୩ ଛୁଆକୁ ପର କରି ପ୍ରେମିକ ହାତରେ ନିଜ ସ୍ତ୍ରୀକୁ ବାନ୍ଧିଲା ସ୍ୱାମୀ, ପ୍ରେମିକ ଭରିଲା ମଥାରେ ସିନ୍ଦୁର… ସ୍ୱାମୀ ଆଖିରୁ ବୋହିଲା ଲୁହ

ଓଡ଼ିଶା ଭାସ୍କର: ସ୍ୱାମୀ, ସ୍ତ୍ରୀ ସମ୍ପର୍କ ଅତୁଟ । ସାତ ଜନ୍ମ ପାଇଁ ଏ ସମ୍ପର୍କ । କିନ୍ତୁ ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ପରିଭାଷା ବଦଳିଯାଇଛି । କାରଣ ଅନେକ ସମୟରେ ଭିନ୍ନ ଭିନ୍ନ ଖବର ସବୁ ସାମ୍ନାକୁ ଆସିବାରେ ଲାଗିଛି । କିଛିଦିନ ହେବ ଏକ୍ସରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ସିନ୍ଦୁର ପିନ୍ଧାଉଥିବାର ଦେଖିବାକୁ ମିଳିଛି । ଘଟଣାଟି ବିହାରର ସହରସାର । ଭିଡିଓରେ ଦେଖାଯାଉଥିବା ଯୁବକଜଣକ ୨ଟି ସନ୍ତାନର ବାପା ଓ ମହିଳା ଜଣକ ୩ ପିଲାର ମା । ଏମାନଙ୍କ ଭିତରେ ଅନୈତିକ ସମ୍ପର୍କ ଥିବା ଜାଣିପାରିବା ପରେ ମହିଳାଙ୍କ ସ୍ୱାମୀ ସେମାନଙ୍କୁ ବାହାକରିଛନ୍ତି ।


ମହିଳା ଜଣକ ପୂର୍ବତନ ସ୍ୱାମୀଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କ ଔରଷରୁ ମହିଳାଙ୍କୁ ୩ଟି ପିଲା ମଧ୍ୟ ପ୍ରାପ୍ତ ହୋଇଛି । ଏହା ସତ୍ତେ୍ୱ ମହିଳା ଜଣକ ଦୁଇଟି ସନ୍ତାନର ବାପା ପ୍ରେମରେ ପଡ଼ିଥିବା କୁହାଯାଉଛି । ବିହାର ପରମ୍ପରା ଅନୁସାରେ ଯୁବକ ଜଣକ ମହିଳାଙ୍କୁ ସିନ୍ଦୁର ପିନ୍ଧାଇ ବାହା ହୋଇଛନ୍ତି । ଭିଡିଓଟି ଏକ୍ସରେ ବହୁଳ ପ୍ରସାର ହେବାର ଲାଗିଛି । ଲୋକମାନେ ଉଭୟ ମହିଳା ଓ ପୁରୁଷଙ୍କୁ ସେମାନଙ୍କ ସମ୍ପର୍କ ପାଇଁ ଢେର ସମାଲୋଚନା କରିବାରେ ଲାଗିଛନ୍ତି ।