fbpx

ପତ୍ନୀ ବାରମ୍ବାର କରୁଥିଲା ଏପରି କାମ: ରାଗରେ ଆଖି ତାଡ଼ିଦେଲା ସ୍ୱାମୀ, ଆଉ ତା’ ପରେ…

ସରଗୁଜା: ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା, ଯେଉଁଠାରେ ଜଣେ ସ୍ୱାମୀ ରାଗରେ ଆସି ନିଜ ପତ୍ନୀଙ୍କ ଆଖି ତାଡ଼ିଦେଇ ବାହଳାର କରିଥିବା ଜଣାପଡିଛି । ପତ୍ନୀର ବାରମ୍ବାର ବାପଘରକୁ ଯିବା ନେଇ ଅଭିଯୁକ୍ତ ସ୍ୱାମୀ ଅନେକ ଦିନରୁ ରାଗିଥିବା ଜଣାପଡିଛି ।

ତେବେ ଘଟଣା ଦିନ ଦୁହିଁଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏହା ପରେ ସ୍ୱାମୀ ରାଗରେ ଆସି ପତ୍ନୀ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପତ୍ନୀଙ୍କୁ ସ୍ଥାନୀୟ ଲୋକମାନେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କର ଚିକିତ୍ସା ଚାଲିଥିବା କୁହାଯାଉଛି ।

ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଛି । ଅନ୍ୟପଟେ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ କରିଥିବାକୁ ନେଇ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବାରେ ଲାଗିପଡ଼ିଛି ପୋଲିସ ।

ତେବେ ଏହି ଘଟଣା ସରଗୁଜାର ଉଦୟପୁର ଥାନା ଅଞ୍ଚଳର କେଶଗଙ୍ଗାର ବୋଲି ସୂଚନା ମିଳିଛି । ସୂଚନା ମୁତାବକ, ୧୪ ଅଗଷ୍ଟରେ ନିସାଶକ୍ତ ଅବସ୍ଥାରେ ଦେବପ୍ରସାଦ ନିଜ ପତ୍ନୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୀଡିତ ପତ୍ନୀ ମାନମତିଙ୍କ ଡାହାଣ ଆଖିରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଗିରଫ କରିପାରିନି ପୋଲିସ ।

Get real time updates directly on you device, subscribe now.