fbpx

ICC ଛଡ଼ାଇନେଲା ଦାୟିତ୍ୱ! ବାଂଲାଦେଶରେ ଖେଳାଯିବନି ଟି-୨୦ ବିଶ୍ୱକପ୍, ମିଳିଲା ନୂଆ ଭେନ୍ୟୁ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ବୋର୍ଡକୁ ଏକ ବଡ଼ ଝଟକା ଦେଇଛି ଆଇସିସି । ବାଂଲାଦେଶ ହାତରୁ ମହିଳା ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର ଆଇସିସି ଛଡ଼ାଇ ନେଇଛି । ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପାଇଁ ଏବେ ଆଉ ଏକ ନୂଆ ଭେନ୍ୟୁ ସ୍ଥିର କରାଯାଇଛି । ବାଂଲାଦେଶର ସ୍ଥିତିକୁ ଦଷ୍ଟିରେ ରଖି ଆଇସିସି ଏଭଳି ଏକ ନିଷ୍ପତ୍ତି ନେଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏବେ ୟୁଏଇକୁ ଚୟନ କରାଯାଇଛି । ଅର୍ଥାତ୍ ଚଳିତବର୍ଷ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶ ପରିବର୍ତ୍ତେ ୟୁଏଇରେ କେଳାଯିବାକୁ ଆଇସିସି ସ୍ଥିର କରିସାରିଛି । ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବରେ ବାଂଲାଦେଶର ହିଁ ନାମ ରହିବ ।

ଆଇସିସିର ସିଇଓ ଜ୍ୟୋଫ ଏଲାର୍ଡିସ କହିଛନ୍ତି ଯେ, ବାଂଲାଦେଶ ପାଇଁ ଟି-୨୦ ବିଶ୍ୱକପ ଆୟୋଜନ ନ କରିବା ଖୁବ ନିରାଶାଜନକ ଘଟଣା । କାରଣ ବାଂଲାଦେଶ କ୍ରିକେଟ ବୋର୍ଡ ଏକ ଐତିହାସିକ ପ୍ରସ୍ତୁତି କରିଥିଲା । ସେ କହିଛନ୍ତି ଯେ, “ମୁଁ ବିସିବି ଟିମକୁ ଧନ୍ୟାବଦ୍ ଦେବାକୁ ଚାହୁଁଛି, କାରଣ ସେମାନେ ଟୁର୍ଣ୍ଣାମେଣ୍ଟକୁ ବାଂଲାଦେଶରେ ଆୟୋଜିତ କରାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ, କିନ୍ତୁ ବିଶ୍ୱକପର ଅଧିକାଂଶ ଦଳର ସରକାରଙ୍କ ଟାଭେଲ ଗାଇଡଲାଇନ୍ ଯୋଗୁଁ ଏହା ସମ୍ଭବ ହୋଇ ପାରିନାହିଁ । ତେବେ ତାଙ୍କ ହାତରେ ଆୟୋଜକର ଦାୟିତ୍ୱ ରହିବ । ଏହାସହିତ ବିସିବି ତରଫରୁ ବିଶ୍ୱକପ୍ ଆୟୋଜନ କରୁଥିବାର ୟୁଏଇ ବୋର୍ଡକୁ ମଧ୍ୟ ଧନ୍ୟବାଦ୍ ଦେଉଛି । ସେହିପରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିବାରୁ ଶ୍ରୀଲଙ୍କା ଏବଂ ଜିମ୍ବାୱେ ବୋର୍ଡକୁ ମଧ୍ୟ ଧନ୍ୟବାଦ୍ ।”

ତେବେ ୨୦୨୬ ମସିହାରେ ଉଭୟ ଦେଶରେ ଗ୍ଲୋବାଲ ଇଭେଣ୍ଟ ଦେଖିବାକୁ ମିଳିବ । ଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି । ବର୍ତ୍ତମାନ ପରିସ୍ତିତିରେ ୟୁଏଇ ବିଶ୍ୱ କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟିଛି । ଏଠାରେ ଅନେକ କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇପାରିଛି । ଏଠାରେ କରୋନା ସମୟରେ ବିଶ୍ୱର ସର୍ବବୃହତ୍ ଟି-୨୦ ଲିଗ୍ ଆଇପିଏଲ ମଧ୍ୟ ଆୟୋଜିତ ହୋଇ ପାରିଥିଲା । ଏହାବ୍ୟତୀତ ୨୦୨୧ ମସିହାରେ ଓମାନ୍ ସହ ମିଶି ୟୁଏଇ ପୁରୁଷ ଟି-୨୦ ବିଶ୍ୱକପ୍ ଆୟୋଜନ କରିବାରେ ସଫଳ ହୋଇଥିଲା ।

Get real time updates directly on you device, subscribe now.