ଫଟୋ ଲିକ୍ କରି ଦେବି ! ଗାର୍ଲଫ୍ରେଣ୍ଡଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ସାଉଥ୍ ଅଭିନେତା

ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଫଟୋ ଲିକ୍ କରିବାର ଦେଉଥିଲେ ଧମକ । କନ୍ନଡ଼ ଅଭିନେତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ।

ନୂଆଦିଲ୍ଲୀ: ଲୋକପ୍ରିୟ କନ୍ନଡ଼ ଟେଲି ଅଭିନେତା ଚରିଥ୍ ବାଲାପ୍ପାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଅଭିନେତା ଜଣଙ୍କ ନିଜ ଗାର୍ଲଫ୍ରେଣ୍ଡଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଯୌନ ନିର୍ଯାତନା ଦେବା ସହ ମାରପିଟ୍ କରିବା ଏବଂ ତାଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ କରିବା ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ କରିଛି ।

ଶାରୀରିକ ସମ୍ପର୍କ ନ ରଖିଲେ ବଦନାମ କରିଦେବି: 

୨୯ ବର୍ଷୀୟ ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ୨୦୧୭ରୁ ସେ ବାଲାପ୍ପାଙ୍କୁ ଜାଣିଥିଲେ । ଉଭୟ ତେଲୁଗୁ ଏବଂ କନ୍ନଡ଼ ସିରିଏଲରେ କାମ କରିଛନ୍ତି ଉକ୍ତ ଅଭିନେତ୍ରୀ । ବାଲାପ୍ପାଙ୍କୁ ପ୍ରେମ କରିବା ପାଁଇ ସେ ଚାପ ପକାଉଥିଲେ । ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ଏବଂ କଥା ନ ମାନିଲେ ବଦନାମ କରିବାକୁ ଧମକ ମଧ୍ୟ ଦେଉଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କି  ଚରିଥ୍ ତାଙ୍କ ସହଯୋଗୀମାନଙ୍କ ସହିତ ଘରେ ପ୍ରବେଶ କରି ହଇରାଣ କରୁଥିଲେ । ଗାର୍ଲଫ୍ରେଣ୍ଡ ଥାଇ ମଧ୍ୟ ସେ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିଲେ। ଏଥିସହ ସେ ତାଙ୍କୁ ଟଙ୍କା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ପୁଲିସ ଶୁକ୍ରବାର ଅଭିନେତାଙ୍କୁ ଗିରଫ କରିଛି ।

ବାଲାପ୍ପାଙ୍କ ରାଜ୍ ଖୋଲିଲା:

ଆଶ୍ଚର୍ଯ୍ୟଜନକ କଥା ହେଲା ଚରିଥ୍ ଙ୍କ ପୂର୍ବରୁ ଛାଡପତ୍ର ହୋଇସାରିଛି । ଛାଡ଼ପତ୍ର ପରେ ମଧ୍ୟ ତାଙ୍କର ପୂର୍ବତନ ପତ୍ନୀଙ୍କ ସହ ସମ୍ପର୍କ ଥିବା ଜୁନ୍ ୨୦୨୪ ରେ ଅଭିନେତାଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ ହୋଇଥିଲା । ଚରିଥ୍‌ ବାଲାପ୍ପା କନ୍ନଡ ଓ ତେଲୁଗୁ ସିରିଏଲ୍‌ରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟିଛନ୍ତି । ତାଙ୍କ ଅଭିନୀତି ଅଧିକାଂଶ ସିରିଏଲ୍ ମଧ୍ୟରୁ ‘ମଦ୍ଦୁଲକ୍ଷ୍ମୀ’ ଅଧିକ ଚର୍ଚ୍ଚିତ। ଚରିଥ୍‌ ବାଲାପ୍ପାଙ୍କ କିଛି ବର୍ଷ ହେବ ଜଣେ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ।

ବାଲାପ୍ପାଙ୍କ ବିରୋଧରେ ମାମଲା ରୁଜୁ:

ପୀଡ଼ିତ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ରାଜରାଜେଶ୍ୱରୀ ନଗର ପୋଲିସ ସ୍ୱେଚ୍ଛାକୃତ ଭାବେ ଆଘାତ, ନିର୍ଯାତନା, ଅପରାଧିକ ଧମକ, ଯୌନ ଉତ୍ପିଡ଼ନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନ୍ତର୍ଗତ ଅଭିଯୁକ୍ତ ବାଲାପ୍ପାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।