ଜହ୍ଲାଦ ସ୍ୱାମୀ: ସ୍ତ୍ରୀକୁ ଛୁରୀ ଭୁସି କଲା ହତ୍ୟା

ସ୍ତ୍ରୀକୁ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

ଭାପୁର: ପୁଣି ହତ୍ୟା କାଣ୍ଡ। ଦେଶରେ ତଥା ରାଜ୍ୟରେ ପ୍ରତିଦିନ ହତ୍ୟା ମାମଲା ସାମ୍ନାକୁ ଆସୁଛି। ଏହା ଥମିବାର ନାଁ ନେଉନି କହିବା ଅତ୍ୟୁକ୍ତି ହେବ ନାହିଁ। ତେବେ ବର୍ତ୍ତମାନ ଏହପରି ଏକ ଘଟଣା ଭାପୁରରେ ଘଟିଛି। ଏଠାରେ ଜଣେ ଜହ୍ଲାଦ ସ୍ୱାମୀ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛି।

ସୂଚନା ମୁତାବକ, ନୟାଗଡ଼ ଫତେହଗଡ଼ ଥାନା ଅନ୍ତର୍ଗତ ଗୋହିରିଆପଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି, ସେଠାରେ ମୃତଦେହକୁ ଜବତ କରିଛି। ଏଥିସହ ପୋଲିସ ଏହାର ଯାଞ୍ଚ ଚଳାଇଛି।