ICC ଦିନିକିଆ Rankingsରେ କିଏ ନମ୍ବର ୱାନ ବ୍ୟାଟ୍ସମ୍ୟାନ, ଏହିମାନେ ଟପ୍ ୫ ଖେଳାଳି
ଆଇସିସି ଦିନିକିଆରେ ଟପ୍ ୫ ଖେଳାଳି
ନୂଆଦିଲ୍ଲୀ: ଭାରତୀୟ ଟିମ ବର୍ତ୍ତମାନ ଦିନିକିଆ କ୍ରିକେଟଠାରୁ ଦୂରରେ ରହିଛି। ହେଲେ ଏହାପରେ ମଧ୍ୟ ଏଠାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜଲୱା ରହିଛି। ଆଇସିସି ୧୦ ଅଗଷ୍ଟ ପର୍ଯ୍ୟନ୍ତ ଅପଡେଟ ରାଙ୍କିଙ୍ଗ ଜାରି କରିଛି। ଆସନ୍ତୁ ନଜର ପକାଇବା ଏହି ଟପ୍ ୫ ବ୍ୟାଟ୍ସମ୍ୟାନ କିଏ।
ଆଇସିସିର ଦିନିକିଆ ରାଙ୍କିଂରେ ବର୍ତ୍ତମାନ ଭାରତର ଶୁଭମନ ଗିଲ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ରେଟିଂ ୭୮୪ ଅଟେ। ୨୦୨୩ରେ ୮୪୭ ପର୍ଯ୍ୟନ୍ତ ରେଟିଂ ପହଞ୍ଚିଥିଲେ, ହେଲେ ବର୍ତ୍ତମାନ ସେ ନମ୍ବର୧ରେ ଅଛନ୍ତି।
ଭାରତୀୟ ଦିନିକିଆ ଟିମର ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆଇସିସି ଦିନିକିଆ ରାଙ୍କିଂରେ ତାଙ୍କ ରେଟିଂ ବର୍ତ୍ତମାନ ୭୫୬ରେ ଚାଲୁଛି। ୨୦୧୯ରେ ରୋହିତଙ୍କ ରେଟିଂ ୮୮୨ର ଥିଲା। ସେଠାରୁ ସେ ଖୁବ ତଳକୁ ପଳାଇଥିଲେ। ହେଲେ ବହୁ ସମୟ ପରେ ସେ ଦ୍ୱିତୀୟ ନମ୍ବରରେ ଅଛନ୍ତି।
ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ ବାବର ଆଜମଙ୍କ କଥା କହିବାକୁ ଗଲେ, ସେ ଲଗାତାର କ୍ଷତି ସହିଆସୁଛନ୍ତି। ଅନେକ ଦିନ ପର୍ଯ୍ୟନ୍ତ ପ୍ରଥମ ସ୍ଥାନରେ ସେ ରହିଥିଲେ। ହଠାତ୍ ସେ ସେହି ସ୍ଥାନରୁ ଖସିବା ପରେ ସେ ନିମ୍ନଗାମୀ ହେଉଛନ୍ତି।
ବାବର ଆଜମ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ରେଟିଂ ୭୫୧ ରହିଛି। ୨୦୨୨ରେ ସେ ୮୯୮ ପର୍ଯ୍ୟନ୍ତ ରେଟିଂ ହାସଲ କରିଥିଲେ। ହେଲେ ବର୍ତ୍ତମାନ ତାଙ୍କର ଖରାପ ଖେଳ ତାଙ୍କୁ ନିମ୍ନଗାମୀ କରୁଛି।
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଆଇସିସି ରାଙ୍କିଂରେ ଚତୁର୍ଥ ସ୍ଥାନରେ ଅଛନ୍ତି। କୋହଲିଙ୍କ ରେଟିଂ ବର୍ତ୍ତମାନ ୭୩୬ ଚାଲୁଛି। କୋହଲିଙ୍କ ଖାସ କଥା ହେଉଛି, ସେ ୨୦୧୮ରେ ୯୦୯ ରେଟିଂ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ହେଲେ ମଝିରେ ତାଙ୍କ ରେଟିଂ ଖସିଯାଇଥିଲା।
ନ୍ୟୁଜିଲାଣ୍ଡର ଡେରିଲ ମିଚେଲ ଆଇସିସିର ଦିନିକିଆ ରାଙ୍କିଂରେ ୫ମ ସ୍ଥାନରେ ଅଛନ୍ତି। ତାଙ୍କ ରେଟିଂ ୭୨୦ରେ ଚାଲୁଛି। ଡେରିଲ ମିଚେଲ ୨୦୨୩ରେ ୭୫୧ ପର୍ଯ୍ୟନ୍ତ ରେଟିଂ ପର୍ଯ୍ୟନ୍ତ ପହଞ୍ଚିଥିଲେ।