fbpx

ପ୍ରତାରଣା ଓ ବିଶ୍ୱାସ ଘାତକତାରୁ ମିଳିଥିଲା ପ୍ରେରଣା, ଖବରକାଗଜ ବିକ୍ରେତାରୁ ବନିଥିଲେ ଆଇଏଏସ୍‌ ଅଫିସର

Advertisement

ମଧ୍ୟପ୍ରଦେଶ: ପ୍ରତାରଣା, ବିଶ୍ୱାସ ଘାତକତାରୁ ସୃଷ୍ଟି ହୋଇଛି ସଫଳତାର ସୂତ୍ର । ଆଇଏଏସ୍‌ ନୀରିଶ ରାଜପୁତଙ୍କ ସଫଳତାର ସୂତ୍ର ଏହା ପ୍ରତାରଣା, ଧୋକାର ଝଟ୍‌କାକୁ ନୀରିଶ କରିଥିଲେ ସକରାତ୍ମକ । ସେ ଶିକ୍ଷାରୁ ସେ ନିଷ୍ଠାର ସହ ପରିଶ୍ରମ କରି ହେଲେ ଆଇଏଏସ୍‌ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ନୀରିଶ ରାଜପୁତ । ବାପା ଜଣେ ଦରଜି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ସ୍କୁଲ ଫି ଦେବାକୁ ମଧ୍ୟ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିଲା । ପରିବାର ଚଳାଇବା ପାଇଁ ସେ ଅନେକ ସମୟରେ ଟଙ୍କା ଉଧାର ଆଣୁଥିଲେ । ତେଣୁ ଖବରକାଗଜ ବିକି ନୀରିଶ ତାଙ୍କ ସ୍କୁଲ୍‌ ଫି ଦେଉଥିଲେ । ଦ୍ୱାଦଶ ପଢିସାରିବା ପରେ ସେ ଗ୍ୱାଲିଅର ଯାଇ ବେସରକାରୀ ଚାକିରି କଲେ ଏବଂ ଏମ୍‌ଏସ୍‌ସି ପର୍ଯ୍ୟନ୍ତ କଷ୍ଟରେ ପାଠ ପଢିଲେ । କେବଳ ଅଭାବ ନୁହେଁ, ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିତିଲେ ନୀରିଶ ।

ବନ୍ଧୁଙ୍କଠାରୁ ପ୍ରତାରଣା ମଧ୍ୟ ପାଇଛନ୍ତି । ନୀରିଶଙ୍କ ବନ୍ଧୁ ୟୁପିଏସ୍‌ସି କୋଚିଂ ଇନଷ୍ଟିଚ୍ୟୁଟ୍‌ ଖୋଲିଥିଲେ । ନୀରିଶଙ୍କୁ ସେ ଏଠାରେ ଶିକ୍ଷାର୍ଥୀ ମାନଙ୍କୁ ପଢାଇବାକୁ କହିଥିଲେ । କୋଚିଂ ସେଣ୍ଟର ଭଲ ଚାଲିଲା । କିନ୍ତୁ ବନ୍ଧୁ ଜଣଙ୍କ ତାଙ୍କୁ କିଛି ଟଙ୍କା ଦେଲେନି । ଏହାପରେ ନୀରିଶ ଦିଲ୍ଲୀ ଚାଲିଗଲେ । ସେଠାରେ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କଲେ । ଶେଷ ଉଦ୍ୟମରେ ସେ ଏଥିରେ କୃତକାର୍ଯ୍ୟ ହେଲେ । ୨୦୧୫ ବ୍ୟାଚର ଆଇଏଏସ୍‌ ଅଫିସର ନୀରିଶ । ପ୍ରତାରଣାକୁ ପ୍ରେରଣା ଭାବେ ଗ୍ରହଣ କଲେ ନୀରିଶ । ଦୁଃଖ କରିବା ବଦଳରେ ମନରେ ଜିଦ୍‌ ଆଣିଲେ କିଛି ନିଆରା କରି ଦେଖାଇବା ପାଇଁ । ୟୁପିଏସ୍‌ସିରେ କୃତକାର୍ଯ୍ୟ ହେବା ପରେ ନୀରିଶଙ୍କ ଜୀବନ ଏବେ ବଦଳିଯାଇଛି । ଆଉ ଆର୍ଥିକ ଅନଟନ ନାହିଁ । ଏବେ ସବୁଠୁ ମିଳୁଛି ପ୍ରଶଂସା ।

Get real time updates directly on you device, subscribe now.