fbpx

‘ମୁଁ କେବେ ବି ଡ୍ରଗ୍ସ ନେଇନି, ସିଗାରେଟକୁ ନେଇ ଆର୍ଯ୍ୟନଙ୍କ ସହ କଥା ହୋଇଥିଲି’: ଅନନ୍ୟା ପାଣ୍ଡେ

ମୁମ୍ବାଇ: ଆର୍ଯ୍ୟନ୍ ଖାନଙ୍କ ମୁମ୍ବାଇ କ୍ରୁଜ୍ ପାର୍ଟି ମାମଲାରେ ଦ୍ୱିତୀୟ ଦିନ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ପଚରାଉଚରା କରୁଛି । ସୁତ୍ର ଅନୁସାରେ, ପ୍ରଥମ ଦିନର ପଚରାଉଚରା ବେଳେ ଏନସିବିକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି । ଆର୍ଯ୍ୟନଙ୍କ ଫୋନ୍ ରୁ ଡ୍ରଗ୍ସକୁ ନେଇ ଚାଟ୍ କରାଯାଇଥିବା ଜଣାପଡ଼ିଥିଲା । ତେବେ ଆଜି ଏନସିବି ଅଫିସ୍ ରେ ଅନନ୍ୟା ପାଣ୍ଡେଙ୍କୁ ହାଜର ହେବାର ଥିଲା । କିନ୍ତୁ ସେ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ତେବେ ପ୍ରଥମ ଦିନର ଜେରା ସମୟରେ ସେ ଅନେକ ପ୍ରଶ୍ନ ଉତ୍ତର ଏନସିବି ଅଧିକାରୀଙ୍କୁ କହିଛନ୍ତି । ଆର୍ଯ୍ୟନଙ୍କ ସହିତ ଚାଟ୍ ବେଳେ ଶୁଣିବାକୁ ମିଳିଥିଲା ଯେ, ସେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଥିଲେ । ଆର୍ଯ୍ୟନ୍ ପଚରାରିଛନ୍ତି ଯେ, କିଛି ଜୁଗାଡ଼ ହୋଇପାରିବ କି? ଅନନ୍ୟା ଜବାବ ଦେଇଛନ୍ତି ଯେ, ମୁଁ ବ୍ୟବସ୍ଥା କରିଦେବି । ତେବେ ଏହି ଚାଟ୍ କୁ ଦେଖାଇ ଏନସିବି ଅନନ୍ୟାଙ୍କୁ ପଚରାଉଚରା କରିଥିଲା । ହେଲେ ଅନନ୍ୟା କହିଥିଲେ ଯେ, ସେ କେବଳ ମଜାକ୍ କରୁଥିଲେ ।

ଆଗକୁ ଅନେକ ପ୍ରଶ୍ନ କରିଥିଲା । ଚାଟ୍ କୁ ନେଇ ବିଭିନ୍ନ ଦିଗକୁ କେନ୍ଦ୍ର କରି ଏନସିବି ପ୍ରଶ୍ନ କରିଥିଲା । ଅନନ୍ୟା କହିଥିଲେ ଯେ, ସେ ସିଗାରେଟ୍ କୁ ନେଇ କଥା ହେଉଥିଲେ । ଗଞ୍ଜେଇକୁ ନେଇ କୌଣସି କଥାବାର୍ତ୍ତା ହୋଇନାହାନ୍ତି । ସେ ଡ୍ରଗ୍ସ ନେବା କଥାରେ ଅସହମତି ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ, କେବେ ବି ଡ୍ରଗ୍ସ ନେଇନାହାନ୍ତି । ତେବେ ପ୍ରଥମ ଦିନ ପଚରାଉଚରା ବେଳେ ବାପା ଚଙ୍କି ପାଣ୍ଡେଙ୍କ ସହ ଏନସିବି ଅଫିସ୍ ରେ ପହଞ୍ଚିଥିଲେ ଅନନ୍ୟା । ସେ ବହୁତ୍ ନର୍ଭସ୍ ଥିଲେ ଓ ବାପାଙ୍କ ସାମନାରେ କାନ୍ଦିପକାଇଥିଲେ । ହେଲେ ପଚରାଉଚରା କରାଯାଉଥିବା ରୁମ୍ କୁ ସେ ଏକା ଯାଇଥିଲେ ।

ଆର୍ଯ୍ୟନ ଙ୍କ ସହ ଚାଟ୍ ମିଳିବା ପରେ ଏନସିବି ଅଧିକାରୀ ମାନେ ଅନନ୍ୟାଙ୍କୁ ସମନ ଜାରି କରିଥିଲେ । ହେଲେ ଏନସିବିର କହିବା ମୁତାବକ, ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିପାରିନାହିଁ ଯେଉଁଥିରୁ ଜଣାପଡ଼ିବ ଯେ ଅନନ୍ୟା ଦୋଷୀ । ଅନନ୍ୟା, ଆର୍ଯ୍ୟନଙ୍କ ପାଇଁ କୌଣସି ଡ୍ରଗ୍ସ ବ୍ୟବସ୍ଥା କରିନାହାନ୍ତି । ତେବେ ଅନନ୍ୟାଙ୍କ ଫୋନ୍ ଏସସିବି ଅଧିକାରୀ ମାନେ ଜବତ କରିଛନ୍ତି । ତେଣୁ ତାଙ୍କର କାମ ଅଟକି ରହିଛି । ଏଣୁ କରି ସେ ଶୁଟିଂ ସବୁକୁ ରି-ସିଡ୍ୟୁଲ୍ କରିଛନ୍ତି ।

Get real time updates directly on you device, subscribe now.