fbpx

ଗାଁ ର ପ୍ରଥମ କଲେଜ ଯାଇଥିବା ଝିଅ ହେଲେ ୧୫ ତମ ରାଷ୍ଟ୍ରପତି, ଶପଥ ଗ୍ରହଣ ଅବସରରେ କହିଲେ ଦୌପଦୀ ମୁର୍ମୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତକୁ ଆଜି ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିିଳିଛି । ଦ୍ରୌପଦୀ ମୁର୍ମୁୁ ଆଜି ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି । ତାଙ୍କୁ ମୁଖ୍ୟ ବିଚାରପତି ଏନ.ଭି. ରମଣା ରାଷ୍ଟ୍ରପତି ପଦର ଶପଥପାଠ କରାଇଛନ୍ତି । ଶପଥ ନେବା ସହ ଦ୍ରୌପଦୀ ମୁର୍ମୁ ଭାରତର ସର୍ବୋଚ୍ଚ ସମ୍ବିଧାନିକ ପଦ ସମ୍ଭାଳିଥିବା ପ୍ରଥମ ଆଦିବାସୀ ମହିଳା ହୋଇଛନ୍ତି ।

ଶପଥ ଗ୍ରହଣ ଅବସରରେ ଅଭିଭାଷଣ ଦେଇ ମୁର୍ମୁୁ କହିଥିଲେ ଯେ ‘ନିଜ ଜୀବନ ଯାତ୍ରା ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ଆରମ୍ଭ କରିଥିଲି । ମୁଁ ଯେଉଁଠାରୁ ଆସିଛି ସେଠାରେ ମୋ ପାଇଁ ପ୍ରାରମ୍ଭିକ ଶିକ୍ଷା ହାସଲ କରିବା ମଧ୍ୟ ଏକ ସ୍ୱପ୍ନ ଭଳି ଥିଲା । କିନ୍ତୁ ଅନେକ ବାଧା ସତ୍ତ୍ୱେ ମୋର ସଂକଳ୍ପ ଦୃଢ଼ ରହିଥିଲା ଏବଂ ମୁଁ ଗାଁରେ କଲେଜ ଯାଉଥିବା ପ୍ରଥମ ଝିଅ ହୋଇଥିଲି । ମୁଁ ଜନଜାତି ସମାଜରୁ ଆସିଛି ଏବଂ ମତେ ୱାର୍ଡ କାଉନସିଲର ଠାରୁ ଭାରତର ରାଷ୍ଟ୍ରପତି ହେବାର ଅବସର ମିଳିଛି । ଏହା ଲୋକତନ୍ତ୍ରର ଜନନୀ ଭାରତବର୍ଷର ମହାନତା । ଏହା ଆମ ଳୋକତନ୍ତ୍ରର ଶକ୍ତି ଯେ ଏଥିରେ ଜଣେ ଗରିବ ଘରେ ଜନ୍ମ ହୋଇଥିବା ଝିଅ, ଦୂର-ଉପାନ୍ତ ଆଦିବାସୀ କ୍ଷେତ୍ରରେ ଜନ୍ମ ହୋଇଥିବା ଝିଅ ବି ଭାରତର ସର୍ବୋଚ୍ଚ ସମ୍ବିଧାନିକ ପଦରେ ବସିପାରିବ ।

ଶପଥ ଗ୍ରହଣ ସମୟରେ ଦ୍ରୌପଦୀ ମୁର୍ମୁ  କହିଛନ୍ତି ଯେ ଏହା ଏକ ସଂଯୋଗ ଯେ ଯେତେବେଳେ ଦେଶ ସ୍ୱାଧୀନତାର ୫୦ ବର୍ଷ ପର୍ବ ମନାଉଥିଲା ସେତେବେଳେ ମୋର ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା । ଆଉ ଆଜି ସ୍ୱାଧୀନତାର ୭୫ ବର୍ଷରେ ମତେ ନୂଆ ଦାୟିତ୍ୱ ମିଳିଛି । ଏଭଳି ଐତିହାସିକ ସମୟରେ ଯେତେବେଳେ ଭାରତ ଆଗାମୀ ୨୫ ବର୍ଷ ପାଇ ଭିଜନ ହାସଲ କରିବା ପାଇଁ ପ୍ରସ୍ତୁତି କରୁଛି । ମତେ ଏହି ଦାୟିତ୍ୱ ମିଳିବା ସୌଭାଗ୍ୟର କଥା ।

ସେ କହିଥିଲେ ଯେ ଏହି ନିର୍ବାଚନରେ ଦେଶର ଗରିବଙ୍କ ମଧ୍ୟ ଆଶୀର୍ବାଦ ରହିଛି ଦେଶର କୋଟି କୋଟି ମହିଳା ଏବଂ ଝିଅଙ୍କ ସ୍ୱପ୍ନ ଏବଂ ସାମର୍ଥ୍ୟର ଝଲକ । ମୋ ପାଇଁ ବହୁତ ସନ୍ତୋଷର କଥା ଯେ ଯେଉଁମାନେ କାଳ କାଳରୁ ବଞ୍ଚିତ ଥିଲେ, ଯେଉଁମାନେ ବିକାଶ ଲାଭରୁ ଦୂରରେ ଥିଲେ ସେହି ଗରିବ, ଦଳିତ, ପଛୁଆ ତଥା ଆଦିବାସୀ ମୋଠାରେ ନିଜର ପ୍ରତିବିମ୍ବ ଦେଖୁଛନ୍ତି ।

Get real time updates directly on you device, subscribe now.