(Video) ଆଉ ଜଣେ ସ୍ୱାମୀ ହାରିଲା ଜୀବନ: ଅନ୍ୟ ପୁରୁଷଙ୍କ ସହ ସ୍ତ୍ରୀ ରଖୁଥିଲା ସମ୍ପର୍କ, ସତ ଜାଣିବା ପରେ ଯୁବକ ଭିଡିଓ କରି ଝୁଲିପଡ଼ିଲେ

ସ୍ତ୍ରୀ’କୁ ଭଲ ଲାଗୁଥିଲେ ପର ପୁରୁଷ । ସ୍ୱାମୀ ଦେଖିପାରିଲାନି ସ୍ତ୍ରୀର ଲିଳା ।

ରାମପୁର: ଆଉ ଜଣେ ସ୍ୱାମୀ ହାରିଲେ ପ୍ରାଣ । ସ୍ତ୍ରୀ ଦୂରରେ ଥିଲା ହେଲେ ସ୍ତ୍ରୀର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ସହିପାରିଲେନି ଯୁବକଜଣକ ଯାହା ଫଳରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟା କରିବା ପୂର୍ବରୁ ଏକ୍ସରେ ଏକ ଭିଡିଓ ସେ ଶେୟାର କରିଛନ୍ତି । ଯେଉଁଥିରେ ଆରିଫ୍ ତାଙ୍କ ଆତ୍ମହତ୍ୟା ପଛର କାରଣ ଏବଂ ତାଙ୍କର ଏ ଚରମ ନିଷ୍ପତ୍ତିରେ ଦାୟି ଥିବା ଲୋକଙ୍କ ବିଷୟରେ କହିଛନ୍ତି ।

ପାରିବାରିକ ବିବାଦ କରଣରୁ ଆରିଫ ଓ ସ୍ତ୍ରୀ ଜେବା ଅଲଗା ରହୁଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ନାହିଁ । ବିବାହିତା ହୋଇ ମଧ୍ୟ ଜେବା ଅନ୍ୟ ପୁରୁଙ୍କେ ସମ୍ପର୍କରେ ରହୁଥିଲେ । ଯାହାକୁ ନେଇ ସ୍ୱାମୀ ଆରିଫ୍ ଳବିସାଦରେ ଥିବା କହିଛନ୍ତି ।

ତାଙ୍କ ମୃତ୍ୟୁ ପାଇଁ ସେ ସ୍ତ୍ରୀ ଜେବା, ତାଙ୍କ ବାପଘର ଲୋକଙ୍କ ସହିତ ଅନ୍ୟ ୨ ପୁରୁଷଙ୍କୁ ଦାୟି କରିଛନ୍ତି । ପୂର୍ବରୁ ଆରିଫ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ସ୍ତ୍ରୀଙ୍କ କାର୍ଯ୍ୟକଳାପ କଥା ବଖାଣିଥିଲେ । ହେଲେ ବର୍ତ୍ତମାନ ଜାରି ଭିଡିଓଟି ମୃତ୍ୟୁର ଅଳ୍ପ ସମୟ ପୂର୍ବର ବୋଲି ଜରାପଡ଼ିଛି ।

ଭିଡିଓ ପାଇବା ଏବଂ ମୃତଦେହ ମିଳିବା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।