ଓଡ଼ିଶା ଭାସ୍କର: ଋତୁଚକ୍ରରେ ପରିବର୍ତ୍ତନ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ବିଶେଷ କରି ଶୀତ ଦିନ ଆସିଲେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶି ସଜାଗ ହୋଇଯାନ୍ତି । ଶୀତ ଦିନେ ଶରୀରର ତାପମାତ୍ରା କମି ଯିବାରୁ ହାଇପୋଥର୍ମିଆ(Hypothermia) ହୋଇଥାଏ । ହାଇପୋଥର୍ମିଆ ହେଉଛି ଏପରି ଏକ ସ୍ଥିତି ଯେଉଁଥିରେ ଶରୀରର ତାପମାତ୍ରା ୯୫ଂ ଫାହରେନହାଇଟ୍(୩୫ଂ ସେଲସିୟସ୍) ତଳେ ରହିଥାଏ । ଏଭଳି ସ୍ଥିତିରେ ଶରୀରରୁ ଅଧିକ ଝାଳ ବୋହିଥାଏ । ଏହା ସହ ହୃଦୟ, ନର୍ଭସ ସିଷ୍ଟମ ଏବଂ ଅନ୍ୟ ଅଂଗ ଗୁଡ଼ିକର ସାମାନ୍ୟ ଭାବେ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଭାବିତ କରେ । ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ବିଶେଷ କରି ଛୋଟ ପିଲା ଏବଂ ବୃଦ୍ଧ ବ୍ୟକ୍ତିଙ୍କ କ୍ଷେତ୍ରରେ ହାଇପୋଥର୍ମିଆର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା କଣ ଏହି ହାଇପୋଥର୍ମିଆର ଲକ୍ଷଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ବ୍ୟକ୍ତିର ଆୟୁ, ସ୍ୱାସ୍ଥ୍ୟ ଓ ହାଇପୋଥର୍ମିଆର ଗମ୍ଭୀରତା ଆଧାରରେ ଲକ୍ଷଣ ଦେଖାଦେଇଥାଏ । ସେହିଭଳି କିଛି ସାଧାରଣ ଲକ୍ଷଣ ଗୁଡ଼ିକ ହେଉଛି :
– ଶରୀରରେ କଂପନ
– କଥା କହିବାରେ ଅସୁବିଧା
– ଚିଡ଼ଚିଡ଼ାପଣ
– ଡିପ୍ରେସନ୍
– ଚେତାଶୂନ୍ୟ ହେବା
– ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହେବା ଇତ୍ୟାଦି
ଯଦି କୌଣସି ବ୍ୟକ୍ତିଙ୍କ ମଧ୍ୟରେ ଏଭଳି କିଛି ଲକ୍ଷଣ ଦେଖାଯାଉଥାଏ ତେବେ ସେମାନଙ୍କୁ ତୁରନ୍ତ ଶୀତବସ୍ତ୍ର ପରିଧାନ କରାଇବା ସହ ଉଷ୍ମ ସ୍ଥାନକୁ ନେଇଯାନ୍ତୁ । ଏହା ବାଦ୍ ଯଦି ସ୍ଥିତି ଗମ୍ଭୀର ଜଣାପଡ଼େ ତେବେ ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ ।
ହାଇପୋଥର୍ମିଆରୁ କିପରି ନିଜକୁ ରକ୍ଷା କରିପାରିବେ ?
– ଘରୁ ବାହାରିବା ସମୟରେ ଶୀତବସ୍ତ୍ର ପିନ୍ଧନ୍ତୁ । ଯେତେଦୂର ସମ୍ଭବ ମୁଣ୍ଡ, ବେକ ଓ ମୁହଁକୁ ଢ଼ାଙ୍କି ରଖନ୍ତୁ ।
– ପର୍ଯ୍ୟାପ୍ତ ମାତ୍ରାରେ ଜଳର ସେବନ କରନ୍ତୁ ।
– ମଦ୍ୟପାନ ଓ କାଫେନ୍ ଜାତୀୟ ଖାଦ୍ୟପେୟ ଠାରୁ ଦୂରେଇ ରୁହନ୍ତୁ ।
– ଶରୀରର ତାପମାତ୍ରା ଉପରେ ଧ୍ୟାନ ଦିଅନ୍ତୁ ।
ହାଇପୋଥର୍ମିଆର ଚିକିତ୍ସା ସମ୍ଭବ ଅଟେ । ଏହା ବ୍ୟକ୍ତିର ସ୍ଥିତିର ଗମ୍ଭୀରତା ଉପରେ ନିର୍ଭର କରିଥାଏ । ସାମାନ୍ୟ ପରିସ୍ଥିତିରେ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ଓ ଗରମ ତରଳ ପଦାର୍ଥ/ପାନୀୟ ପିଆଇବା ହାଇପୋଥର୍ମିଆରୁ ଉପଷମ ଦେଇଥାଏ । ଅଧିକ ଗମ୍ଭୀର ପରିସ୍ଥିତିରେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥାଏ ।