fbpx

ଟିମ୍ ଇଣ୍ଡିଆ ଉପରେ ICCର କାର୍ଯ୍ୟାନୁଷ୍ଠାନ: ଭାରତକୁ ଲାଗିଲା ଦୁଇଟି ବଡ଼ ଝଟକା, ବଦଳିଲା ପ୍ଲେଇଂ-୧୧

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାଜୟ ହେବା ପରେ ଟିମ୍ ଇଣ୍ଡିଆକୁ ସବୁଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଥିବା ଭାରତ ପୁଣି ଥରେ ବିଫଳ ହୋଇଛି । ତେବେ ଏହା ମଧ୍ୟରେ ଭାରତକୁ ଦୁଇଟି ବଡ଼ ଝଟକା ଲାଗିଛି ।

ସୂଚନା ମୁତାବକ, ଟିମ୍ ଇଣ୍ଡିଆ ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜରିମାନା ଲାଗୁ କରିଛି । ଫଳରେ ଟିମ୍ ଇଣ୍ଡିଆର ୧୦ ପ୍ରତିଶତ ମ୍ୟାଚ ଫିସ୍ କଟା ଯାଇଛି । ଅନ୍ୟପଟେ ଏହି ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ରେ ଦୁଇ ପଏଣ୍ଟ ହରାଇଛି । ସେଞ୍ଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ବୋଲରମାନେ ୨ ଓଭର କମ୍ ବୋଲିଂ କରିଥିଲେ । ସେହି କାରଣରୁ ଡବ୍ଲ୍ୟୁଟିସିରେ ଭାରତ ୨ ପଏଣ୍ଟ ହରାଇଛି ।

ଆଇସିସି ନିୟମ ଅନୁଯାୟୀ ଧାର୍ଯ୍ୟ ସମୟରେ ଯେତିକି ଓଭର ବୋଲିଂ କରିବା କଥା ସେହି ଲକ୍ଷ୍ୟଠାରୁ ଟିମ୍ ଇଣ୍ଡିଆ ପଛରେ ରହିଥିଲା । ତେଣୁ ପ୍ରତି ଖେଳାଳିଙ୍କ ଉପରେ ୫ ପ୍ରତିଶତ ଜରିମାନା ଲାଗୁ କରାଯାଇଛି । ଏହି ପରାଜୟ ପରେ ଦକ୍ଷିଣ ଆଫ୍ରିକା ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଟପରେ ପହଞ୍ଚି ଯାଇଛି । ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୨ୟ ଟେଷ୍ଟ ପାଇଁ ଭାରତର ପ୍ଲେଇଂ-୧୧ରେ ପରିବର୍ତ୍ତନ କରାଯାଇଛି ।

ଆଘାତ ଜନିତ କାରଣରୁ ଦକ୍ଷିଣ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିବା ମହମ୍ମଦ ଶାମିଙ୍କ ସ୍ଥାନରେ ଦ୍ରୁତ ବୋଲର ଆବେଶ ଖାନଙ୍କୁ ଟିମରେ ସାମିଲ କରାଯାଇଛି । ପୁରୁଷ ଚୟନ କମିଟି ପକ୍ଷରୁ ଆବେଶଙ୍କ ନାମ ଘୋଷଣା କରାଯାଇଛି । ଆବେଶ ଦିନିକିଆରେ ୮ଟି ୱିକେଟ ନେଇଥିବା ବେଳେ ଟି-୨୦ରେ ୨୭ଟି ୱିକେଟ ନେଇଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବେ ।

Get real time updates directly on you device, subscribe now.