fbpx

କଶ୍ମୀରକୁ ପାକିସ୍ତାନର କହି ବିବାଦରେ ହ୍ୟୁଣ୍ଡାଇ: ଟ୍ୱିଟରରେ କରୁଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଅଟୋମୋବାଇଲ ନିର୍ମାତା ହ୍ୟୁଣ୍ଡାଇ ଏବେ ବିବାଦ ଘେରରେ । ପାକିସ୍ତାନରେ କମ୍ପାନୀର ଡିଲର ଏକତା ଉପରେ ଦେଇଥିବା ବାର୍ତ୍ତାକୁ ନେଇ ଦେଖାଦେଇଛି ଏହି ବିବାଦ । ସେପଟେ ଭାରତରେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଟ୍ୱିଟରରେ ବଏକଟହ୍ୟୁଣ୍ଡାଇ ଟ୍ରେଣ୍ଡ କରିବା ବିବାଦକୁ ନେଇ ସଫେଇ ରଖିଛି । କମ୍ପାନୀ କହିଛି ଯେ ସେ ଭାରତୀୟ ରାଷ୍ଟ୍ରବାଦର ସମ୍ମାନ କରୁଛି । କମ୍ପାନୀ ଭାରତକୁ ଏହାର ଦ୍ୱିତୀୟ ଘର ବୋଲି ମଧ୍ୟ କହିଛି । ଅବଶ୍ୟ କମ୍ପାନୀ ଭାରତ ବିରୋଧୀ ଟ୍ୱିଟ୍ ରେ ହୋଇଥିବା ବିବାଦ ପରେ ନିଜ ବୟାନରେ ପାକିସ୍ତାନର ଉଲ୍ଲେଖ କରିନାହିଁ କିମ୍ବା ଘଟଣାକୁ ନେଇ ଦୁଖଃପ୍ରକାଶ କରିନାହିଁ । ଯାହାକୁ ନେଇ ଏବେ ପୁଣିଥରେ ଆଲୋଚନା ଲାଗିରହିଛି ।

ସୂଚନାଅନୁଯାୟୀ, ଫେବୃଆରୀ ୫ରେ ହ୍ୟୁଣ୍ଡାଇ ପାକିସ୍ତାନ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକତାକ ନେଇ ଏକ ପୋଷ୍ଟ କରାଯାଇଥିଲା । ଏହି ପୋଷ୍ଟରେ କଶ୍ମୀରକୁ ନେଇ ପାକିସ୍ତାନ ପକ୍ଷରେ ଲେଖାଯାଇଥିଲା । କଶ୍ମୀର ପାକିସ୍ତାନର ବୋଲି ସମର୍ଥନ କରୁଥିବା ଏହି ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି । ଏଥିରେ ‘କାଶ୍ମୀର ବ୍ରଦର୍ସ’ଙ୍କ ସ୍ୱାଧୀନତା ସଂଗ୍ରାମକୁ ଦର୍ଶାଯାଇଥିଲା । ପାକିସ୍ତାନରେ ଫେବୃଆରୀ ୫କୁ  ‘କଶ୍ମୀର ଏକତା ଦିବସ’ ଭାବେ ପାଳନ କରାଯାଏ । କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ପାକିସ୍ତାନ ଫେବୃଆରୀ ୫ କୁ ‘କାଶ୍ମୀରର ଏକତା ଦିବସ’ ଭାବରେ ପାଳନ କରିଥାଏ । ତେବେ ପରେ ଏହାକୁ ହଟାଇ ଦିଆଯାଇଥିଲା ।

ସେପଟେ ଭାରତୀୟ କମ୍ପାନୀର ୟୁନିଟ ଟ୍ୱିଟ କରି କହିଛି ଯେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ୨୫ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ବଜାର ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ଜାତୀୟତାକୁ ସମ୍ମାନ ଦେବା ପାଇଁ ଦୃଢ଼ ଭାବରେ ଠିଆ ହୋଇଛୁ। ଏକ ଅବାଞ୍ଛିତ ସୋସିଆଲ୍ ମିଡିଆ ପୋଷ୍ଟରେ ଦେଖାଯାଇଥିବା ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆର ସଂପୃକ୍ତି ଆମର ଭାବନାକୁ ଆଘାତ ଦେଇଛି ।

ସେପଟେ କେଏଫସି ମଧ୍ୟ ‘କଶ୍ମୀର ଏକତା ଦିବସ’ ଦିବସରେ କଶ୍ମୀରକୁ ଭାରତର ବୋଲି ସମାନ କଥା ଲେଖି ବିବାଦ ଘେରକୁ ଆସିଛି ।

Get real time updates directly on you device, subscribe now.