ଭୋଟ୍ ଦେଇଛି, ମୋ ବାହାଘର ପାଇଁ ଝିଅ ଖୋଜିଦିଅ… ବିଧାୟକଙ୍କୁ ଏମିତି ଦାବି କଲେ ପେଟ୍ରୋଲ ପମ୍ପ କର୍ମଚାରୀ

ଓଡ଼ିଶା ଭାସ୍କର: ଦେଶର ରାଜନେତା ମାନଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାରର ଦାବି କରିଥାନ୍ତି ଜନତା । କିନ୍ତୁ ଜଣେ ବିଧାୟକଙ୍କୁ ଏମିତି ଏକ ଦାବି ହୋଇଛି, ଯାହା ଶୁଣି ସମସ୍ତେ ଚକିତ ହୋଇ ଯାଇଛନ୍ତି । ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ବିଧାୟକଙ୍କୁ ତାଙ୍କ ବିବାହ ପାଇଁ ଝଅ ଖୋଜିବା ପାଇଁ ଦାବି କରିଛନ୍ତି । ଉତ୍ତରପ୍ରଦେଶ ଚରଖାରି ବିଧାୟକ ବୃଜଭୂଷଣ ରାଜପୁତ ଏଭଳି ଏକ ଅଜବ ପରିସ୍ଥିତିର ସାମନା କରିଛନ୍ତି । ବିବାହ କରାଇବାରେ ସାହାଯ୍ୟ ପାଇଁ ଦାବି କରି ବିଧାୟକଙ୍କୁ କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ ଅଖିଳେନ୍ଦ୍ର ଖାରେ ।

ସୂଚନା ଅନୁସାରେ, ଭାରତୀୟ ଜନତା ପାର୍ଟିର ଚରଖାରି ବିଧାୟକ ଗାଡ଼ିରେ ପେଟ୍ରୋଲ ଭରିବା ପଇଁ ମହୋବା ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଏହି ସମୟରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ତାଙ୍କୁ ବିବାହ ପାଇଁ କନ୍ୟା ଖୋଜିବାରେ ସାହାଯ୍ୟ ମାଗିଥିଲେ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବିବାହ କଥା ଶୁଣିବା ପରେ ବିଧାୟକ ପେଟ୍ରୋଲଙ୍କୁ ତାଙ୍କ ବୟସ ପଚାରିଥିଲେ । ଏହାପରେ ଏହି କାମ ପାଇଁ ତୁମେ ମୋତେ କାହିଁକି ବାଛିଲ ବୋଲି ପଚାରିଲେ ବିଧାୟକ ବୃଜଭୂଷଣ । ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତରରେ ଅଖିଳେନ୍ଦ୍ର କହିଛନ୍ତି ଯେ, ମୁଁ ଆପଣଙ୍କୁ ଭୋଟ ଦେଇଛି । ସେଥିପାଇଁ ଆପଣଙ୍କୁ କହିବାର ଅଧିକାର ଅଛି । ବିଧାୟକ ଏବଂ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଏହି ବାର୍ତ୍ତାଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ତେବେ ଅଘିଳେନ୍ଦ୍ରଙ୍କ ବିଧାୟକ ପ୍ରତିଶ୍ରୁତି ଦେବା ସହ ବିବାହ କରାଇ ଦେବାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି । ତେବେ ଭୋଟ୍ ଦେଇଛନ୍ତି ବୋଲି ଏଭଳି ଏକ ଦାବି କରି ସୋସିଆଲ ମିଡିଆରେ ସେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ଏହାପରେ ବୃଜଭୂଷଣ ଅଖିଳେନ୍ଦ୍ରଙ୍କ ବିଷୟରେ ଆହୁରି କିଛି କଥା ବଝି ନେଇଥିଲେ । ତେବେ ତାଙ୍କ ପାଇଁ ପ୍ରାର୍ଥନା କରିବା ସହ ଅଖିଳେନ୍ଦ୍ରଙ୍କ ପାଇଁ କନ୍ୟା ଖୋଜିବାକୁ ଚେଷ୍ଟା କରିବେ ବୋଲି ବିଧାୟକ ବୃଜଭୂଷଣ କଥା ଦେଇଛନ୍ତି ।

Get real time updates directly on you device, subscribe now.