓ ଦେଢ଼ଶାଶୁର ପୁଅ ଉପରେ ଧାରୁ ଆସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ତ୍ରୀଙ୍କ ଚିତ୍କାର ଶୁଣି ପାଖ ପଡ଼ିଶା ଦୌଡ଼ି ଆସିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେପଟେ ଅନ୍ୟମାନେ ଅଭିଯୁକ୍ତ କାଳୁକୁ ଅଟକ ରଖି ପୋଲିସ ଜିମ୍ମା ଦେଇଥିଲେ ।

Get real time updates directly on you device, subscribe now.