fbpx

କାର୍ଗୋ ସେବା ହେବ ସଶକ୍ତ; ୫୬ଟି C-୨୯୫ କିଣିବ ବାୟୁସେନା

ନୂଆଦିଲ୍ଲୀ: ଭାରତର ବାୟୁସେନାରେ ପରିବହନ ବିମାନକୁ ଅଧିକ ମଜବୁତ କରାଯିବ । ଏନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ବାୟୁସେନା ପାଇଁ ଆଗାମୀ ଦିନରେ ୫୬ଟି ସି-୨୯୫ ପରିବହନ ବିମାନ କିଣାଯିବ । ଏହି ବିମାନ ଗୁଡ଼ିକ ସ୍ପେନରୁ ଆସିବ । ଏଥି ସହିତ ଭାରତୀୟ ସେନାରେ ୬୦ ବର୍ଷ ପୂର୍ବରୁ ବ୍ୟବହୃତ ବିମାନ ଗୁଡ଼ିକ ପରିବର୍ତ୍ତନ କରାଯିବ ।

ପ୍ରତିରକ୍ଷା ମନ୍ତ୍ରାଳୟର ଅନୁସାରେ ଆଗାମୀ ୪୮ ମାସ ମଧ୍ୟରେ ୧୬ଟି ପରିବହନ ବିମାନ ସ୍ପେନର ଏୟାର ବସ ଡିଫେନ୍‌ସ ଯୋଗାଇ ଦେବେ । ବାକି ୪୦ଟି ବିମାନ ଭାରତରେ ଉତ୍ପାଦନ ହେବ । ଏହି ପରିବହନ ବିମାନ ଗୁଡ଼ିକ କିଣିବା ପାଇଁ ୧୮୦୦୦ରୁ ୨୦୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।

ଭାରତରେ ଉତ୍ପାଦନ ହେବାକୁ ଥିବା ୪୦ଟି ବିମାନକୁ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (ଟିଏଏସଏଲ) ଉତ୍ପାଦନ କରିବ । ହସ୍ତାକ୍ଷରର ୧୦ ବର୍ଷ ମଧ୍ୟରେ ଟାଟା କଂପାନୀକୁ ବିମାନ ଯୋଗାଇ ଦେବାକୁ ପଡ଼ିବ । ସୂଚନାଯୋଗ୍ୟ, ସି-୨୯୫ ବିମାନରେ ୫ରୁ ୧୦ ଟନ ଓଜନର ସାମଗ୍ରୀ ପରିବହନ କରିହେବ ।

Get real time updates directly on you device, subscribe now.