fbpx

IBPS RRB PO ପ୍ରି ପରୀକ୍ଷାର ଆସିଲା ରେଜଲ୍ଟ, ଏହି ଡାଇରେକ୍ଟ ଲିଙ୍କକୁ ଯାଇ କରନ୍ତୁ ଚେକ୍

ନୂଆଦିଲ୍ଲୀ : ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍ସନ୍ ପକ୍ଷରୁ ଆରଆରବି, ଗ୍ରୁପ୍ ଏ ପୋଷ୍ଟଗୁଡିକ ପାଇଁ କରାଯାଇଥିବା ପ୍ରି-ପରୀକ୍ଷାର ଫଳାଫଳ ଜାରି କରାଯାଇଛି ।

ଯେଉଁମାନେ ଆଇବିପିଏସ୍ ଆରଆରବି ପିଓ ପ୍ରି ପରୀକ୍ଷାରେ ଭାଗ ନେଇଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଦିଆଯାଇଥିବା ଷ୍ଟେପ୍ସ ଅନୁସରଣ କରି ରେଜଲ୍ଟ ଯାଞ୍ଚ କରିପାରିବେ । ଏହା କରିବା ପାଇଁ ସେମାନଙ୍କୁ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ, ଯାହାର ଠିକଣା ହେଉଛି – ibps.in. ।

ଏବେ ମେନ୍ସ ପର୍ଯ୍ୟାୟ :-

ଯେଉଁ ପ୍ରାର୍ଥୀମାନେ ଆଇବିପିଏସ୍ ଆରଆରବି ପିଓ ପ୍ରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ବର୍ତ୍ତମାନ ମେନ୍ସ ପରୀକ୍ଷା ପାଇଁ ହାଜର ହେବାକୁ ପଡ଼ିବ । ବିଭିନ୍ନ ସ୍ତରର ପରୀକ୍ଷା ପରେ ଚୟନ ଚୂଡାନ୍ତ ହେବ । ଫଳାଫଳ ଦେଖିବାକୁ ଏବଂ ଜାଣିବାକୁ ଆପଣ ମେନ୍ସରେ ମନୋନୀତ ହୋଇଛନ୍ତି କି ନାହିଁ, ପ୍ରାର୍ଥୀମାନଙ୍କୁ ୱେବସାଇଟ୍ କୁ ଯାଇ ସେମାନଙ୍କ ପଞ୍ଜୀକରଣ ନମ୍ବର କିମ୍ବା ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ, ପାସୱାର୍ଡ ଏଣ୍ଟର କରିବାକୁ ପଡିବ । ଏହା ପରେ ଫଳାଫଳ ଦେଖିବାକୁ ମିଳିବ ।

Get real time updates directly on you device, subscribe now.