fbpx

ନେପାଳ-ସ୍କଟଲ୍ୟାଣ୍ଡ ସମେତ ୬ ଦେଶକୁ ମିଳିଲା ଆୱାର୍ଡ, ICC କଲା ସମ୍ମାନିତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ଡେଭଲପମେଣ୍ଟ ଆୱାର୍ଡ ବିଜେତାଙ୍କୁ ଘୋଷଣା କରିଛି । ଗତ ଏକ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହ ୬ଟି ବିକାଶ ଅଭିମୁଖୀ ଦେଶକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ତାଲିକାରେ ମେକ୍ସିକୋ ମଧ୍ୟ ସାମିଲ ରହିଛି, ଯାହାକୁ ନିଜର ଫୁଟବଲ ଟୀମ ପାଇଁ ଅଧିକ ପରିଚୟ ମିଳିଛି ଏବଂ ଏହି ଦେଶ କ୍ରିକେଟ ଖେଳରେ ମଧ୍ୟ ପରିଚୟ ସୃଷ୍ଟି କରିଛି । ମେକ୍ସିକୋ, ଓମାନ, ନେପାଳ, ସ୍କଟଲ୍ୟାଣ୍ଡ, ୟୁଏଇ ଏବଂ ନେଦରଲ୍ୟାଣ୍ଡକୁ ଏହି ଆୱାର୍ଡ ମିଳିଛି ।

ଆଇସିସି ଡେଭଲପମେଣ୍ଟ ପୁରସ୍କାର ୨୦୦୨ ରେ ଆରମ୍ଭ କରାଯାଇଥିଲା ଯାହା ଆସୋସିଏଟ ସଦସ୍ୟ ଦେଶରେ ଖେଳକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଦିଆଯାଇଥାଏ । ଏହା କୌଣସି ବିକାଶ କାର୍ଯ୍ୟକ୍ରମ ଅଧୀନରେ ହେଉ କିମ୍ବା ଖେଳ ପଡିଆରେ ବିଭିନ୍ନ ପ୍ରୟାସ ମାଧ୍ୟମରେ କରାଯାଉଛି ।

ଆଇସିସିର ଜେନେରାଲ ମ୍ୟାନେଜର ବିଲିୟମ ଗ୍ଲେନରାଇଟ କହିଛନ୍ତି ଯେ, ଆଇସିସି ଡେଭଲପ ମେଣ୍ଟ ପୁରସ୍କାରର ଆଇସିସି ସଦସ୍ୟଙ୍କ ଦ୍ୱାରା ବିକାଶ ଅଭିମୁଖୀ ଦେଶଗୁଡିକରେ କ୍ରିକେଟରେର ବିକାଶ ପାଇଁ କରାଯାଇଥିବା କାମକୁ ମାନ୍ୟତା ଦେବାର ଲମ୍ବା ଇତିହାସ ରହିଛି । ପ୍ରତ୍ୟେକ ବର୍ଷ ଏହି ଯୋଜନାରେ କିଛି ପ୍ରେରଣାଦାୟୀ ଏବଂ ଉତ୍ତମ କାହାଣୀ ସାମ୍ନାକୁ ଆସିଛି ଏବଂ ଚଳିତ ବର୍ଷ ମଧ୍ୟ ଭଲ ରହିଛି ।

Get real time updates directly on you device, subscribe now.