fbpx
BJD SKY
BJD SKY

WTC Finalରେ ଏମିତି କାଣ୍ଡ କରିଦେଲେ ଶୁଭମନ: ଏବେ ICC ନେଇପାରେ ବଡ କାର୍ଯ୍ୟାନୁଷ୍ଠାନ

BJD

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତୀୟ ଓପନର ଶୁଭମନ ଗିଲଙ୍କ ଆଉଟକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏହା ମଧ୍ୟରେ ଶୁଭମନ ଗିଲ ଏମିତି ଏକ କାରନାମା କରି ଦେଇଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ ଆଇସିସି କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରେ । ଗିଲଙ୍କର ଏହି କାଣ୍ଡକୁ ନେଇ ବର୍ତ୍ତମାନ ଆଲୋଚନା ହେବାରେ ଲାଗିଛି ।

ଟିମ ଇଣ୍ଡିଆର ଦ୍ୱିତୀୟ ପାଳିରେ ଏକ ବିବାଦୀୟ କ୍ୟାଚ ପରେ ଆଉଟ ଘୋଷଣା ହୋଇଥିଲେ ଶୁଭମନ ଗିଲ । ସ୍କଟ ବୋଲାଣ୍ଡଙ୍କ ଏକ ବଲକୁ ଖେଳିବା ପାଇଁ ଚେଷ୍ଟା କରିବା ବେଳେ ଗଲି ଅଞ୍ଚଳରେ କ୍ୟାମରନ ଗ୍ରୀନଙ୍କ ହାତରେ କ୍ୟାଚ ହୋଇଥିଲେ ଶୁଭମନ । ତେବେ କ୍ୟାଚ ସମୟରେ ବଲ ମାଟିକୁ ଟଚ୍ କରୁଥିବାର ଦେଖାଯାଇଥିଲା, ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହାପରେ ମଧ୍ୟ ଥାର୍ଡ ଅମ୍ପାୟାର ରିଚାର୍ଡ କେଟଲବୋରୋ ଏହାକୁ ଆଉଟ ଘୋଷଣା କରିଥିଲେ । ତେଣୁ ଶୁଭମନ ଗିଲ ପାଭିଲିୟନ ଫେରି ଆସିଥିଲେ । କିନ୍ତୁ ଏହାପରେ ସେ ଯାହା କରିଛନ୍ତି, ସେଥିପାଇଁ ତାଙ୍କ ବିରୋଧରେ ଆଇସିସି ଏକ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି କୁହାଯାଉଛି । ଆଉଟ ହେବା ପରେ ଶୁଭମନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । କ୍ୟାମରନ ଗ୍ରୀନଙ୍କ କ୍ୟାଚର ଏକ ଫଟୋ ଅପଲୋଡ କରିବା ସହ ମୁଣ୍ଡରେ ହାତ ଦେଇଥିବା ଏକ ଇମୋଜି ପୋଷ୍ଟ କରିଛନ୍ତି ।

ଶୁଭମନଙ୍କ ଏହି ଇମୋଜି ପରୋକ୍ଷ ଭାବରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଇଙ୍ଗିତ କରୁଛି । ତେବେ ଆଇସିସିର ନିୟମ ଅନୁଯାୟୀ, କୌଣସି ଖେଳାଳି ଅମ୍ପାୟାରଙ୍କ ବିରୋଧରେ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ । କିନ୍ତୁ ଶୁଭମନଙ୍କ ଏହି ପୋଷ୍ଟକୁ ଆଇସିସି କେଉଁ ଅର୍ଥରେ ନେଉଛି, ତାହାକୁ ଅପେକ୍ଷା । ତେବେ ଏମିତି ହେଲେ ଗିଲଙ୍କ ଉପରେ ଜରିମାନା ଲଗାଇପାରେ ଆଇସିସି । ସେପଟେ ଶେଷ ଦିନରେ ଭାରତ ଆଗରେ ୨୮୦ ରନର ବିଜୟ ଲକ୍ଷ୍ୟ ରହିଛି । ୪୪୪ ରନର ପିଛା କରି ଟିମ ଇଣ୍ଡିଆ ଚତୁର୍ଥ ଦିନ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି ।

Get real time updates directly on you device, subscribe now.